ବାଇକ୍କୁ ଧକ୍କା ଦେଲା ଟ୍ରକ୍: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

Get real time updates directly on you device, subscribe now.

କୁଆରମୁଣ୍ଡା,(ବି.ବି.ନୁ୍ୟଜ୍): ୧୪୩ ନମ୍ବର ଜାତୀୟ ରାଜପଥର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚାଇନା ଟାଉନ ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏକ ଟ୍ରକ୍ ବାଇକ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବାଇକ୍ରେ ଥିବା ଜଣେ ମହିଳାଙ୍କ ମୃତୁ୍ୟ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି ।
ରାଜଗାଙ୍ଗପୁର ବ୍ଲକର କାଂସବାହାଲ ଲାଠିଟୋଲିରେ ରହୁଥିବା ଦେବଦାସ ତିର୍କୀ (୩୫) ଏବଂ ତାଙ୍କ ପତ୍ନୀ ଅନିତା କୁଜୁର (୨୮) ବୀରମିତ୍ରପୁର ଅଞ୍ଚଳରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସୁଥିଲେ । ୧୪୩ ନମ୍ବର ଜାତୀୟ ରାଜପଥର ଚାଇନା ଟାଉନ ଛକ ନିକଟରେ ଝାଡଖଣ୍ଡ ପଟୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ (ଓଡ଼ି୧୪ଏମ୍ ୮୮୪୫) ବାଇକ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦମ୍ପତି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ଲାଗି ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଅନିତାଙ୍କୁ ମୃତ ଘୋଷଣା କରିଥିଲେ । ଦେବଦାସ ଗୁରୁତର ଥିବାରୁ ତାଙ୍କୁ ରାଉରକେଲା ପଠାଇବା ଲାଗି ଲୋକେ ଆମ୍ବୁଲାନ୍ସ ଦେବାକୁ ଦାବି କରିଥିଲେ । ହେଲେ ଆମ୍ବୁଲାନ୍ସ ନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଶେଷରେ ଡାକ୍ତରଖାନା କର୍ତ୍ତୃପକ୍ଷ ୧୦୨ରେ ଅଧିକ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ଘଟାଇ ଟ୍ରକ୍ ଧରି ଚାଳକ ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକେ ଗାଡ଼ିର ପିଛା କରି ବିର୍ସା ମୁଣ୍ଡା ବସଷ୍ଟାଣ୍ଡ ଛକରେ ଧରିଥିଲେ । ଚାଳକ ବାଲ୍ମିକି ମେହେତାଙ୍କୁ ଧରି ଲୋକେ ମାଡ଼ ମାରିବା ସହ ପୁଲିସ୍ ଜିମା ଦେଇଥିଲେ । ପୁଲିସ୍ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons