ବାଂଲାଦେଶ ଜୁସ୍ କାରଖାନାରେ ଅଗ୍ନିକାଣ୍ଡ, ୫୨ ମୃତ

Get real time updates directly on you device, subscribe now.

ଢାକା: ବାଂଲାଦେଶର ରାଜଧାନୀ ଢାକା ନିକଟରେ ଗୁରୁବାର ଏକ ଜୁସ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଅତି କମ୍ରେ ୫୨ ଜଣଙ୍କର ମୃତୁ୍ୟ ହୋଇଛି । ଆହୁରି ୫୦ ଜଣ ଗୁରୁତର ଆହତ ହୋଇଛନ୍ତି । ଜୀବନ ବଞ୍ଚାଇବା ଲାଗି କିଛି ଲୋକ ଜଳନ୍ତା କୋଠାରୁ ତଳକୁ ଡେଇଁ ପଡ଼ିଥିବାବେଳେ କିଛି ଲୋକ ନିଖୋଜ ଅଛନ୍ତି । ତେବେ କାରଖାନା ଭିତରେ କେତେ ଲୋକ ଫଶି ରହିଛନ୍ତି ଏବେଯାଏ ସେ ସଂପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ ।
ପୁଲିସ ଅନୁସାରେ ନାରାୟଣଗଞ୍ଜର ରୂପଗଞ୍ଜ ଅଞ୍ଚଳରେ ଥିବା ଶେଜାନ ଜୁସ୍ (ହାସେମ ଫୁଡ୍ସ ଆଣ୍ଡ ବେଭରେଜ୍ ଲିମିଟେଡ) କାରଖାନାରେ ଗୁରୁବାର ସନ୍ଧ୍ୟା ୫ଟାରେ ନିଆଁ ଲାଗିଯାଇଥିଲା । ୬ ମହଲା ବିଶିଷ୍ଟ କାରଖାନାର ତଳ ମହଲାରେ ପ୍ରଥମେ ନିଆଁ ଲାଗିଥିଲା । ତେବେ କାରଖାନାରେ ରାସାୟନିକ ସାମଗ୍ରୀ ଓ ପ୍ଳାଣ୍ଟିକ ବୋତଲ ଗଚ୍ଛିତ ଥିବାରୁ ନିଆଁ ତୀବ୍ରଗତିରେ ଉପର ମହଲାକୁ ବ୍ୟାପିଥିଲା । ଅଗ୍ନିଶମ ବିଭାଗର ୧୮ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଗ୍ନିଶମ ବିଭାଗ ଓ ପୁଲିସ ଅଧିକାରୀମାନେ କହିଛନ୍ତି ଏପର୍ଯ୍ୟନ୍ତ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି । କେତେ ଜଣଙ୍କର ମୃତୁ୍ୟ ହୋଇଛି ସେ ବିଷୟରେ ଏବେ କିଛି ନିର୍ଦ୍ଧିଷ୍ଟ ଭାବେ କହିହେବ ନାହିଁ । ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯିବା ପରେ କାରଖାନାରେ ତଲାସୀ କରାଯିବ । ସେହିପରି ବହୁ ଲୋକ କାରଖାନାର ଉପର ମହଲାରୁ ଡେଇଁ ଆହତ ହୋଇଥିବାବେଳେ କିଛି ଲୋକ ପୋଡ଼ି ଯାଇଥିବା ସେମାନେ କହିଛନ୍ତି ।
ସେପଟେ ଉଦ୍ଧାର ହୋଇଥିବା ଜଣେ ଶ୍ରମିକ କହିଛନ୍ତି, ଅଗ୍ନିକାଣ୍ଡ ସମୟରେ କାରଖାନାରେ ବହୁ ଶ୍ରମିକ କାମ କରୁଥିଲେ । ତେବେ ନିଆଁ ଲାଗିବା ସମୟରେ କାରଖାନାର ମୁଖ୍ୟ ପ୍ରସ୍ଥାନ ଗେଟ୍ ବନ୍ଦ ଥିଲା । ସେହିପରି ବିଲ୍ଡିଂରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ୍ ନଥିବା ନେଇ ଅନେକ ଶ୍ରମିକଙ୍କ ପରିଜନ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୫ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons