ବନ ସୁରକ୍ଷା ସମିତି ପକ୍ଷରୁ ଚାଷ ଜମିରେ ବୃକ୍ଷରୋପଣକୁ ବିରୋଧ

Get real time updates directly on you device, subscribe now.

ନବରଙ୍ଗପୁର: ଗରିବ ଲୋକଙ୍କ ଚାଷଜମି ଛଡ଼ାଇ ନେବାକୁ ଉଦ୍ୟମ କରୁଛି ବନ ସୁରକ୍ଷା ସମିତି । ଚାଷଜମିରେ ବେଆଇନ ଭାବେ ବୃକ୍ଷରୋପଣ ଆରମ୍ଭ କରିଛି । ପ୍ରତିବାଦ କଲେ ନାଲି ଆଖି ଦେଖାଉଛନ୍ତି ସମିତି ସଦସ୍ୟମାନେ । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ କରା ନ ଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ । ଉମରକୋଟ ବ୍ଲକ୍ର କପସାଭଟ୍ଟା ଓ ସାରିଆଭଟ୍ଟା ଗ୍ରାମବାସୀ ଏଭଳି ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ଦୀର୍ଘ ୪୦ ବର୍ଷ ପୂର୍ବେ କପସାଭଟ୍ଟା ଗାଁର ୩୦ ପରିବାର ଓ ସାରିଆଭଟ୍ଟାର ୨୦ ପରିବାର ଜଙ୍ଗଲକାଟି ଜନବସତି କରିଥିଲେ । ଆଉ ବଳକା ଜଙ୍ଗଲ ଜମିରେ ଚାଷବାସ କରି ଚଳୁଥିଲେ । ଦୁଇଟି ଗାଁରେ ୨୮ ଜଣଙ୍କୁ ଜଙ୍ଗଲ ଜମି ଆଇନ ଅନୁଯାୟୀ ପଟ୍ଟା ମଧ୍ୟ ମିଳିଛି । ବଳକା ପରିବାର ଜଙ୍ଗଲ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି । ତେବେ ଏହି ଚାଷଜମିରେ ବନବିଭାଗ ଦ୍ୱାରା ଗଠିତ ପଡେ଼ାଶୀ ଗାଁ କୁସୁମଗୁଡ଼ା ଓ ସିର୍ଲିଗୁଡ଼ାର ବନ ସୁରକ୍ଷା ସମିତି ପକ୍ଷରୁ ଜବରଦସ୍ତ ଜେସିବି ଦ୍ୱାରା ଗାତ ଖୋଳି ବୃକ୍ଷରୋପଣ କରାଯାଉଛି । ପ୍ରତିବାଦ କଲେ ବନସୁରକ୍ଷା ସମିତି ଗାଁ ଲୋକେ ଆସି ଗଣ୍ଡଗୋଳ କରୁଛନ୍ତି । ଜଙ୍ଗଲ ଅଧିକାର ଆଇନରେ ପ୍ରଶାସନ ପକ୍ଷରୁ କପସାଭଟ୍ଟା ଓ ସାରିଆଭଟ୍ଟା ଗାଁରେ ଦୁଇଟି ଜଙ୍ଗଲ ଅଧିକାର କମିଟି ରହିଛି । ଜଙ୍ଗଲ ଅଧିକାର କମିଟି ଅଜାଣତରେ ବେଆଇନ ଭାବେ ବନସୁରକ୍ଷା ସମିତି ବୃକ୍ଷରୋପଣ କରି ଗରିବ ପରିବାରର ଚାଷଜମି ଛଡ଼ÿାଇ ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏହି ବିବାଦର ସମାଧାନ ନ କରାଗଲେ ଆଗାମୀ ଦିନରେ ଉକ୍ତ ଦୁଇଟି ଗାଁର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ବୁର୍ଜା ପଞ୍ଚାୟତର କପସାଭଟ୍ଟା ଗାଁ ଜଙ୍ଗଲ ଅଧିକାର କମିଟିର ସଭାପତି ଶିରି ସାନ୍ତା, ସମ୍ପାଦକ ଜୟ ସାନ୍ତା ଓ କୁର୍ସି ପଞ୍ଚାୟତର ସାରିଆଭଟ୍ଟା ଗାଁ ସଭାପତି ବିଶ୍ୱନାଥ ସାନ୍ତା ଓ ସମ୍ପାଦକ ରାଧୁ ଜାନୀଙ୍କ ସମେତ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons