ଲଖନପୁର,(ବି.ବି.ନୁ୍ୟଜ୍): ଝାରସୁଗୁଡ଼ା ଜିଳ୍ଲା ଲଖନପୁର ବ୍ଲକ ଦଳଗାଁ ପଞ୍ଚାୟତ ବଲିଆମୁଣ୍ଡା ଗାଁରେ ତରଳ ଝାଡ଼ା ବ୍ୟାପିଛି । ବର୍ତ୍ତମାନ ସୁଦ୍ଧା ଗାଁର ୪୩ ଜଣ ଉଭୟ ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇସାରିଛନ୍ତି । ମୋଟ ୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରେ ଘରକୁ ଫେରିଛନ୍ତି । ଅନ୍ୟ ୩ ଜଣଙ୍କ ଚିକିତ୍ସା ଜାରି ରହିଛି । ସୂଚନା ପାଇ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ।
୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ନିଆଯାଇ ଲଖନପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନଙ୍କ ଅଛନ୍ତି ପୁନି ଓରାମ (୬୫), ଅଳି ଓରାମ (୧୮) ଓ ପୁନି ଓରାମ (୫୮) । କୁମ୍ଭାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହେବାରୁ ଘରକୁ ଫେରିଥିବା ଆକ୍ରାନ୍ତମାନେ ହେଲେ ଗୁରୁବାରୀ ଓରାମ (୧୬) ଓ ପ୍ରଭାତୀ ଓରାମ (୮) ।
ସୂଚନା ମତେ ଗତ ଶନିବାର ଓ ରବିବାର କିଛି ଲୋକ ତରଳ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇଥିଲେ । ସୋମବାର ଏହା ସଂକ୍ରମିତ ହୋଇ ଅନ୍ୟମାନଙ୍କୁ ବ୍ୟାପିଥିଲା । ଗାଁର ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଆଶାକର୍ମୀ ଘଟଣା ସମ୍ପର୍କରେ ଲଖନପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେବା ସହ ସମସ୍ତ ଆକ୍ରାନ୍ତଙ୍କୁ ଆବଶ୍ୟକ ଔଷଧ ସହ ଓଆର୍ଏସ୍ ଦେଇଥିଲେ । ଆଜି ଗ୍ରାମକୁ ଏଡିଏମ୍ଓ (ପରିବାର କଲ୍ୟାଣ) ଡା. ସୁପ୍ରଭା ବାରିକ, ଏଡିଏମ୍ଓ (ଜନସ୍ୱାସ୍ଥ୍ୟ) ଡା. ଡୋଳାମଣି ପଟେଲ, ଡା. ଜ୍ୟୋତି ପ୍ରକାଶ ସାମଳ, ଡା. ହିମାଂଶୁ ଶେଖର ପଶାୟତ, ଡା. ସୁବ୍ରତ ପଧାନଙ୍କ ସମେତ ଆର୍ବିଏସ୍କେ ଟିମ ପହଞ୍ଚô ଥିଲେ । ଏହି ଟିମ୍ ସହିତ ସ୍ଥାନୀୟ ଏଏନ୍ଏମ୍, ହେଲ୍ଥ ୱାର୍କର୍, ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ସାମିଲ ହୋଇ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିଲେ । ଗାଁର ୫୦ଟି ପରିବାରର ପ୍ରାୟ ୪୦୦ ଜଣଙ୍କୁ ପ୍ରତିଶେଧକ ଔଷଧ ସହିତ ଓଆର୍ଏସ୍ ଦିଆଯାଇଛି । ଖବର ଲେଖା ଯିବା ପର୍ଯ୍ୟନ୍ତ ରୋଗ ଆୟତ୍ତାଧୀନ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ । ପାନୀୟ ଜଳରୁ ରୋଗ ବ୍ୟାପିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଡାକ୍ତରୀ ଦଳ ଗ୍ରାମବାସୀଙ୍କୁ ପରିସ୍କାର ଓ ଫୁଟା ପାଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।
ସୂଚନା ଥାଉ ଗାଁକୁ ଓପିଜିସି ଇବ ଥର୍ମାଲ ତରଫରୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ଗତ ରବିବାର ଡିଏମ୍ଏଫ୍ ତରଫରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇପ୍ ପୋତିବା କାମ କରିବା ସମୟରେ ଅସାବଧାନତା କାରଣରୁ ଓପିଜିସିର ପାଇପ ଭାଙ୍ଗି ଯାଇଥିଲା । ଫଳରେ ଗାଁକୁ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ହେତୁ ଗ୍ରାମବାସୀ କୂଅ ଓ ପୋଖରୀ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ।
Comments are closed, but trackbacks and pingbacks are open.