ବନ୍ଧୁକ, ଭୁଜାଲି ଦେଖାଇ ବ୍ୟାଙ୍କରୁ ଲୁଟ୍

Get real time updates directly on you device, subscribe now.

ଭୋଗରାଇ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ଭୋଗରାଇର ଚୌକି ଛକରେ ଥିବା ୟୁକୋ ବ୍ୟାଙ୍କ୍ ଶାଖାରୁ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଛି । ଦୁଇଟି ବାଇକ୍ରେ ୬ଜଣ ଲୁଟେରା ଆସି ବନ୍ଧୁକ, ଭୁଜାଲି ଦେଖାଇ ଲକର୍ରୁ ଟଙ୍କା ଓ ସୁନା ଗହଣା ନେଇ ଖସି ଯାଇଛନ୍ତି । ଯିବା ସମୟରେ ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ନେଇ ଯାଇଥିବା ବେଳେ ଏକ ବୋମା ବ୍ୟାଙ୍କ୍ ଭିତରେ ରଖିଯାଇଛନ୍ତି । ବ୍ୟାଙ୍କ୍ ଶାଖା ପରିଚାଳକ ଛୁଟିରେ ଥିବା ବେଳେ ବ୍ୟାଙ୍କ୍ର ସିକୁ୍ୟରିଟି ଗାର୍ଡ ନ ଥିଲେ । ଖବର ପାଇ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର ଏବଂ ଭୋଗରାଇ ଥାନା ଅ%ôକାରୀ ସୁଜାତା ଖମାରୀ ତଦନ୍ତ ଚଳାଇଛନ୍ତି । ଏହାଛଡ଼ା ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଚନ୍ଦନେଶ୍ୱର-ଦୀଘା ରାସ୍ତାର ମହାନ୍ତି ଛକ ଏବଂ କମର୍ଦ୍ଧା ଥାନା ପକ୍ଷରୁ କମର୍ଦ୍ଧା ମୁଖ୍ୟ ରାସ୍ତାରେ ବାଇକ୍ ଚାଳକମାନଙ୍କୁ ଅଟକାଇ ଯାଞ୍ଚ କରାଯାଉଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନ ପାଖାପାଖି ୧.୩୦ ସମୟ । ବ୍ୟାଙ୍କ୍ରେ ପ୍ରାୟ ୧୫ଜଣ ମହିଳା ଓ ୫ଜଣ ପୁରୁଷ ଗ୍ରାହକ ନେଣଦେଣ କରୁଥିଲେ । ଏହି ସମୟରେ ୫ ଜଣ ଲୁଟେରା ମୁହଁରେ ମାସ୍କ ଲଗାଇ ବ୍ୟାଙ୍କ୍ ଭିତରକୁ ପଶି ଆସିଲେ । ଅନ୍ୟ ଜଣେ ବ୍ୟାଙ୍କ୍ ଫାଟକ ସମ୍ମୁଖରେ ଜଗି ରହିଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରଥମେ ସମ୍ମୁଖରେ ବସିଥିବା ବ୍ୟାଙ୍କ ମିତ୍ର ମିନତୀ ସାହୁଙ୍କ ନିକଟକୁ ଯାଇଥିଲେ । ଜଣେ ଅଣ୍ଟାରୁ ବନ୍ଧୁକ କାଢ଼ି ତାଙ୍କ ମୁଣ୍ଡରେ ଲଗାଇଥିବା ବେଳେ ଆଉ ଜଣେ ବେକରେ ଭୁଜାଲି, କଟୁରି ଲଗାଇ ଥିଲା । ସେମାନେ ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିଲେ । ଏହାପରେ ଅନ୍ୟ ୨ଜଣ ଲୁଟେରା ପ୍ରାୟ ୨୦ଜଣ ଗ୍ରାହକ ଓ ୬ଜଣ କର୍ମଚାରୀଙ୍କୁ ବ୍ୟାଙ୍କ୍ର ଗୋଟିଏ ପାଶ୍ୱର୍କୁ ନେଇଥିଲେ । ସମସ୍ତଙ୍କ ପାଖରୁ ମୋବାଇଲ ଛଡ଼ାଇ ନେଇ ଏକ ବ୍ୟାଗ୍ରେ ପୂରାଇ ବ୍ୟାଙ୍କ୍ ଫାଟକ ବାହାରେ ପକାଇ ଦେଇଥିଲେ । ବ୍ୟାଙ୍କ୍ର ଶାଖା ପରିଚାଳକ ବିବେକ ଗୁପ୍ତା ଛୁଟିରେ ଥିବାରୁ ସହ ଶାଖା ପରିଚାଳକ ଗଣେଶ ମଲ୍ଲିକଙ୍କୁ ଲକର୍ ଚାବି ମାଗିଥିଲେ । ସହ ଶାଖା ପରିଚାଳକଙ୍କ ଡ୍ରୟାର୍ରୁ ଚାବି ନେଇ କ୍ୟାସିଅର୍ଙ୍କୁ ବନ୍ଧୁକ, ଭୁଜାଲି ଦେଖାଇ ଲକର୍ ଖୋଲିବାକୁ କହିଥିଲେ । ଲକର୍ ଖୋଲିବା ପରେ ଲୁଟେରାମାନେ ଆଣିଥିବା ବ୍ୟାଗ୍ରେ ଟଙ୍କା, ସୁନାଗହଣା ନେଇ ଫେରାର ହୋଇଯାଇଥିଲେ । ସେମାନେ ସିସିଟିଭି ଫୁଟେଜ୍ର ହାର୍ଡ ଡିସ୍କ ନେଇଯିବା ସହ ବ୍ୟାଙ୍କ୍ରେ ଏକ ବୋମା ରଖିଯାଇଥିଲେ । ଯିବା ସମୟରେ ଫାଟକ ଲଗାଇ ବାହାରି ଯାଇଥିଲେ । ଲୁଟ୍ କରିଥିବା ଟଙ୍କା ଓ ସୁନାଗହଣା ନେଇ ୨ଟି ବାଇକ୍ରେ ଥାନାଛକ ପଟକୁ ପଳାଇ ଯାଇଥିଲେ । ଖବର ପାଇ ବାଲେଶ୍ୱରରୁ ବ୍ୟାଙ୍କ୍ର ରିଜିଓନାଲ୍ ମ୍ୟାନେଜର ପହଞ୍ଚିଥିଲେ । ଜଳେଶ୍ୱର ଏସ୍ପିଡିଓ ଶ୍ରୀମତୀ କୁମ୍ଭାର, ଭୋଗରାଇ ଥାନା ଅ%ôକାରିଣୀ ଶ୍ରୀମତୀ ଖମାରୀ, ଏସ୍ଆଇ ସୁବର୍ଣ୍ଣା ବେହେରା, ଚନ୍ଦନେଶ୍ୱର ଫାଣ୍ଡି ଅ%ôକାରୀ ବିଶ୍ୱନାଥ କର ସଦଳବଳ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ଲୁଟ୍ ପରେ ଗ୍ରାହକମାନେ ସେମାନଙ୍କ ସୁନାଗହଣା ଓ ଟଙ୍କାକୁ ନେଇ ଚିନ୍ତିତ ଅଛନ୍ତି । ଲୁଟେରାମାନେ ଯିବା ପରେ ବୋମା ଭୟରେ ବ୍ୟାଙ୍କ୍ କର୍ମଚାରୀମାନେ ବାହାରକୁ ପଳାଇ ଆସିଥିଲେ । ପୁଲିସ ପହଞ୍ଚି ବ୍ୟାଙ୍କ୍ ଭିତରକୁ କାହାକୁ ପଶିବାକୁ ଦେଇ ନଥିଲେ । ଫଳରେ ବ୍ୟାଙ୍କ୍ରୁ କେତେ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଛି, ତାହା ଜଣାପଡ଼ିନାହିଁ । ତେବେ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ପାଇଁ ଆସୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons