ବାଇକ୍ ଚୋର ର୍ୟାକେଟ୍ ଠାବ: ୫ ଗିରଫ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ବର୍ଷାଧିକ କାଳ କେନ୍ଦ୍ରାପଡ଼ାରେ ଆତଙ୍କ ଖେଳାଇ ଆସିଥିବା ବାଇକ୍ ଚୋର ର୍ୟାକେଟକୁ ଠାବ କରିବାରେ ସଫଳ ହୋଇଛି କେନ୍ଦ୍ରାପଡ଼ା ପୁଲିସ । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜରୁ ର୍ୟାକେଟ୍ ପାଖରେ ପହଞ୍ଚô ପାରିଥିଲା ପୁଲିସ । ମାଷ୍ଟରମାଇଣ୍ଡ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ରଙ୍କୁ ଧରିବା ପରେ ଗୁମର ଫିଟିଥିଲା ଚୋରି ର୍ୟାକେଟ୍ର । ପୁଲିସ ଏହି ଘଟଣାରେ ସଂପୃକ୍ତ ମାଷ୍ଟରମାଇଣ୍ଡ ସହିତ ମୋଟ ୫ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୨୫ଟି ବାଇକ୍ ଜବତ କରିଥିବା ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ଏସ୍ପି ନୀତି ଶେଖର । ସେମାନେ କେମିତି ଟିକେ ଅସାବଧାନତାର ସୁଯୋଗ ନେଇ ଗୋଟିଏ ପରେ ଗୋଟିଏ ବାଇକ୍ ନେଇଯାଉଥିଲେ ତା’ର ମଧ୍ୟ ସୂଚନା ଦେଇଛି ପୁଲିସ । ମେକାନିକାଲ ଟ୍ରେଡ୍ରେ ପଢ଼ୁଥିବା ଘରୋଇ ଇଞ୍ଜିନିୟରିିଂ କଲେଜ ଛାତ୍ର ଗରାପୁରର ଅଭିଜିତ ଜେନା ତାଙ୍କର ସହଯୋଗୀ ଗରାପୁର ଗ୍ରାମର ପୃଥ୍ୱୀରାଜ୍ ମଲିକଙ୍କ ସହଯୋଗରେ ବାଇକ୍ ଲୁଟି ଆସୁଥିଲେ । ବାଇକ୍ ଲୁଟିବା ପରେ ଡେରାବିଶ ଥାନା ଲକ୍ଷ୍ମୀନାରାୟଣପୁରରେ ଏକ ଗ୍ୟାରେଜରେ ଦେଉଥିଲେ । ପରେ ଗ୍ୟାରେଜ୍ ମାଲିକ ଗୌତମ ସାହୁ ଗାଡ଼ିର ହୁଲିଆ ବଦଳାଇ ବାହାରେ ଏଗୁଡ଼ିକୁ ବଜାର ଦର ତୁଳାନରେ ବହୁ କମ୍ ଦରରେ ବିକ୍ରି କରିଦେଉଥିଲେ । ପୁଲିସ ମାଷ୍ଟରମାଇଣ୍ଡ ଅଭିଜିତ, ତାଙ୍କ ସହଯୋଗୀ ପୃଥ୍ୱୀରାଜଙ୍କ ସମେତ ଲକ୍ଷ୍ମୀନାରାୟଣପୁରର ଗୌତମ ସାହୁ, ଚୋରା ବାଇକ୍ କିଣିଥିବା ମାହାଙ୍ଗା ଥାନା ଶାହାନାଜପୁରର ରଞ୍ଜନ କୁମାର ମଲିକ, ଲକ୍ଷ୍ମୀନାରାୟଣପୁରର ଗଜେନ୍ଦ୍ର ସାହୁଙ୍କୁ ଗିରଫ ଦର୍ଶାଇ କୋର୍ଟଚାଲାଣ କରିଛି । ଜବତ ହୋଇଥିବା ୨୫ଟି ବାଇକ୍ରୁ ୧୬ଟି ବାଇକ୍ର ମାଲିକାନା ଠାବ କରାଯାଇଛି । ଟାଉନ୍ ଥାନା ପରିସରରେ ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ମାଲିକନା ଠାବ ହୋଇଥିବା ସମସ୍ତ ବାଇକ
ଚାଳକମାନଙ୍କୁ ସେମାନଙ୍କ ବାଇକ୍ ଫେରସ୍ତ ଦିଆଯାଇଥିଲା ଏସ୍ପି କହିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସହର ଉପକଣ୍ଠ ସଦର ଥାନା ଅଧୀନ କପାଳେଶ୍ୱର ପଞ୍ଚାୟତ ଗରାପୁର ଗ୍ରାମର ଅଭିଜିତ ଜେନା ଭୁବନେଶ୍ୱରସ୍ଥିତ କୌଣସି ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ରହି ପାଠ ପଢ଼ିଆସୁଛନ୍ତି । ପାଠ ପଢ଼ିବା ସହ ଯନ୍ତ୍ରପାତି ଜ୍ଞାନକୌଶଳରେ ବେଶ୍ ଧୁରନ୍ଧର ଥିଲେ । ବିଶେଷ କରି ଡୁ୍ୟପ୍ଲିକେଟ୍ ଚାବି ତିଆରି କରିବାରେ ସେ ମାହିରି ଥିଲେ । ଏପରି ବିଦ୍ୟା ମାଲୁମ୍ ଥିଲାଯେ ସେ ଯେକୌଣସି ବାଇକ୍କୁ ଉକ୍ତ ମାଷ୍ଟର କି’ରେ ଖୋଲିପାରୁଥିଲେ । ଲକ୍ ଭାଙ୍ଗି ବାଇକ୍ ଚୋରି ଅବା ଲୁଟ୍ କରିବା କଠିନକର ତଥା ଚ୍ୟାଲେଞ୍ଜ ପୂର୍ଣ୍ଣ । ପୁଣି ଏଥିରେ ଧରାପଡ଼ିଯିବାର ବହୁ ଭୟ ରହୁଥିଲା । ତେଣୁ ନିଜ ବୁଦ୍ଧି ବିଦ୍ୟାର ଦୁରୁପୋଯୋଗ କରି ସହଯୋଗୀଙ୍କ ଜରିଆରେ ବାଇକ୍ ଚୋରି ଆରମ୍ଭ କଲେ । କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ ବାଇକ୍ ଲୁଟ୍ ଚଳାଇଥିଲେ । ବାଇକ୍ ଗୁଡ଼ିକ ଲୁଟ୍ କରିବା ପରେ ସେଗୁଡ଼ିକୁ ଡେରାବିଶ ଥାନା ଲକ୍ଷ୍ମୀନାରାୟଣପୁରର ଗୌତମ ସାହୁଙ୍କ ପାଖରେ ନେଇ ଦେଉଥିଲେ । ପରେ ଗୌତମ ବାଇକ୍ ନମ୍ୱର ପ୍ଲେଟ୍, ଇଞ୍ଜିନ୍, ରଙ୍ଗ ଆଦି ବଦଳାଇବା ସହ କମ୍ ଦରରେ ବିକ୍ରି କରୁଥିଲେ । ଏଥିରେ ପରିବହନ ବିଭାଗ, ଅନ୍ୟ କିଛି ଗ୍ୟାଙ୍ଗ୍ର ସଦସ୍ୟ ସାମିଲଥିବା ପୁଲିସ ସନେ୍ଦହ କରୁଛି । ଇତିମଧ୍ୟରେ ସେ ଅନେକ ବାଇକ୍ ଚୋରି କରିଥିବା ବେଳେ ପୁଲିସ ମାତ୍ର ୨୫ଟି ବାଇକ୍ ଠାବ କରିବାରେ ସମର୍ଥ ହୋଇପାରିଛି । କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାଲିଆସ୍ଥିତ ୟୁନାଇଟେଡ୍ ବ୍ୟାଙ୍କ ସାମ୍ନାରୁ ଜୁଲାଇ ୧୩ରେ ଉମାକାନ୍ତ ସାହୁଙ୍କ ଏକ ମୋଟର ବାଇକ୍ ଚୋରି ହୋଇଥିଲା । ଯାହା ଜରିଆରେ ପରେ ଅଭିଜିତଙ୍କୁ ଚିହ୍ନି ର୍ୟାକେଟକୁ ଧରିଥିଲା ପୁଲିସ । ସମସ୍ତଙ୍କର ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ କେନ୍ଦ୍ରାପଡ଼ାର ବାରିମୂଳ ସବଜେଲ୍କୁ ପଠାଇ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ଡିଏସ୍ପି କାର୍ତ୍ତିକ ମଲିକ, ଟାଉନ୍ ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଆଇଆଇସି ପ୍ରମୋଦ ମଲିକ, ସ୍ପେଶାଲ ସ୍କ୍ୱାଡ୍ ଏସ୍ଆଇ ପିକେ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons