ବର୍ଷକର ଛୁଆ ସହ ୨୩ ଉଦ୍ଧାର

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ବନ୍ୟା ପ୍ରପୀଡିତ ଯାଜପୁରରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି କୋରାପୁଟ ଓଡ୍ରାଫ୍ ଟିମ୍ । ଟିମ୍ର ସଦସ୍ୟମାନେ ମାତ୍ର ୩ ଘଣ୍ଟାରେ ବନ୍ୟା ଘେରରେ ଥିବା ଗୋଟିଏ ବର୍ଷକର ଛୁଆ ସହ ୨୭ ଜଣଙ୍କୁ ଉଦ୍ଧାର କରିଛନ୍ତି । ଯାଜପୁରରେ ବନ୍ୟା ଆଶଙ୍କା କରି କୋରାପୁଟ ଓଡ୍ରାଫ ଟିମ୍କୁ ସେଠାକୁ ପଠାଯାଇଥିଲା । ଟିମ୍ର ୨୪ ଜଣ ସଦସ୍ୟ ଗତ ୨୭ ତାରିଖରେ ଜିଲ୍ଲାରେ ପହଞ୍ଚିଥିଲେ । ଟିମ୍ରେ ଅଛନ୍ତି ଜୟପୁରର ୨ ସଦସ୍ୟ । ସେମାନେ ହେଲେ ହାବିଲଦାର ରାଜେଶ କୁମାର ସାହୁ ଏବଂ ସନ୍ତୋଷ କୁମାର ପଣ୍ଡା । ରାଜେଶଙ୍କ ସୂଚନା ଅନୁଯାୟୀ, ଆଜି ରସୁଲପୁର ବ୍ଲକ ଖଣ୍ଡାସର କେତେକ ଲୋକ ଗତ ୩ ଦିନ ହେବ ବନ୍ୟା ଘେରରେ ଥିବା ଖବର ମିଳିଥିଲା । ପ୍ରଶାସନର ନିଦେ୍ର୍ଧଶକ୍ରମେ ଟିମ୍ ସେଠାରେ ପହଞ୍ଚିଥିଲା । ଗାଁର ୨୭ ଜଣ ଲୋକ ନଖାଇ ନପିଇ କିଏ ଗଛ ଉପରେ ତ ଆଉ କିଏ ଘରର ଛାତ ଉପରେ ଥିଲେ । ଗୋଟିଏ ପରିବାରର ୫ ଜଣ ସଦସ୍ୟ ଘରର ଛାତ ଉପରେ ରହିଥିବା ଜଣାପଡିଥିଲା । ଯେଉଁଥିରେ ଥିଲେ ବାପାମା’ ସହ ୩ ଭାଇଭଉଣୀ । ୩ ଭାଈ ଭଉଣୀଙ୍କ ଭିତରୁ ଜଣେ ୧୪ ମାସର ଛୁଆ । ସମସ୍ତେ ବିକଳ ହୋଇ ଉଦ୍ଧାର ଲାଗି ଚି+ାର କରୁଥିଲେ । ଡଙ୍ଗାରେ ଯାଇ ଦଉଡି ବାନ୍ଧି ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ଏଥିସହ ଗାଁର ୧୦ରୁ ଅଧିକ ଗୃହପାଳିତ ପଶୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons