ବଲାଙ୍ଗୀର ଜିଲ୍ଲା କଂଗ୍ରେସ ଅନୁସୂଚିତ ଜାତି ସେଲ୍ ପକ୍ଷରୁୂ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା

Get real time updates directly on you device, subscribe now.

ବଲାଙ୍ଗିର : ଉତ୍ତରପ୍ରଦେଶ ଅନ୍ତର୍ଗତ ହଥରସ ଗଣ ଦୁଷ୍କର୍ମ ଘଟଣା ଭାରତ ବର୍ଷର ସମସ୍ତ ଦଳିତ ସମାଜର ଏକ ମର୍ମାହତ ଅବସ୍ଥା ସୃଷ୍ଟି କରିଛି । ଏକ ଦଳିତ ନାବାଳିକା ଯୁବତୀର ଗଣଦୁଷ୍କର୍ମ ଘଟଣାରେ ଉତ୍ତର ପ୍ରଦେଶ ସରକାର ନିସ୍କ୍ରିୟତା ଏବଂ ପିଡିତାଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ସମେତ ପୋଲିସ ନାରକୀୟ କାର୍ୟ୍ୟକ୍ରମ ସମଗ୍ର ଦେଶ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ହଥରସ ପୋଲିସ ପିଡିତାଙ୍କ ଶବକୁ ଜବରଦସ୍ତ ପୋଡି ଦେବା ଆହୁରି ସନ୍ଦେହକୁ ଘନିଭୁତ କରିଥିବା ବେଳେ ତାଙ୍କ ପରିବାରକୁ ଧମକ ଚମକ ଦେବା ଦୁର୍ଭାଗ୍ୟର ବିଷୟ । ଦଳିତ ଯୁବତି ପରିବାରଙ୍କୁ ନ୍ୟାୟ ଏବଂ ରାଜ୍ୟର ଯୋଗୀ ସରକାର ଏବଂ କେନ୍ଦ୍ରର ମୋଦୀ ସରକାର ର ବରଖାସ୍ତ ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଅନୁସୂଚିିତ ଜାତି ସେଲ ବିଭାଗ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଶିଷ୍ଟ ଦଳିତ ନେତା ସତ୍ୟାନନ୍ଦ ସୁନା, ଓମ୍ ପ୍ରକାଶ କୁମ୍ଭାର, ଯୁବ ଦଳିତ ନେତା ମନବୋଧ ହରପାଲଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପ-ସଭାପତି ମନୀଷ ମିଶ୍ର, ରାଜ୍ୟ କଂଗ୍ରେସ ସଂପାଦକ ଅଜୟ ବାଲି, ଅସିତ ମିଶ୍ର, ସାନନ୍ଦ ମିଶ୍ର, ବ୍ରଜ ବିହାରି ନାଗ,ଅଙ୍କିତ ସାହୁ, ଲକ୍ଷ୍ମୀ ବାରିକ, ଚିନ୍ମୟ ତାଣ୍ଡି, ଅଭିନାଶ ସାଏ, ମାନସ ମହାନ୍ତି, କିଶୋର ଦଣ୍ଡସେନା, ସଂଜୟ ମିଶ୍ର, ହେମନ୍ତ ମଚଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons