
ଦଶମନ୍ତପୁର,(ବି.ବି.ନୁ୍ୟଜ): ଦଶମନ୍ତପୁର ଥାନା ଚିକାମ୍ବ ପଞ୍ଚାୟତ ଫଟ୍କିଜାମ ଗାଁ ନିକଟରେ ଦୁର୍ଘଟଣା । ୨ ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ମାଛପୁଟର ଜ୍ୟୋର୍ତିମୟ ଖୋସଲା(୩୮) ଏବଂ ଦୀପକକୁମାର ଗରଡ଼ା(୪୦) । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦଶମନ୍ତପୁର ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଥିବା ଏଏସ୍ଆଇ ବାବୁଲା ପ୍ରଧାନ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ୧୯ ତାରିଖ ବିଳମ୍ବିତ ରାତିରେ ଜ୍ୟୋର୍ତିମୟ ଏବଂ ଦୀପକ ବାଇକ୍(ଓଡି ୧୦ ଇ-୫୧୧୭)ରେ ମାଛପୁଟରୁ ଟିକିରି ଆଲୁମିନା କାରଖାନା ଅଭିମୁଖେ ଯାଉଥିଲେ । ଫଟକିଜାମ ଗାଁ ନିକଟ ଏକ ବୁଲାଣି ପାଖରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍(ଓଆର ୧୦ ଏଚ୍-୩୩୬୪) ସହ ମୁହାଁମୁହିଁ ଧକ୍କା ଲାଗିଥିଲା । ଏଥିରେ ଉଭୟ ଛିଟିକି ପଡିଥିଲେ । ଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଧକ୍କା ଦେଇଥିବା ବାଇକ୍ ଆରୋହୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସରେ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ ।


Comments are closed, but trackbacks and pingbacks are open.