ବସ୍ ମାଲିକଙ୍କୁ ୫ ଲକ୍ଷ ୮୧ ଟଙ୍କା ଜରିମାନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆ ମୋଟର ଯାନ (ଏମଭି) ଆକ୍ଟକୁ ଉଲଂଘନ କରି ରାସ୍ତାରେ ବସ୍ ଚଳାଇବା ମହଙ୍ଗା ପଡ଼ିଛି । ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ-୨) ବସ୍ ମାଲିକ କୋରାପୁଟ ପୁଜାରିପୁଟର ସ୍ନେହରେଖା ପାଢ଼ୀଙ୍କୁ ୫ ଲକ୍ଷ ୮୧ ହଜାର ୯୮୧ ଟଙ୍କା ଫାଇନ୍ କରିଛି । ଉକ୍ତ ବସ୍କୁ ମଧ୍ୟ ଜବତ କରିଛି ଆରଟିଓ । ଏହି ଘଟଣା ପରେ ଅନ୍ୟ ବସ୍ ମାଲିକଙ୍କ ମଧ୍ୟରେ ଛନକା ପଶି ଯାଇଛି ।
ଆରଟିଓ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଏହି ବସ୍ର ମାଲିକ ୨୦୧୯ ମେ’ ମାସ ଠାରୁ କୌଣସି ଟ୍ୟାକ୍ସ ଦେଇ ନାହାନ୍ତି । ଖାଲି ସେତିକି ନୁହେଁ, ଗୋଟିଏ ଜିଲ୍ଳାରୁ ଅନ୍ୟ ଜିଲ୍ଳାକୁ ଯାତ୍ରୀ ପରିବହନ କରିବାକୁ ହେଲେ ପରିବହନ କମିଶନରଙ୍କ ଅଫିସ୍ରୁ ଅନୁମତି ପତ୍ର ଆଣିବା କଥା । ହେଲେ ତାହା ମଧ୍ୟ ସେ ନେଇ ନାହାନ୍ତି । ସେପଟେ ଗତ ବର୍ଷ ନଭେମ୍ବର ଠାରୁ ଉକ୍ତ ବସ୍ର ଫିଟ୍ନେସ୍ ଅବଧି ସରିଯାଇଛି । ଏ ସବୁ କାଗଜପତ୍ର ନ ଥାଇ ବସ୍ ମାଲିକ କୋରାପୁଟ୍ରୁ ଭୁବନେଶ୍ୱର ଯାତ୍ରୀ ପରିବହନ କରୁଥିଲେ । କିଛି ଦିନ ତଳେ ଏ ବିଷୟରେ ଜାଣିବାକୁ ପାଇଥିଲେ ଇନ୍ସପେକ୍ଟର ରଜତ ଶତପଥୀ । ଏନେଇ ସେ ଆରଟିଓ ସଞ୍ଜୟ ବିଶ୍ୱାଳଙ୍କ ସହ ଯୋଗାଯୋଗ କରିଥିଲେ । ଉକ୍ତ ବସ୍ ବୁଧବାର ପ୍ରାୟ ୭ ଟା ବେଳେ ଭୁବନେଶ୍ୱରରେ ପହଞ୍ଚିଥିଲା । ଏହି ସମୟରେ ଇନ୍ସପେକ୍ଟର ଶ୍ରୀ ଶତପଥୀ ତାଙ୍କ ଟିମ୍ ନେଇ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚି ବସ୍ ଡ୍ରାଇଭର ସନ୍ତୋଷ ହେନ୍ତାଳଙ୍କୁ କାଗଜପତ୍ର ମାଗିଥିଲେ । ହେଲେ ସେ କିଛି ଦେଖାଇ ପାରିନଥିଲେ । ଏହାପରେ ବସ ବାବଦରେ ଫାଇନ୍ ଲଗାଇବା ସହ ବସ୍ ଜବତ କରିଥିଲେ । ଏହି ବସ୍ର ୨୦୧୯ ମେ ପହିଲାରୁ ଅକ୍ଟୋବର ୩, ୨୦୨୦ ପର୍ଯ୍ୟନ୍ତ ୫,୬୬,୯୮୧ ଟଙ୍କା ଟ୍ୟାr ବାକି ରହିଥିଲା । ଏହା ବ୍ୟତୀତ ରେଜିଷ୍ଟେ୍ରସନ୍ ଏବଂ ଫିଟନେସ୍ ସାର୍ଟିଫିକେଟ୍ ବିନା ବସ୍ ଚଲାଇବା ପାଇଁ ୫୦୦୦ ଟଙ୍କା ଯୋଡ଼ା ଯାଇଥିବା ବେଳେ ଅନୁମତି ସର୍ତ୍ତ ବିନା ଗାଡି ବ୍ୟବହାର ବାବଦରେ ୧୦,୦୦୦ ଟଙ୍କା ଜରିମାନା ଲାଗିଥିଲା । ଏହିଭଳି ଭାବେ ମୋଟ ୫,୮୧,୯୮୧ ଟଙ୍କା ଜରିମାନା ଲାଗୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons