ବର୍ଷେ ହେଲା ପ୍ରକଳ୍ପ କାମ ସରିଲାଣି, ଅର୍ଥ ମିଳୁନି

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ବିଜୁ କେବିକେ ଯୋଜନାରେ ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ନବ ନିର୍ମିତ ଖିନବର୍ ପଞ୍ଚାୟତର ଘାଟିଗୁଡ଼ା ଗ୍ରାମରେ ୨୦୧୮-୧୯ ବର୍ଷରେ ୩ ଲକ୍ଷ ଟଙ୍କା ବ୍ୟୟରେ ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିଲା । ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଯନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଘାଟିଗୁଡ଼ା ଗ୍ରାମର କେତେକ ଯୁବକ ଏହି କାମ ଆରମ୍ଭ କରିଥିଲେ । ଘାଟିଗୁଡ଼ା ଗ୍ରାମକୁ ଯାତାୟାତର ସୁବିଧା ନଥିବାରୁ ବହୁ କଷ୍ଟରେ ନିର୍ମାଣ ସାମଗ୍ରୀ ଯୋଗାଡ କରିଥିଲେ । ଧାରା ଉଦ୍ଧାର କରି ଯୁବକମାନେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ । କିନ୍ତୁ ପରେ ସଂପୃକ୍ତ ଯନ୍ତ୍ରୀଙ୍କ ଅନ୍ୟତ୍ର ବଦଳି ହୋଇଗଲା । ସେବେଠୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଶେଷ କରିଥିବା ଯୁବକମାନେ ବ୍ୟୟ ବରାଦ ଅର୍ଥ ୁପାଇନାହାନ୍ତି । ଏନେଇ ବାରମ୍ବାର ନନ୍ଦପୁର ବ୍ଲକ୍ ପ୍ରଶାସନ ଓ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କୁ ଗୁହାରି କରି ନୟାନ୍ତ ହୋଇଥିବା ବେଳେ କିଛି ସୁଫଳ ମିଳିନି । ପ୍ରଶାସନ ପକ୍ଷରୁ ଯଦି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟରେ ଏଭଳି ଅବହେଳା କରାଯାଏ ତେବେ ବିକାଶ କେମିତି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ତୁରନ୍ତ ଯୁବଗୋÂୀ ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଖର୍ଚ୍ଚ କରିଥିବା ଅର୍ଥ ସେମାନଙ୍କୁ ପ୍ରଦାନ ପାଇଁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons