ବାଇକ୍ ଦୁର୍ଘଟଣାରେ ନୁ୍ୟଜ୍-୭ କ୍ୟାମେରାମ୍ୟାନ୍ ମୃତ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ଟିଭ୍ ଚ୍ୟାନେଲ ନୁ୍ୟଜ୍-୭ର ଫୁଲବାଣୀ କ୍ୟାମେରାମ୍ୟାନ ରାଜୁ ନାୟକ (୨୫)ଙ୍କର ଆଜି ଏକ ବାଇକ୍ ଦୁର୍ଘଟଣାରେ ମୃତୁ୍ୟ ହୋଇଛି । ଜନ୍ମାଷ୍ଟମୀ ପୂଜା ପାଇଁ ଆସିଥିବା ଭଉଣୀଙ୍କୁ ତାଙ୍କ ଖଜୁରୁପଡ଼ା ଘରେ ଛାଡ଼ି ବାଇକ୍ରେ ଫେରୁଥିବା ବେଳେ ଅପରାହ୍ନ ୧ଟା ୩୦ ବେଳେ ଖଜୁରିପଡା ଥାନା ଅନ୍ତର୍ଗତ ସମ୍ବେପଦର ଗ୍ରାମ ନିକଟ ରାସ୍ତା କଡ଼ରେ ଏକ ଗଛକୁ ଭାରସାମ୍ୟ ହରାଇ ବାଡେ଼ଇ ହୋଇ ଯାଇଥିଲେ । ଖବର ପାଇ ଖଜୁରୁପଡ଼ା ପୁଲିସ ତାଙ୍କୁ ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ରାଜୁ ଗତ ୪ ବର୍ଷ ହେଲା ନିଉଜ-୭ର କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ମେଳାପି ଯୁବକ ଥିବା ବେଳେ ଗଣମାଧ୍ୟମ ମହଲରେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କର ଦୁଖଦ ମୃତୁ୍ୟ ସାରା କନ୍ଧମାଳର ଗଣମାଧ୍ୟମ ସମେତ ଫୁଲବାଣୀ ସହରବାସୀଙ୍କ ମଧ୍ୟରେ ଦୁଖର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons