ବାଲେଶ୍ୱର,(ବି.ବି.ନ୍ୟୁଜ୍): ସଟ୍ସର୍କିଟ୍ ଯୋଗୁଁ ସୋମବାର ବାଲେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ବସ୍ରେ ନିଆଁ ଲାଗିଥିଲା । ଅଶ୍ନିଶମ ବାହିନୀର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଠିକ୍ ସମୟରେ ମୂଷଳ ଧାରାରେ ବର୍ଷା ହେବା ଯୋଗୁଁ ଏକ ବଡ଼ ଧରଣର ବିପତ୍ତିକୁ ଏଡ଼ାଇ ଦିଆଯାଇଥିଲା । ଫଳରେ ଯାତ୍ରୀମାନେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ।
ସୂଚନା ମୁତାବକ, ଅପରାହ୍ନ ୨ଟା ୩୦ ମିନିଟ୍ରେ ପୁଲ୍ପୁଲ ନାମକ ଏକ ଯାତ୍ରୀବାହୀ ବସ୍(ଓଡି-୦୫ଭି-୦୭୧୭) ବାଲେଶ୍ୱର ବସ୍ଷ୍ଟାଣ୍ଡରୁ ୩୫ ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଗାନ୍ଧି ସ୍ମୃତି ଭବନ ନିକଟରେ ବସ୍ରୁ ଧୂଆଁ ନିର୍ଗତ ହେଉଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ସେମାନେ ବସ୍କୁ ଅଟକାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ୨ଟି ଫାୟାର ଆମ୍ବୁଲାନ୍ସ ସହ ଅଗ୍ନି ସେବାଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯାତ୍ରୀଙ୍କୁ ବସରୁ ଓହ୍ଲାଇଦେବା ସହ ନିଆଁ ଲିଭାଇଥିଲେ । ସେହି ସମୟରେ ବର୍ଷା ହେଉଥିବାରୁ ସହଜରେ ନିଆଁ ଲିଭିଯାଇଥିଲା । ଏହି ଘଟଣାରେ କାହାରି କିଛି କ୍ଷତି ହୋଇନି । ବସ୍ରେ ଲାଗିଥିବା ଏସିରୁ ସଟ୍ସର୍କିଟ୍ ହୋଇ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Comments are closed, but trackbacks and pingbacks are open.