ଜଗତସିଂହପୁର,(ବି.ବି.ନୁ୍ୟଜ୍): ଆଜି ଏସ୍ଭିଏମ୍ ବାଣିଜ୍ୟ ବିଭାଗର ବରିÂ ଅଧ୍ୟାପକ ଧୀରେନ ମହାନ୍ତି ନିଜ ସୁରକ୍ଷା ପାଇଁ ପାଞ୍ଚ ଜଣ ବାଉନ୍ସର(ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ଧରି ମହାବିଦ୍ୟାଳୟ ହତାରେ ପ୍ରବେଶ କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଶେଷରେ ଜଗତସିଂହପୁର ପୁଲିସ ପରିସ୍ଥିତିକୁ ଆୟତ୍ତ କରିବା ସହ ଏହି ପାଞ୍ଚ ବାଉନ୍ସରଙ୍କ ସମେତ ଅଧ୍ୟାପକ ଶ୍ରୀ ମହାନ୍ତି ଓ ଜଣେ ସ୍କର୍ପିଓ ଚାଳକଙ୍କୁ ଗିରଫ କରିଛନ୍ତି । ଜଣେ ବାଉନ୍ସରଙ୍କ ନିକଟରୁ ଏକ ପିସ୍ତଲ ଓ ୬ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୂରା ଘଟଣାର ତଦନ୍ତ କରି ପୁଲିସ, ବାଉନ୍ସରମାନେ ଆସିଥିବା ଏକ ସ୍କର୍ପିଓ(ନଂ ଓଡ଼ି୦୫ଟି୦୦୭୪) ସହ ସେମାନଙ୍କ ମୋବାଇଲ ଫୋନ୍କୁ ଜବତ କରିଥିବା ଜାଣିବାକୁ ମିଳିଛି । ଗିରଫ ବାଉନ୍ସରମାନେ ହେଉଛନ୍ତି କେଉଁଝର ଜିଲ୍ଲା ହରିଚନ୍ଦନପୁର ଥାନା ଠାକୁରପଡ଼ା ଗ୍ରାମର ସୁନିଲ କୁମାର ମହାନ୍ତ(୩୦), କଟକ ବାଦାମବାଡ଼ି ଶଙ୍କରପୁର(ଉପରସାହି)ର ସର୍ବେଶ୍ୱର ସ୍ୱାଇଁ(୫୦), କଟକ ରାଜାବଗିଚା (କୁସୁୁନପୁର)ର ସନ୍ତୋଷ ଗୋଚ୍ଛାୟତ ଓରଫ୍ ବଣ୍ଟି(୨୩), ସୁରେଶ ନାୟକ ଓରଫ ନନ୍ଦୁ(୨୫), କଟକ ଶଙ୍କରପୁର ସ୍ଥିତ ବାଲିସାହିର ପ୍ରକାଶ ଚନ୍ଦ୍ର ଧଳ ଓରଫ କାଳିଆ(୨୫) ଓ ସ୍କର୍ପିଓ ଚାଳକ ନୟାଗଡ଼ ଜିଲ୍ଲା କନ୍ଦପଡ଼ା ଥାନା ତ୍ରିନାଥଛକର ସୁଶାନ୍ତ କୁମାର ଦାସ ଓରଫ କାଳିଆ(୨୫) । ୭ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଆଳିପିଙ୍ଗଳ ଜେଲ୍କୁ ପଠାଇ ଦିଆଯାଇଛି ।
ଦୁଇ ଦିନ ତଳେ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ପ୍ରକୋÂରେ ଘରୋଇ କୋଚିଂ ସେଣ୍ଟର ଚଳାଉଥିବା ବାଣିଜ୍ୟ ବିଭାଗର ଜଣେ ଅଧ୍ୟାପକ ଓ ତାଙ୍କ ସମର୍ଥକ କିଛି ଛାତ୍ର ଲଙ୍କାକାଣ୍ଡ କରିଥିଲେ । ସଂଘବଦ୍ଧ ଭାବେ ଏମାନେ ବାଣିଜ୍ୟ ବିଭାଗର ଅନ୍ୟ କିଛି ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଚର୍ଚ୍ଚାର ପରିଧିକୁ ଆସିଥିଲା । ଅଧ୍ୟକ୍ଷା ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆଜି କମିଟି ଗଠନ କରାଯାଇ ଏହା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ । ଏହାଛଡ଼ା ପୂରା ଘଟଣା ବିଷୟରେ ମହାବିଦ୍ୟାଳୟ ପରିଚାଳନା କମିଟି ସହ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରାଯାଇଥିବା ପ୍ରକାଶ କରିଥିଲେ । ତେବେ ଉକ୍ତ ଦିନର ମାଡ଼ଗୋଳ ଘଟଣାରେ ବାଣିଜ୍ୟ ବିଭାଗର ଜଣେ ଅଧ୍ୟାପକ, ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ସୁଦ୍ଧା ଏ ସଂପର୍କରେ ଜଗତସିଂହପୁର ଥାନାକୁ ଖବର କରାଯାଇ ନ ଥିଲା । ସଂପୃକ୍ତ ଅଧ୍ୟାପକ କିମ୍ବା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କେହି ଜଣେ ହେଲେ ବି ପୁଲିସର ସହାୟତା ନ ନେବା ଆଶ୍ଚର୍ଯ୍ୟର ବିଷୟ ହୋଇଥିବା ବେଳେ ଆଜି ନିଜ ସୁରକ୍ଷା ପାଇଁ ଅଧ୍ୟାପକ ଧୀରେନ୍ ମହାନ୍ତି କଳା ପୋଷାକ ପିନ୍ଧିଥିବା ବାଉନ୍ସରମାନଙ୍କୁ ସାଥିରେ ଧରି ଆସିବା ଚକିତର ବିଷୟ ହୋଇଛି । ସମ୍ଭବତଃ ଦୁଇ ଦିନ ତଳେ ଯେଉଁ ଗଣ୍ଡଗୋଳ ହୋଇଥିଲା ସେଥିରେ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ଆକ୍ରମଣ କରାଯାଇଥିବା ଆଜିର ଘଟଣାରୁ ଅନୁମାନ କରାଯାଉଛି । ଏ ସଂପର୍କରେ ଅଧ୍ୟାପକ ଶ୍ରୀ ମହାନ୍ତି ମଧ୍ୟ ଅଭିଯୋଗ, ଅଧ୍ୟକ୍ଷାଙ୍କୁ ଦେଇଥିବା ସ୍ୱୀକାର କରିବା ସହ ନିଜ ସୁରକ୍ଷା ନିମନ୍ତେ ବାଉନ୍ସରମାନଙ୍କୁ ମହାବିଦ୍ୟାଳୟକୁ ଆଣିଥିବା ପ୍ରକାଶ କରିଥିଲେ ।
ଅପରପକ୍ଷେ ଆକ୍ରମଣକାରୀ ଅଧ୍ୟାପକ ଓ କିଛି ଛାତ୍ରଙ୍କ ପରିଚୟକୁ ଅଦ୍ୟାବଧି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଘଟ କରୁ ନାହାନ୍ତି । ଯାହା ଫଳରେ ଆଜି ସକାଳୁ ସକାଳୁ ମହାବିଦ୍ୟାଳୟରେ ଛାତ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବାଣିଜ୍ୟ ବିଭାଗର ଶତାଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟର ମୁଖ୍ୟ ଫାଟକକୁ ଅବରୋଧ କରି ହୋହାଲ୍ଲା କରିଥିଲେ । ସେମାନଙ୍କ ଦାବି ଥିଲା, ଅଧ୍ୟକ୍ଷାଙ୍କ ପ୍ରକୋÂ ଭିତରେ ଘଟିଥିବା ମାଡ଼ଗୋଳ ଘଟଣାର ସିସିଟିଭି ଫୁଟେଜ୍କୁ ସାର୍ବଜନୀନ କରାଯାଉ ଏବଂ ଦୋଷୀ ଛାତ୍ର ଓ ସଂପୃକ୍ତ ଆକ୍ରମଣକାରୀ ଅଧ୍ୟାପକଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯାଉ । ଛାତ୍ର ଉତ୍ତେଜନା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଜଗତସିଂହପୁର ପୁଲିସ । ଏସ୍ଡିିପିଓ ପ୍ରିୟ ରଞ୍ଜନ ଶତପଥି ମହାବିଦ୍ୟାଳୟରେ ପହଞ୍ଚି ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିଥିଲେ । ତେବେ ପୂର୍ବ ଘଟଣାବଳୀ ଓ ଛାତ୍ର ଅସନ୍ତୋଷ ଉପରେ ଅଧ୍ୟକ୍ଷା ଏକପ୍ରକାର ଅସହାୟ ହୋଇପଡ଼ି ଆଖି ଛଳଛଳ କରି ପକାଇଥିବା ଲକ୍ଷ୍ୟ କରାଯାଇଥିଲା । ତଥାପି ଏହା ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଇବା ପରେ ଛାତ୍ର ଆନେ୍ଦାଳନ ଟଳିଥିଲା । କିନ୍ତୁ ପୁଲିସ ଫେରିବା ସମୟରେ ହିଁ ମହାବିଦ୍ୟାଳୟ ପରିସରରେ ବାଉନ୍ସର ଉପସ୍ଥିତ ରହିଥିବା ପ୍ରଘଟ ହୋଇଥିଲା । ଫଳରେ ପୁଲିସ ମହାବିଦ୍ୟାଳୟ ପୋଷ୍ଟ ଅଫିସ୍ ଛକ ପାଖରୁ ବାଉନ୍ସରମାନଙ୍କୁ ଥାନାକୁ ଧରି ଆଣି ଜେରା କରିବା ସହ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ମଧ୍ୟ ପଚରାଉଚରା କରି ପରେ ଗିରଫ କରିଥିଲେ । ବାଉନ୍ସର ସୁନିଲ କୁମାର ମହାନ୍ତଙ୍କ ନିକଟରୁ ପିସ୍ତଲ ଜବତ ହୋଇଥିବା ବେଳେ ଏହା ଲାଇସେନ୍ସପ୍ରାପ୍ତ କି ନୁହେଁ ତାହା ଖୋଳତାଡ଼ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।
ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ବାଣିଜ୍ୟ ବିଭାଗର ଜଣେ ଅଧ୍ୟାପକ ମନଇଚ୍ଛା ଅଡିଟୋରିୟମରେ ସେମିନାର କରି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲେ । ଏପରିକି ସେମିନାରରେ ବାଣିଜ୍ୟ ବିଭାଗର ଅଧିକାଂଶ ଅଧ୍ୟାପକ ସାମିଲ ନ ହେବାରୁ ସଂପୃକ୍ତ ଅଧ୍ୟାପକ ଏହି ବିଭାଗର ଅନ୍ୟ କିଛି ଅଧ୍ୟାପକଙ୍କୁ ରୁକ୍ଷ ବ୍ୟବହାର କରିଥିଲେ । ଅଧ୍ୟକ୍ଷାଙ୍କ ପ୍ରକୋÂକୁ ରଣକ୍ଷେତ୍ର କରି ନିଜ ସମର୍ଥକ ଛାତ୍ରଙ୍କ ସହଯୋଗରେ ଅନ୍ୟମାନଙ୍କୁ ଆକ୍ରମଣ କରିବାକୁ ପଛାଇନଥିଲେ ଯାହାକୁ କେନ୍ଦ୍ର କରି ଆଜି ତୀବ୍ର ଛାତ୍ର ଆନେ୍ଦାଳନ ଦେଖା ଦେଇଥିଲା ଏବଂ ପାଠପଢା ସାଂଘାତିକ ଭାବେ ବାଧାପ୍ରାପ୍ତ ହୋଇଥିଲା ।
Comments are closed, but trackbacks and pingbacks are open.