ବନ୍ଧୁକ ମୂନରେ ଲୁୂଟୁଥିଲେ ଧରାପଡିଲେ

Get real time updates directly on you device, subscribe now.

ରାଉରକେଲା: ପିସ୍ତଲ ମୁନରେ ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟ କରିଥିବା ୩ ଜଣ ପେସାଦାର ଅପରାଧୀଙ୍କୁ ପ୍ଲାଣ୍ଟସାଇଟ ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନେ ହେଲେ ଅରମାନ କୁରେଶୀ, ବିବେକ ଗୁପ୍ତା ଏବଂ ମହମ୍ମଦ ଫାୟୁମ । ସେମାନଙ୍କ ନିକଟରୁ ନଗଦ ୧୧, ୫୨୦ ଟଙ୍କା, ପିସ୍ତଲ, ଗୁଳି ଏବଂ ଡକାୟତିରେ ବ୍ୟବହୃତ ସ୍କୁଟି ଜବତ ହୋଇଛି।ଚନାନୁସାରେ, ୧୩ ଅକ୍ଟୋବର ରାତିରେ ଇକବାଲ ଖାନ ନାମକ ବ୍ୟବସାୟୀ ଆମ୍ବଗାନରୁ ଟଙ୍କା କଲେକ୍ସନ କରି ଫେରୁଥିଲେ। ଏହି ସମୟରେ ଅରମାନ କୁରେଶୀ ନାମକ ଜଣେ ପେଷାଦାର ଅପରାଧୀଙ୍କ ସହ ବିବେକ ଗୁପ୍ତା ଏବଂ ମହମ୍ମଦ ଫାୟୁମ ନୂଆ ବସଷ୍ଟାଣ୍ଡ ନିକଟରେ ଇକବାଲଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଏହାପରେ ତାଙ୍କ ନିକଟରେ ଥିବା ୨୯ ହଜାର ଟଙ୍କା ଲୁଟି ନେଇଥିଲେ । ପ୍ଲାଣ୍ଟସାଇଟ ପୁଲିସ୍‌ ତଦନ୍ତ କରି ଏହି ୩ ଅପରାଧୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons