ବନ୍ଧୁକ ଦେଖାଇ କରୁଥିଲେ ଲୁଟ୍ :୪ ଆନ୍ତଃ ଜିଲ୍ଲା ଡକାୟତ ଗିରଫ

Get real time updates directly on you device, subscribe now.

ନୟାଗଡ଼ : ୪ ଆନ୍ତଃ ଜିଲ୍ଲା ଡକାୟତ ଗିରଫ । ବନ୍ଧୁକ, ଗୁଳି, ଚୋରା ଗାଡି ଜବତ । ୪ଜଣ ଆନ୍ତଃ ଜିଲ୍ଲା ଡକାୟତଙ୍କୁ ଗିରଫ କରିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ପୋଲିସ । ସେମାନଙ୍କ ଠାରୁ ଗୋଟିଏ ଦେଶି ବନ୍ଧୁକ , ୬ ଟି ଅଫୁଟା ଗୁଳି, ଖଣ୍ଡା, କଟୁରି ସମେତ ଗୋଟିଏ ଚୋରା ଟାଟା ଏସି ଗାଡି ଜବତ ହୋଇଛି । ଗିରଫ ଡକାୟତ ମାନେ ହେଲେ ଶ୍ରୀନିବାସ ପଲେଇ, ମୁରଲି ବହେରା, ଗଣେଶ ପ୍ରଧାନ ଏବଂ ଲକ୍ଷ୍ମୀଧର ପରିଡା ।
ଏମାନେ ସମସ୍ତେ ଇଟାମାଟି ଥାନା ଅଞ୍ଚଳର । ବନ୍ଧୁକ ଦେଖାଇ ବିଭିନ୍ନ ସ୍ଥାନରୁ ଗାଡି ଚୋରି କରିବା ସହ ଗାଁ ଗାଁ ବୁଲି ରାତିରେ ଛେଳି ଚୋରି କରୁଥିଲେ । ଚୋରି ଗାଡିକୁ ଜିଲ୍ଲା ବାହାରେ ବିକ୍ରି କରୁଥିଲେ ବୋଲି ନୟାଗଡ ଏସ୍.ଡି.ପି.ଓ ସୂଚନା ଦେଇଛନ୍ତି । ଇଟାମାଟି ଥାନାରେ ଏମାନଙ୍କ ନଁ।ରେ ତିନୋଟି ମାମଲା ରହିଥିବା ବେଳେ ଅନ୍ୟ କେଉଁ ସ୍ଥାନରେ ମାମଲା ରହିଛି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ନୟାଗଡ ଏସ୍.ଡି.ପି.ଓ. କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons