ବରିÂ କିରାଣିଙ୍କୁ ଧରିଲା ଭିଜିଲାନ୍ସ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ଜଣେ ଠିକାଦାରଙ୍କ ପାଖରୁ ୪ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବରିÂ କିରାଣି । ଗିରଫ ହୋଇଥିବା କିରାଣି ଜଣଙ୍କ ହେଲେ ପ୍ରକାଶ କୁମାର ସାହୁ । ବିଧାୟକଙ୍କ ପାଣ୍ଠିରେ ହେବାକୁ ଥିବା ଏକ ବିଶ୍ରାମାଗାର କାର୍ଯ୍ୟାଦେଶ ପାଇଁ ଠିକାଦାରଙ୍କ ପାଖରୁ ସେ ଲାଂଚ ନେବା ବେଳେ ଧରାପଡିଛନ୍ତି । ଗିରଫ ପରେ ଅଧିକ ତଦନ୍ତ ପାଇଁ ଶ୍ରୀ ସାହୁଙ୍କୁ ରାୟଗଡ଼ା ଅଣାଯାଇଛି । ତଦନ୍ତ ଶେଷ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
କାଶୀପୁର ବ୍ଲକ ଡଙ୍ଗାସିଲ ଗାଁରେ ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ଯୋଜନା ହୋଇଥିଲା । ଯୋଜନା ଅନୁଯାୟୀ ବିଧାୟକ ଏବଂ ବିଡିଓ ସମସ୍ତ ନଥିପତ୍ର ପ୍ରସ୍ତୁତ କରିଥିଲେ । ଏହି ନିର୍ମାଣ କାର୍ଯ୍ୟ ପାଇଁ ଚୟନ ହୋଇଥିବା ଠିକାଦାର ବିଳାସ କୁମାର ନାୟକ କାର୍ଯ୍ୟାଦେଶ ପାଇଁ ଅପେକ୍ଷା କରିଥିଲେ । କାର୍ଯ୍ୟାଦେଶ ମିଳିଲେ ସେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ ବୋଲି ସୂଚନା ଦେଇଥିଲେ । ହେଲେ କାର୍ଯ୍ୟାଦେଶ ପ୍ରଦାନ ପାଇଁ ଉନ୍ନୟନ କାର୍ଯ୍ୟ ଦାୟିତ୍ୱରେ ଥିବା ବରିÂ କିରାଣି ଶ୍ରୀ ସାହୁ ତାଙ୍କୁ ୪ ହଜାର ଟଙ୍କା ଲାଂଚ ମାଗିବା ସହ ବହୁବାର ବୁଲାଇଥିଲେ । ଏ ସମ୍ପର୍କରେ ବିଳାସ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ । ଲିଖିତ ଅଭିଯୋଗ ହସ୍ତଗତ ହେବା ପରେ ଭିଜିଲାନ୍ସ କର୍ତ୍ତୃର୍ପକ୍ଷ ତପôରତା ଦେଖାଇଥିଲେ । ପୂର୍ବ ଯୋଜନା ପ୍ରକାରେ ଆଜି କିରାଣି ଶ୍ରୀ ସାହୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଠିକାଦାର ବିଳାସ ନାୟକଙ୍କ ଠାରୁ ୪ ହଜାର ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସର ଦୁଇଟି ସ୍ୱତନ୍ତ୍ର ଟିମ୍ ତାଙ୍କୁ ଧରିଥିଲେ । ତାଙ୍କ ନିକଟରୁ କେମିକାଲ୍ବୋଳା ୪ ହଜାର ଟଙ୍କା ଜବତ କରାଯାଇଥିଲା । ଟଙ୍କା ଜବତ ପରେ କିରାଣିଙ୍କୁ ଗିରଫ କରାଯାଇ ରାୟଗଡ଼ା ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । ସେଠାରେ ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ତରଫରୁ ସୂଚନା ଦିଆଯାଇଛି । ଭିଜିଲାନ୍ସ ଡିଏସ୍ପି ଅନନ୍ତପ୍ରସାଦ ମଲ୍ଲିକ ଏବଂ ଭବାନୀପାଟନା ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଏହି ଚଢ଼ଉରେ ସାମିଲ ହୋଇଥିଲେ । କାଶୀପୁର ବ୍ଲକରେ ବ୍ୟାପକ ଦୁର୍ନୀତି ହେଉଥିବା ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜିର ଭିଜିଲାନ୍ସ ଚଢ଼ଉ ଓ କିରାଣିଙ୍କୁ ଗିରଫ କରାଯିବା ଏହାର ବଳିÂ ପ୍ରମାଣ ବୋଲି ସ୍ପଷ୍ଟ ହୋଇଛି । ଏଭଳିକି ବିଧାୟକ ଉନ୍ନୟନ ପାଣ୍ଠିରୁ ମଧ୍ୟ ଲାଂଚ କାରବାର ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଆଲୋଚନା ହେଉଛି । ଯଦି କିରାଣିଙ୍କ ଠାରୁ ଆରମ୍ଭ କରି ବରିÂ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ବିଧାୟକ ଉନ୍ନୟନ ପାଣ୍ଠିକୁ ଛାଡ଼ୁନାହାନ୍ତି ତେବେ ଅନ୍ୟ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଥିବ ତାହା ସ୍ପଷ୍ଟ ଅନୁମେୟ । ତେଣୁ ଯେଉସବୁ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ସେଗୁଡିକ ଉପରେ ସ୍ୱତନ୍ତ୍ର ଭାବେ ତଦନ୍ତ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons