ବର୍ଷାପାଣିରେ ଭାସିଲା ମନ୍ଦିର

Get real time updates directly on you device, subscribe now.

କୋଣାର୍କ: ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ବିତ୍ପାତରୁ ବର୍ତ୍ତି ପାରିନି ମନ୍ଦିର। କୋଣାର୍କ ସୂର୍ୟ୍ୟମନ୍ଦିର ପାଣି ଘେରରେ ଥିବାବେଳେ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିର ମଧ୍ୟ ଜଳମଗ୍ନ ହୋଇ ଯାଇଛି।
ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁଁ ପାଣିରେ ବୁଡ଼ି ରହିଛି ସୂର୍ୟ୍ୟ ମନ୍ଦିର। ମନ୍ଦିରର ମୁଖ୍ୟ ଭାଗରୁ ଆରମ୍ଭ କରି ପୂରା ସୂର୍ୟ୍ୟ ମନ୍ଦିରରେ ପାଣି ଆଉ ପାଣି। ପର୍ୟ୍ୟଟକ ମନ୍ଦିର ଭିତରକୁ ପଶିବା ଏକରକମ ମୁସ୍‌କିଲ୍ ହୋଇପଡ଼ିଛି। ମନ୍ଦିର ପରିସରରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି ।
ସେହିପରି ଲଗାଣ ବର୍ଷା ଯୋଗୁ ବ୍ରହ୍ମଗିରିର ଅଲାରନାଥ ମନ୍ଦିରରେ ପାଣି ପଶି ଯାଇଛି । ସେତିକି ନୁହେଁ, ମନ୍ଦିରର ଗର୍ଭଗୃହରେ ପାଣି ଗଳୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons