ବାଇକ୍ ଦୁର୍ଘଟଣାରେ ୨ ଯୁବକ ମୃତ

Get real time updates directly on you device, subscribe now.

ସୋନପୁର, (ବି.ବି.ନୁ୍ୟଜ୍) : ସୋନପୁର ଜିଲ୍ଲା ବିନିକା-ରାମପୁର ମୁଖ୍ୟ ରାସ୍ତାର କମିରା ଛକ ନିକଟସ୍ଥ ମୁର୍ମୁରୀ ଯୋର ପୋଲରେ ଏକ ବାଇକ୍ ଭାରସାମ୍ୟ ହରାଇ ବାଡ଼ରେ ପିଟି ହେବାରୁ ୨ ଜଣଙ୍କର ମୃତୁ୍ୟ ଘଟିଛି । ମୃତକ ହେଲେ ବିନିକା ଥାନା ବରପଦର ଗାଁର ଗୋପୀନାଥ ସେଠୀ(୨୩) ଓ ବିରେନ୍ ସେଠୀ(୨୫) ।
ଘଟଣାରୁ ପ୍ରକାଶ ଯେ ବରପଦର ଗାଁର ଗୋପୀନାଥ ଓ ବିରେନ୍ ଉଭୟେ ବାଇକ୍ ଯୋଗେ ଆଜି ଖଇରମାଲ ହରିଶଙ୍କର ପୀଠକୁ ମକର ସଂକ୍ରାନ୍ତି ଦେଖିବାକୁ ଯାଇଥିଲେ । ସେଠାରୁ ରାମପୁର ପଟକୁ ଯାଉଥିବା ବେଳେ ମୁଖ୍ୟରାସ୍ତାର କମିରା-ଭବାନୀପାଲି ମଝିରେ ଥିବା ମୁର୍ମୁରୀ ଯୋରରେ ତାଙ୍କ ବାଇକ୍ ଭାରସାମ୍ୟ ହରାଇ ପୋଲ ବାଡ଼ରେ ପିଟି ହୋଇଯାଇଥିଲା । ଗୋପୀନାଥ ପୋଲ ବାଡ଼ରେ ପିଟି ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିଥିବା ବେଳେ ବିରେନ୍ ପୋଲ ତଳକୁ ଖସି ପଡି ଗୁରୁତର ଆହତ ହୋଇଥିଲେ । ଘଟଣାର ଖବର ପାଇ ରାମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପହଞ୍ଚି ସ୍ଥାନୀୟ ୨ ଗୁରୁତରଙ୍କୁ ଆଣି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ଗୋପୀନାଥକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ବିରେନ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲାରେ ବିରେନ୍ଙ୍କ ମୃତୁ୍ୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons