ଅବୁବକର ଅଲ ବଗଦାଦୀ ସ୍ଥାନ ନେବାକୁ ଥିବା ତଥା ତାର ଉତ୍ତରାଧିକାରୀ ଆତଙ୍କୀ ମଧ୍ୟ ଆମେରିକା ସୁରକ୍ଷାବଳ ଦ୍ୱାରା ନିହତ ହୋଇଛି । ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି ଯେ ଏବେ କନଫର୍ମ ହୋଇଛି । ଅବୁ ବକର ଅଲ ବଗଦାଦୀର ସ୍ଥାନ ନେବାକୁ ଥିବା ତାର ଉତ୍ତରାଧିକାରୀ ମଧ୍ୟ ଆମେରିକା ସୈନିକଙ୍କ ଦ୍ୱାରା ନିହତ ହୋଇଛି । ସେ ସମ୍ଭବତଃ ସବୁଠାରୁ ଉଚ୍ଚ ପଦ ନେଇଥାନ୍ତା । ଏବେ ସେ ସଫା ହୋଇସାରିଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଘୋଷଣା କରିଥିଲେ ଯେ ଇସଲାମିକ ଷ୍ଟେଟର ଆତଙ୍କବାଦୀ ସରଗନା ଅବୁ ବକ୍ର ଅଲ-ବଗଦାଦୀ ସିରିଆରେ ଆମେରିକାର ଏକ ଅପରେସନରେ ନିହତ ହୋଇଛି ।
Comments are closed, but trackbacks and pingbacks are open.