ବନ୍ଧୁକ ମୁନରେ ଲୁଟିନେଲେ ୬୦ ହଜାର ଟଙ୍କା

Get real time updates directly on you device, subscribe now.

ଢ଼େଙ୍କାନାଳ: ଦିନ ଦ୍ବିପହରେ ଲୁଟ୍‌। ପିସ୍ତଲ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬୦ ହଜାର ଟଙ୍କା, ମୋଟର ସାଇକେଲ ଏବଂ ମୋବାଇଲ ଫୋନ୍। ଢେଙ୍କାନାଳ ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ରାଧାଦେଇପୁର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଦିନ ଦିପହରେ ଲୁଟି ନେଇଛନ୍ତି। ଏ ନେଇ ଲୁଟ୍‌ର ଶିକାର ହୋଇଥିବା ରାଧାଦେଇପୁର ଗାଁର ଅକ୍ଷୟ ବେହେରା ଜୋରନ୍ଦା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
ତାଙ୍କ ଠାରୁ ୬୦ ହଜାର ଟଙ୍କା ,ବାଇକ ଓ ମୋବାଇଲ ଲୁଟି ନେଇଯାଇଛନ୍ତି। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟ ପରେ ଦୁର୍ବୃତ୍ତମାନେ ପୁରୁଣା ବାଇକ ଛାଡି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଅକ୍ଷୟ ସାମାନ୍ୟ ଆହତ ହୋଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons