ବଡ଼ସାହି:ବଡସାହି ବ୍ଲକ ଅଧୀନ ଅନୁସୂଚିତ ଜାତି ଅଧ୍ୟୁଷିତ ଶାଳଗାଁ ପଚାଂୟତ ନରଣ ଗାଁ ଗ୍ରାମଟି ଚରମ ଅଚହେଳାରୁ ଶିକାର ହେଉଛନ୍ତି ।ଗ୍ରାମକୁ ରାସ୍ତା ନାହିଁ ।ସୁସ୍ଥ ଭାବେ ବଚିଂବା ପାଇଁ ଯେତିକି ଯାହା ଦରକାର ଏହି ଗ୍ରାମଟିରେ ତାହାର ଅଭାବ ରହିଛି । ଗ୍ରାମରେ ପ୍ରାୟ ୧୨ଶହ ଲୋକ ବସବାସ କରୁଛନ୍ତି । ଏହି ଗ୍ରାମ ପ୍ରତି ନେତା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଢାଳି ହୋଇଯାଏ ।କିନ୍ତୁ କାର୍ଯ୍ୟରେ ପରିଣତ ହୁଏ ନାହିଁ ।ଏହି ଗ୍ରାମର ଗ୍ରାମବାସୀଙ୍କ ସବୁଠୁ ବଡ ଦୁଃଖ ଗଙ୍ଗାହାର ସେତୁ । ଜିଲ୍ଲାର ବଡସାହି ବ୍ଲକ ଏବଂ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ମଧ୍ୟରେ ରହିଛି ଗଙ୍ଗାହାର ନଦୀ ।ବଡସାହି ବ୍ଲକ ଶାଳ ଗାଁ ପଚାଂୟତର ନରଣ ଗାଁ ଗ୍ରାମ ଏବଂ ରେମୁଣା ବ୍ଲକର ଗୁଡୁଦା ପଚାଂୟତର ଭଦ୍ରଖିଆ ଗ୍ରାମ ମଧ୍ୟରେ ରହଛିି ଗଙ୍ଗାହାର ନଦୀ । ଉକ୍ତ ନଦୀ ଉପରେ ର୍ନିମାଣ ହୋଇଛି ବାଉଁଶ ଚାରା ସେତୁ । ଗାଁ ଗାଁ ତଥା ମୟୂରଭଞ୍ଜରୁ ବାଲେଶ୍ୱରକୁ ଗମନାଗମନ କରିବା ପାଇଁ ଏହି ବାଉଁଶ ଚାରା ପୋଲ ନିର୍ମାଣ ହୋଇଛି ।ଏହି ବାଉଁଶ ପୋଲ ଦେଇ ଗ୍ରାମବାସୀ ଯାତାୟତ ପାଇଁ ନିତ୍ୟ ବ୍ୟବହାର କରୁଥିବା ବେଳେ ଛାତ୍ରଛାତ୍ରୀ ମାନେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟକୁ ଯାଆସ କରିଥାନ୍ତି । ବିଶେଷ କରି ଏହି ଦୁଇ ଗ୍ରାମରେ ଗ୍ରାମବାସୀ ମାନେ ଚାଷ ଉପରେ ନିର୍ଭରଶୀଳ ।ତେଣୁ ପରିବା ଏବଂ ଧାନଚାଷ ବେଳେ ତଳି ନେବା ଆଣିବା କରିଥାନ୍ତି । ଖାଲି ସେତିକି ନୁହେଁ ଏହି ପୋଲ ପାର ହୋଇ ଗଲେ ବାଲେଶ୍ୱର ମାତ୍ର ୧୦କିଲୋମିଟର ଦ୍ୱରତା ଯିବା ପାଇଁ ପଡିଥାଏ ।ବ୍ୟବସାୟୀମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରି କିଣିବା ପାଇଁ ବାଉଁଶ ପୋଲର ସାହାଯ୍ୟ ଲୋଡିବା ପାଇଁ ପଡେ । ମାତ୍ର ଆଜି ଏହି ବାଉଁଶ ପୋଲ ଦେଇ ଦୁଇ ବ୍ୟକ୍ତି ବାଇକ ନେଇ ଯାଉଥିବା ବେଳେ ଭୁଶୁଡ଼ି ପଡ଼ିବାରୁ ଦୁଇ ବ୍ୟକ୍ତି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ସୂଚନା ମୁତାବକ ଶାଳ ଗାଁର ଉମେଶ ନାଏକ ପୋଲ ଉପରେ ସୁରକ୍ଷିତ ରହିଥିବା ବେଳେ ଅନ୍ୟ ଜଣେ ଅଜଣା ବ୍ୟକ୍ତି ବାଉଁଶ ପୋଲ ଉପରେ ଗାଡିଟି ରହିଯାଇଥିବା ବେଳେ ବ୍ୟକ୍ତି ଜଣଙ୍କ ପୋଲରୁ ତଳକୁ ଗଙ୍ଗାହାର ନଦୀ ପାଣିରେ ଖସି ପଡିଥିଲେ । ଭାଗ୍ୟ ବସତଃ ଗ୍ରାମବାସୀ ଦେଖିପାରୀ ତୁରନ୍ତ ଏହି ଅଜଣା ବ୍ୟକ୍ତି ଦ୍ୱୟଙ୍କୁ ଉଦ୍ଧାର କରିଥିଲେ । ସେଥତ୍ପାଇଁ ଏହି ଗ୍ରାମ ପାଇଁ ଗଙ୍ଗାହାର ସେତୁର ଆବଶକ୍ୟତା ରହିଛି ।
ବର୍ଷା ଦିନେ ନଦୀରେ ଭରପୁର ପାଣି ହେବାରୁ ଉକ୍ତ ପୋଲଟି ଭାଙ୍ଗିଯାଏ ।ପରସ୍ପର ଗମନାଗମନରେ ଅସୁବିଧାରେ ସମ୍ମୁଖୀନ୍ନ ହେବେ ।ଛାତ୍ରଛାତ୍ରୀ ମାନେ ମଧ୍ୟ ଶିକ୍ଷା ଦାନ ପାଇଁ ଏହି ବାଉଁଶ ପୋଲ ସାହା ହୋଇଥାଏ ।ଗ୍ରାମର ଶତାଧିକ ପିଲା ନଦୀ ଅପରପାଶ୍ୱର୍ରେ ରହିଥିବା ସ୍କୁଲ ମାନଙ୍କୁ ବାଉଁଶ ଚାରରେ ଚଢି ଯିବାର ନଜରକୁ ମଧ୍ୟ ଆସିଛି । ବହୁବାର ଦୁର୍ଘଟଣା ମଧ୍ୟ ଏଠାରେ ଘଟିସାରିଲାଣି ।ପୂର୍ବରୁ ବାଉଁଶ ଚାରଭାଙ୍ଗି ଛାତ୍ରଛାତ୍ରୀ ନଦୀ ଗର୍ଭକୁ ଖସି ପଡିଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।ବାଉଁଶ ପୋଲଟି ଏବେ ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି ।କେତେବେଳେ ବାଉଁଶ ପୋଲ ଚାରରେ ନଦୀ ଅତିକ୍ରମ କରୁକରୁ ଭାରସାମ୍ୟ ହରାଇ କେହି ନଦୀରେ ପଡିଯିବ ତାହା କହିବା ଅସମ୍ଭପର । ଏଥତ୍ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତେ୍ୱ କୈ ।ଣସି ପ୍ରତିକାର ହେଉ ନାହିଁ ।ତେବେ ଯଦି ଆଗାମୀ ଦିନରେ ସ୍ଥାୟୀ ପୋଲ ର୍ନିମାଣ କରିବାରେ ପ୍ରଶାସନ ଦୃଷ୍ଟି ନଦିଅନ୍ତି ବାଧ୍ୟ ହୋଇ ଗ୍ରାମବାସୀ ଲେମ୍ବୁଧର ବେହେରା,ଯୋଗବନ୍ଦୁ ମଣ୍ଡଳ, ବାସୁଦେବ ମିଶ୍ର, ଶୀବଭରତ ମାଝି,ତପନ ମଣ୍ଡଳ, ଶୁଶାନ୍ତ ପ୍ରଧାନ,ବିଦ୍ୟାଧର ସାମଲ,କାର୍ତିକ ମାଝିଙ୍କ ସହ ଅନେକ ଗ୍ରାମବାସୀ ଆସୁଥିବା ଆସନ୍ତା ନିର୍ବାଚନରେ ଭୋଟ୍ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.