ବୋରିଗୁମ୍ମା,(ସତ୍ୟ ନାରାୟଣ ସାହୁଙ୍କଠାରୁ):ତିନିଦିନିଆ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବୋରିଗୁମ୍ମା ପରିଦର୍ଶନ କରିଛନ୍ତି । ଏକ ବାଇକ୍ ଶୋଭାଯାତ୍ରାରେ ମନ୍ତ୍ରୀ ସାମିଲ ହୋଇ ଅଞ୍ଚଳ ବୁଲିଛନ୍ତି ।
କୋରାପୁଟ ସର୍କିଟ ହାଉସ୍ରୁ ଶ୍ରୀ ବୈଷ୍ଣବ ବାହାରି ଜୟପୁର, କୁମୁଲିପୁଟ ଦେଇ ଏଠାରେ ପହଞ୍ଚିଥିଲେ । ସ୍ଥାନୀୟ ଡିଗ୍ରୀ କଲେଜର ଛାତ୍ରଛାତ୍ରୀ ତାଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ । କଲେଜରେ ଗୋଟିଏ ଆଇଟି ଲ୍ୟାବ କରିବାକୁ ପରିଚାଳନା କମିଟି ଓ କର୍ମଚାରୀଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର ଦିଆଯାଇଥିଲା । ଜୟପୁର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ବୋରିଗୁମ୍ମା ବିଜେପି ପକ୍ଷରୁ ବାଇକ୍ ଶୋଭାଯାତ୍ରା କରାଯାଇଥିଲା । ମନ୍ତ୍ରୀ ଏଥିରେ ସାମିଲ ହୋଇ ନଗର ପରିକ୍ରମା କରିଥିଲେ । ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରୁ ନଥିବା ସ୍ଥାନୀୟ ବିଜେପି କର୍ମକର୍ତ୍ତା ଅଭିଯୋଗ କରିଥିଲେ । ଏହି ସମସ୍ୟା ଯୋଗୁ ପ୍ରକଳ୍ପ ଅଟକି ଶ୍ରୀ ସାମନ୍ତରାୟ ମଧ୍ୟ କହିଥିଲେ । କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିÂ ନେତା ଗୋଲକ ମହାପାତ୍ର, ପୂର୍ବତନ ସାଂସଦ ବଳଭଦ୍ର ମାଝି, ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ, ଶ୍ରୀ ସାମନ୍ତରାୟ, ବ୍ଲକ ସଭାପତି ରାଜ ସିଂ, ବିଘ୍ନ ଷଡଙ୍ଗୀ, ସରୋଜ ପାଣିଗ୍ରାହୀ, ସନ୍ତୋଷ ମିଶ୍ର ଓ ଅନ୍ୟ କର୍ମୀ ସାମିଲ ହୋଇଥିଲେ ।


Comments are closed, but trackbacks and pingbacks are open.