ବନ୍ଦ ଘରୁ ବିପୁଳ ପରିମାଣର ମଦ ଜବତ

Get real time updates directly on you device, subscribe now.

ଗୁଣୁପୁର: ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ । ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଠାରେ ଏକ ବନ୍ଦ ଦୋକାନରୁ ମଦ ଜବତ ହୋଇଛି । ବେଆଇନ୍ ଭାବେ ରହିଥିବା ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ୍। ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ମଦ କାରବାରରେ ବ୍ୟବହୃତ ବାଇକ୍‌କୁ ଜବତ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, କରୋନା କାଳରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ କରାଯାଇଛି । ତେବେ ଚାରିଆଡେ କଟକଣା ଚାଲିଥିବା ବେଳେ ଏହାର ଫାଇଦା ଉଠାଇ ବିଦେଶୀ ମଦ ଚଢା ଦାମ୍‌ରେ ବେପାର କରାଯାଉଛି । ତେବେ ପୋଲିସ ବିଭିନ୍ନ ସୁତ୍ରରୁ ଖବର ପାଇ ରାୟଗଡା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ଗୁମୁଡା ଠାରେ ଚଢାଉ କରିଥିଲା । ପୋଲିସର ଚଢାଉ ସମୟରେ ଏକ ବନ୍ଦ ଦୋକାନା ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି ।
ଚୋରା କରାବାରରେ ବ୍ୟବହୃତ ବାଇକ ଓ ଦୁଇଟି ମୋବାଇଲ୍ ଫୋନକୁ ଜବତ କରିଛି ପୋଲିସ୍। ତେବେ ଜବତ ହୋଇଥିବା ବିଦେଶୀ ମଦର ପରିମାଣ ୨୯୧ ଲିଟର ରହିଥିବା ଜଣାପଡିଛି। ୩୨ଟି ପେଟି ଭର୍ତ୍ତି ହୋଇଥିବା ମଦ ବୋତଲ ଜବତ କରିଛି ପୋଲିସ୍। ଯାହାର ମୁଲ୍ୟ ଲକ୍ଷାଧିକ ଟଙ୍କା ବୋଲି ଅନୁମାନ କରାଯାଉଛି। ଚୋରା ମଦ କାରବାରର ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । କରୋନା କାଳରେ ଚଢା ରେଟ୍‌ରେ ମଦ ବିକ୍ରି କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ଏନେଇ ପୋଲିସ୍ ଏସଡିପିଓ ରାଜ୍ କିଶୋର ଦାସ ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons