ବରୁଣେଇରେ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ଦେଲେ ରାଷ୍ଟ୍ରପତି

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ‘ଓଡ଼ିଶା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ମାଟି । ଭକ୍ତି ଓ କ୍ରାନ୍ତିର ଏ ମାଟିର ସଭ୍ୟତା ଓ ସଂସ୍କୃତି ସ୍ୱତନ୍ତ୍ର । ଏହାର ସମୃଦ୍ଧ ପ୍ରେରଣା ଆମର ଆତ୍ମ ଗୌରବ ବଢ଼ାଉଛି । ପ୍ରାଚୀନ କାଳରୁ ବିଦେଶରେ ଓଡ଼ିଶାର ସମୃଦ୍ଧ ସଭ୍ୟତା, ଦର୍ଶନ ଓ ସଂସ୍କୃତିର ପ୍ରଚାର ପ୍ରସାର ହୋଇଛି । ଉକ୍ରଳ ମାଟିର ଏ ସ୍ୱତନ୍ତ୍ରତା ସମଗ୍ର ବିଶ୍ୱ ଦରବାରରେ ଭାରତର ଗୌରବକୁ ବଢ଼ାଇଛି । ଦେଶର ଭବିଷ୍ୟତ ନିର୍ମାଣକୁ ଏହା ମଧ୍ୟ ବେଶ ଉତ୍ସାହିତ କରୁଛି ।’
ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରି ସେ କହିଲେ, ଏ ମାଟି ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିପାରିଥିଲା । ଖୋର୍ଦ୍ଧା ମାଟିରୁ ସ୍ୱାଭିମାନୀ ପାଇକ ମାନଙ୍କର ସଂଗ୍ରାମ ବି୍ରଟିଶ ସରକାରକୁ ଦୋହଲାଇଥିଲା । ଜୟୀ ରାଜଗୁରୁଙ୍କୁ ଫାଶୀ ଦେଇ ବ୍ରିଟିଶ ଭାବିଥିଲା ବିଦ୍ରୋହରେ ପୂର୍ଣ୍ଣଛେଦ ପଡିଲା । ମାତ୍ର ତାହା ଭୁଲ ପ୍ରମାଣିତ ହେଲା । ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ଆହୁରି ଜୋରଦାର ହେଲା । ସବୁ ବର୍ଗର ଲୋକ ଏ ଆନେ୍ଦାଳନକୁ ସମର୍ଥନ ଦେଇଥିଲେ । ସଂଗ୍ରାମୀଙ୍କ ଏହି ଐତିହାସିକ ସ୍ଥଳରେ ପାଇକ ସ୍ମାରକୀ ଆଗାମୀ ପିଢ଼ିକୁ ଉତ୍ସାହିତ ଓ ରୋମାଞ୍ଚିତ କରିବ । ଏହା ବଳିଦାନର ଏକ ତୀର୍ଥସ୍ଥଳ ପାଲଟିବ ।
ରାଷ୍ଟ୍ରପତି କହିଲେ, ବକ୍ସି ଜଗବନ୍ଧୁ କାରାବରଣ କରି ମୃତୁ୍ୟବରଣ କଲେ ସତ ମାତ୍ର ତାଙ୍କ ଲଢେ଼ଇ ଓ ବଳିଦାନ ବ୍ୟର୍ଥ ଗଲାନି । ତାଙ୍କର ସୁସଂଗଠିତ ଆନେ୍ଦାଳନ ଇତିହାସର ପୃÂାରେ ସ୍ୱର୍ଣ୍ଣିମ ଅଧ୍ୟାୟ ହୋଇ ରହିଲା । ଏ ସ୍ୱର୍ଣ୍ଣିମ ସ୍ମୃତିକୁ ଏ ସ୍ମାରକୀ ଆମ ଉତ୍ତର ପିଢି ନିକଟରେ ପହଞ୍ଚାଇବ । ଏ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଉଦ୍ୟମକୁ ମୁଁ ସାଧୁବାଦ ଜଣାଉଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସ୍ମାରକୀ ନିର୍ମାଣକୁ ଅଗ୍ରାଧିକାର ଦେଇଥିବାରୁ ଅଭିନନ୍ଦନ ଜଣାଉଛି । କେନ୍ଦ୍ର ସରକାର ଏ ଗଣବିପ୍ଲବର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଚେୟାର ପ୍ରତିÂା କରାଯାଇଛି । ଆମ ପୂର୍ବ ପୁରୁଷଙ୍କ ତ୍ୟାଗ ଓ ବଳିଦାନକୁ ଆମ ଯୁବପିଢ଼ି ନିକଟରେ ପରିଚିତ କରାଇବା ହେଉଛି ରାଷ୍ଟ୍ର ନିର୍ମାଣର ବଡ଼ ଦାୟିତ୍ୱ ।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଲେ ଓଡିଶାକୁ ପ୍ରକୃତିର ବରଦାନ ଅସୀମ । ଏ ରତ୍ନଗର୍ଭା ଭୂମିରେ ଖଣିଜ ସମ୍ପଦ, ପର୍ବତମାଳା, ବିଶାଳ ସମୁଦ୍ର ଓ ଉର୍ବର ଶସ୍ୟ ଶ୍ୟାମଳା କ୍ଷେତ ଭରି ରହିଛି । ଏ ମାଟିର ମଣିଷମାନେ ପରିଶ୍ରମୀ ଓ ପ୍ରତିଭାଶାଳୀ । ଏ ରାଜ୍ୟର କାରିଗରମାନେ କୋଣାର୍କର ସୂର୍ଯ୍ୟ ମନ୍ଦିର ଭଳି ଅପାର କାରୁକାର୍ଯ୍ୟମଣ୍ଡିତ ଐତିହ୍ୟ ନିର୍ମାଣ କରିପାରିଛନ୍ତି । ବିଜ୍ଞାନରୁ ଆରମ୍ଭ କରି ପର୍ଯ୍ୟଟନ ଯାଏଁ ସବୁକ୍ଷେତ୍ରରେ ଏଠି ସଫଳତାର କାହାଣୀ ଭରପୁର । ଭାରତ ସରକାର ପୂର୍ବ ଭାରତର ବିକାଶକୁ ସବୁଠୁ ଅଧିକ ଏବେ ଗୁରୁତ୍ୱ ଦେଉଛନ୍ତି । ଏଠାରେ ଭିତ୍ତିଭୂମିରେ ନିବେଶ ପରିମାଣ ବଢୁଥିଲା ବେଳେ ଆଧୁନିକ ଶିକ୍ଷା ସଂସ୍ଥା ଏକବିଂଶ ଶତାବ୍ଦୀର ଆହ୍ୱାନକୁ ଗ୍ରହଣ କରିବାକୁ ଯୁବପିଢ଼ିକୁ ପ୍ରସ୍ତୁତ କରୁଛି । ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ ଓ ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ବାବୁ ଓଡିଶାର ବିକାଶ ପାଇଁ ସବୁବେଳେ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ କାମ କରୁଥିଲେ । ଆଗାମୀ ଦିନର ଆହ୍ୱାନକୁ ଗ୍ରହଣ କରି ଓଡିଶାକୁ ବିକାଶ ପଥରେ ଆଗେଇ ନେବାକୁ ଆସନ୍ତୁ ଆମେ ସମସ୍ତେ କାମ କରିବା । ନୂଆ ସମୃଦ୍ଧ ଭାରତ ଗଢ଼ିବାରେ ଯଦି ଆମେ ସଫଳ ହେବା ତେବେ ତାହା ହେବ ପାଇକବୀରଙ୍କ ପ୍ରତି ଶ୍ରେÂ ଶ୍ରଦ୍ଧାଞ୍ଜଳି ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପାଇକଙ୍କ ତ୍ୟାଗ ଓ ଲଢେ଼ଇ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସେ କହିଲେ ଏ ମାଟିରେ ରକ୍ତରଞ୍ଜିତ ଇତିହାସର ବିରାଟ ଅଧ୍ୟାୟ ପୁଣି ଉନ୍ମୋଚିତ ହେବାକୁ ଯାଉଛି । ପାଇକ ବିଦ୍ରୋହ ହେଉଛି ଦେଶର ପ୍ରଥମ ରକ୍ତାକ୍ତ ଗଣ ସଂଗ୍ରାମ । ୧୮୧୭ରେ ମହାନାୟକ ବକ୍ସିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଏ ଦୁର୍ବାର ଲଢେଇ । ଏ ସଂଗ୍ରାମକୁ ମୋଦି ସରକାର ସ୍ୱତନ୍ତ୍ର ମାନ୍ୟତା ଦେଇଛନ୍ତି । ଦୁଇଶହ ବର୍ଷ ପୂର୍ତି ଉସôବ ପାଳନ କରିବା ଆମ ପାଇଁ ଗୌରବର ବିଷୟ । ଏ ସଂଗ୍ରାମକୁ ଜାତୀୟସ୍ତରରେ ଏବେ ମାନ୍ୟତା ମିଳିଛି ।
ଏ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଦେଶର ପ୍ରଥମ ମହିଳା ଶ୍ରୀମତୀ ସବିତା କୋବିନ୍ଦ, ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ, କେନ୍ଦ୍ର ପଶୁପାଳନ ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଓଡିଆ ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଧାର୍ଯ୍ୟ କାର୍ଯ୍ୟସୂଚୀଠାରୁ ୨୫ମିନିଟ ପୂର୍ବରୁ ଶେଷ ହୋଇଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons