ବନ୍ଧୁକ ଦେଖାଇ ବିଲଡରଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ୨ ଗିରଫ

Get real time updates directly on you device, subscribe now.

କଟକ: ଜମି ଟଙ୍କା ପାଇଁ ବିଲଡରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ।ଏହି ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ମର୍କତନଗର ଥାନା ପୋଲିସ।୨ ଅଭିଯୁକ୍ତ ହେଲେ ନନ୍ଦନକାନନ ଅଞ୍ଚଳର ଜିତେନ୍ଦ୍ର ପରିଡା ଓ କଟକର ଗୋବିନ୍ଦ ସାହୁ।
ମିଳିଥିବା ସୂଚନା ମୁତାବକ, ସେମାନଙ୍କ ନିକଟରୁ ଦୁଇଟି ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ ହୋଇଛି।ବିଲଡର୍ ଜ୍ଞାନ ପ୍ରକାଶ କରଙ୍କୁ ଟଙ୍କା ମାଗିବା ସହ ଟଙ୍କା ନ ଦେଲେ ହତ୍ୟା ଧମକ ଦେଇଥିଲେ। ରିଙ୍ଗରୋଡ ଗୁଣ୍ଡିଚା ମନ୍ଦିର ନିକଟରେ ବିଲଡର ଯାଉଥିବା ସମୟରେ ଏହି ୨ ଅଭିଯୁକ୍ତ ବିଲଡର ଜ୍ଞାନ ପ୍ରକାଶ ପରିଡାଙ୍କୁ ଅଟକାଇବା ସହ ୨୦ ଲକ୍ଷ ଟଙ୍କାର ଦାଦାବଟି ମାଗୁଥିବା ନେଇ ଅଭିଯୋଗ ହୋଇଥିଲା। ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତ ୨ ଜଣ ଙ୍କ ନାମରେ ପୂର୍ବରୁ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତିକ ସିଂ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons