ନୟାଗଡ଼, (ବି.ବି.ନୁ୍ୟଜ୍): ଖୋର୍ଦ୍ଧା ବନଖଣ୍ଡ ଓ ଦଶପଲ୍ଲା ରେଞ୍ଜ ଅଞ୍ଚଳରୁ ମାତ୍ର ସପ୍ତାହକ ମଧ୍ୟରେ ଚାରି ଚାରିଟି କଲରା ପତରିଆ ବାସ ସହ ଦୁଇଟି ହରିଣ ଛାଲ ଜବତ ହେଲାଣି । ଏହାକୁ ନେଇ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଥିବା ବେଳେ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଉଠାଇ ନେଇଛି ବନ ବିଭାଗ । ବାଘଛାଲ ଚାଲାଣ ମାମଲାରେ ଭାସ୍କର ନାୟକ ନାମକ ବ୍ୟକ୍ତିଙ୍କୁ ଉଠାଇ ନେଇଛି ବନ ବିଭାଗ । ରଣପୁର ଡେପୁଟି ରେଞ୍ଜର ଶରତ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ବନ ବିଭାଗ ଟିମ୍ ଆଜି ସକାଳେ ରଣପୁର ବ୍ଲକ ବାଉଁଶଗଡ଼ ପଞ୍ଚାୟତ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ପହଞ୍ଚି ଭାସ୍କରଙ୍କୁ ଉଠାଇ ନେଇଥିବା ଜଣାଯାଇଛି । ଗତ ୬ତାରିଖରେ କେରଳରୁ ଆସି ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ ଭାସ୍କର । ତାଙ୍କର ବନ୍ଧମୁଣ୍ଡା ପଞ୍ଚାୟତ ଜାମୁଗଣ୍ଡ ଗାଁରେ ବୋଲି ସୂଚନା ମିଳିିଛି । ଏହି ଅଭିଯୋଗରେ ବନ୍ଧମୁଣ୍ଡା ପଞ୍ଚାୟତ ସମିତି ସଭ୍ୟ ଲକ୍ଷ୍ମୀଧର ନାୟକଙ୍କୁ ଗତ ୧୪ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । କରୋନା ମହାମାରୀ ସମୟରେ କ୍ୱାରେଣ୍ଟାଇନରେ ଥିବା ଭାସ୍କରଙ୍କୁ ବନ ବିଭାଗ ଉଠାଇ ନେବା ପରେଏବେ ବିଭିନ୍ନ ପ୍ରଶ୍ନ ଉଠିଛି । କ୍ୱାରେଣ୍ଟାଇନ କେନ୍ଦ୍ରରୁ ଜଣେ ପ୍ରବାସୀଙ୍କୁ ନେବାକୁ ବନ ବିଭାଗକୁ କିଏ ଅନୁମତି ଦେଲା ଓ ଏହାଦ୍ୱାରା କରେନା ସଂକ୍ରମଣ ବଢ଼ିବା ଆଶଙ୍କା ଅଧିକା ରହିଥିବା ଆଲୋଚନା ହେଉଛି, ନିଜ ଉପରୁଦୋଷ ଛଡ଼ାଇବାକୁ ବନ ବିଭାଗ ତରବରିଆ ଭାବେ ଏପରି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି ।
Comments are closed, but trackbacks and pingbacks are open.