ବନୀକରଣ ଅନୁଦାନରେ ବିଳାସପୂର୍ଣ୍ଣ କୋଠା

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ବନୀକରଣ କ୍ଷତିପୂରଣ ପାଇଁ ମିଳିଥିବା କାମ୍ପା ଅନୁଦାନ ଟଙ୍କାକୁ ପୂର୍ବତନ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ବିଳାସପୂର୍ଣ୍ଣ କୋଠା ନିର୍ମାଣରେ ବିନିଯୋଗ କରିଛନ୍ତି । ଯାହାର ଠୋସ୍ ପ୍ରମାଣ ମିଳିଛି । ସଦର ମହକୁମାରେ ଥିବା ବନବିଭାଗ ବିଳାସପୂର୍ଣ୍ଣ କୋଠା ପାଇଁ ଏହି କାମ୍ପା ଅନୁଦାନରୁ ହିଁ ୬୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ପାଠକ । କ୍ଷତିପୂରଣ ବାବଦ ଟଙ୍କାକୁ ବନ କାର୍ଯ୍ୟାଳୟ ଉନ୍ନତିକରଣରେ ଲଗାଇଥିଲେ ।
ରାଜ୍ୟର ୮ଟି ବନଖଣ୍ଡରେ କ୍ଷମତାର ଅପବ୍ୟବହାର କରି ପ୍ରାୟ ୨ କୋଟି ୬୯ ଲକ୍ଷ ୨୭ଶହ ଟଙ୍କା ମଞ୍ଜୁରି କରିଥିଲେ ଅଭୟକାନ୍ତ । ବାଲେଶ୍ୱର ବନ୍ୟପ୍ରାଣୀ ଡିଭିଜନକୁ ଚାନ୍ଦିପୁର ଡାକବଙ୍ଗଳାକୁ ୯ ଲକ୍ଷ ୬୮ ହଜାର ୯ଶହ ଟଙ୍କା ଓ ଉଦୟପୁରରେ ଏକ ନୂତନ କୋଠା ନିର୍ମାଣ ପାଇଁ ୨୦ ଲକ୍ଷ ୮୭ ହଜାର ୨ଶହ ଟଙ୍କା, ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନକୁ ୩୦ ଲକ୍ଷ ଟଙ୍କା, କଳାହାଣ୍ଡି ଡିଭିଜନ୍ ମୁଖ୍ୟ ବନ କାର୍ଯ୍ୟାଳୟ କୋଠା ସଂପ୍ରସାରଣ ପାଇଁ ୩୧ ଲକ୍ଷ ଟଙ୍କା, ନବରଙ୍ଗପୁର ବନ କର୍ମଚାରୀଙ୍କ ବାସଭବନ ନିର୍ମାଣ ପାଇଁ ୧୫ ଲକ୍ଷ ୮୪ ହଜାର ଟଙ୍କା, ବଲାଙ୍ଗିର ବନ କର୍ମଚାରୀଙ୍କ ବାସଭବନ ନିର୍ମାଣ ପାଇଁ ୧୫ ଲକ୍ଷ ୮୪ ହଜାର ଟଙ୍କା, ରାୟଗଡା ବନଖଣ୍ଡର କର୍ମଚାରୀଙ୍କ ଆବାସ ଗୃହ ପାଇଁ ୧୫ ଲକ୍ଷ ୮୪ ହଜାର ଟଙ୍କା ଓ ମାଲକାନଗିରି ବନଖଣ୍ଡକୁ ଗୃହ ନିର୍ମାଣ ପାଇଁ ୮୦ ଲକ୍ଷ ଟଙ୍କା ଏହି କ୍ଷତିପୂରଣ ବନୀକରଣ ଅର୍ଥକୁ ପ୍ରଦାନ କରାଯାଇଥିଲା । ତେବେ କେନ୍ଦୁଝର ବନଖଣ୍ଡକୁ ସର୍ବାଧିକ ୬୦ ଲକ୍ଷ ଟଙ୍କା ବିଳାସପୂର୍ଣ୍ଣ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅନୁଦାନକୁ ଅଭୟକାନ୍ତ ଅନୁମୋଦନ କରିଥିଲେ । ୨୦୧୯-୨୦ ଆର୍ଥôକବର୍ଷରେ ପତ୍ର ନଂ ୧୦୬୫୫ ତା ଜୁନ୍ ୧୩ ତାରିଖରେ ଅଭୟକାନ୍ତଙ୍କ ଦ୍ୱାରା ଏହି ଅନୁଦାନ କେନ୍ଦୁଝର ବନଖଣ୍ଡକୁ ପ୍ରଦାନ କରାଯାଇଥିଲା ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ଷତିପୂରଣ ବନୀକରଣ ଯୋଜନାକୁ ବାଟବଣା କରି ଅଭୟକାନ୍ତ କେନ୍ଦୁଝର ବନଖଣ୍ଡକୁ ଅନୁକମ୍ପା ଦେଖାଇବା ପଛରେ ଅନେକ ରହସ୍ୟ ପଦାକୁ ଆସିଛି । କେନ୍ଦୁଝର ବନଖଣ୍ଡରେ ବର୍ଷକୁ ୩ ହଜାର ହେକ୍ଟର ଜମିରେ ବୃକ୍ଷରୋପଣ କରାଯାଉଥିବାରୁ ବିପୁଳ ସରକାରୀ ଅର୍ଥ ଓ କ୍ଷତିପୂରଣ ବନୀକରଣ (କାମ୍ପା) ଅନୁଦାନ ମିଳୁଥିଲା । ତେଣୁ ଅଭୟକାନ୍ତ କେନ୍ଦୁଝର ବନଖଣ୍ଡକୁ ଗୁରୁତ୍ୱ ଦେଉଥିଲେ । ଅଭୟକାନ୍ତଙ୍କ ଦୁର୍ନୀତି ଏବେ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯାଉଥିବାରୁ ଆଗକୁ କେନ୍ଦୁଝର ଲିଙ୍କ୍ ତଦନ୍ତକାରୀ ବିଭାଗକୁ ଅନେକ ସହାୟକ ହେବ ବୋଲି ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons