ମଥୁରାନଗରୀ,(ବି.ବି.ନୁ୍ୟଜ୍): ମଥୁରା ନରେଶ ପ୍ରବଳ ପ୍ରତାପୀ, ତ୍ରିଭୂବନ ବିଜ୍ରୟୀ ମହାରାଜ କଂସଙ୍କ ନିଦେ୍ର୍ଧଶ କ୍ରମେ ଚିଟାଉ ଧରି ଗୋପରେ ପହଞ୍ଚିଛନ୍ତି ଶ୍ରୀକୃଷ୍ଣଙ୍କ ଅନ୍ୟତମ ପରମ ଭକ୍ତ ଅକ୍ରୂର । ଯମୁନା କୂଳରେ କୃଷ୍ଣ ପଦଚିହ୍ନ ଦେଖି ବିଭୋର ହୋଇଛନ୍ତି ସେ । ଏପଟେ ମହାରାଜ କଂସ ନିଜ ମୃତୁ୍ୟକୁ ରୋକିବା ପାଇଁ ଯମପୁରୀ ଉପରେ ଆକ୍ରମଣ କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅଷ୍ଟମ ଦିବସର ଏହି ମୁକ୍ତାକାଶ ନାଟ୍ୟାଭିନୟକୁ ସହସ୍ର ସହସ୍ର ଦର୍ଶକ ମନଭରି ଉପଭୋଗ କରିଛନ୍ତି ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି ଯୋଗଦେଇଥିବା ପ୍ରଥମ ଆନ୍ତର୍ଜାତୀୟ ଟିମ୍ ଭାବେ ବାଙ୍ଗଲାଦେଶର ଉପସ୍ଥିତି ଦର୍ଶକଙ୍କୁ ଉତ୍ସାହିତ କରିଛି । ଢ଼ାକା ମୀରପୁରର ଅବଦୁଲ୍ଲାହ ଅଲମାମୁନ ଓ ଦଳଙ୍କ ଦ୍ୱାରା ପରିବେଷିତ ବାଙ୍ଗଲାଦେଶୀ ନୃତ୍ୟ ରାଜା ଓ ପ୍ରଜାଙ୍କୁ ଆମୋଦିତ କରିଥିଲା । କୋଲକାତାର ଶଙ୍କର ବରଣମର ଭାରତ ନାଟ୍ୟମ୍, କୋଲାକାତାର କଥକ୍ ନୃତ୍ୟ, କୋଲକାତାର ସୋନା କୁଣ୍ଡୁ ଓ ଦଳଙ୍କ ଲୋକନୃତ୍ୟ, ହରିୟାଣା ଧରମପୁତ୍ର କଲାମଞ୍ଚର ଲୋକନୃତ୍ୟ, ଆସାମର ବିକି ହଜାରିକା ଓ ଦଳଙ୍କ ବିହୁ ନୃତ୍ୟ, କୋରାପୁଟ ପ୍ରତିମା ରଥ ଓ ଦଳଙ୍କ ଦୁରୂଆ ନୃତ୍ୟ, ପୁରୀ ସାକ୍ଷୀଗୋପାଳର ନିଲାଦ୍ରୀ ଗୋଟିପୁଅ ନୃତ୍ୟ, ବଳାଙ୍ଗୀରର ଢେ଼ାଲମୁହୂରୀ, ଝାରସୁଗୁଡ଼ାର ରାଇଁଝାଇଁ, ଲୁଇସିଂଘାର ସୁରସଙ୍ଗମ, ବରଗଡ଼ର ସୁରମନ୍ଦିରର କଳାକାର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିବା ବେଳେ ବିନ୍ଦୁ ମଲ୍ଲିକ ଓ ଦଳ ବ୍ୟଙ୍ଗ ନାଟିକା ପ୍ରଦର୍ଶନ କରିଥିଲେ । ସେହିଭଳି ଗୋପରେ ଆଜି ପ୍ରହଲ୍ଲାଦ ଦୀପ, ହାରାଧନ ଗ‡ିଆ, ବ୍ୟାସ ବେହେରା ଓ ଦଳଙ୍କ ସଞ୍ଚାର ପରିବେଷିତ କରିଥିଲେ । ପୁରୀର ସୁଦର୍ଶନ ରୟ ଓ ଦଳଙ୍କ ଗୋଟିପୁଅ ପ୍ରଦର୍ଶିତ ହୋଇଥିଲା । ଅନିରୁଦ୍ଧ ପାଇକ ଓ ଦଳଙ୍କ ଦ୍ୱାରା ପ୍ରସ୍ତୁତ ଭଜନ ସମାବେଶ ଗୋପବାସୀଙ୍କୁ ବାନ୍ଧି ରଖିଥିଲା । କାର୍ଯ୍ୟକ୍ରମକୁ ସାଂସ୍କୃତିକ କମିଟି ଆବାହକ ଗୋପାଳ କୃଷ୍ଣ ଦାଶ ସଂଯୋଜନା କରିଥିଲେ । ନେହେରୁ ସରାଫ, ଗୋପବନ୍ଧୁ ପୁରୋହିତ, ଇକବାଲ ଖାଁ, ଅଶୋକ ପଶାୟତ, ଚୈତନ୍ୟ ପାଇକଙ୍କ ସମେତ କମିଟି ସଦସ୍ୟମାନେ ସହଯୋଗ କରିଥିଲେ ।


Comments are closed, but trackbacks and pingbacks are open.