ବାଘ ଛାଲ ଜବତ, ଜଣେ ଗିରଫ

Get real time updates directly on you device, subscribe now.

ସୁବର୍ଣ୍ଣପୁର,(ବି.ବି.ନୁ୍ୟଜ୍): ସୋନପୁରରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ୍ ହେଉଥିବା ଖବର ପାଇଁ ଭୁବନେଶ୍ୱର ସ୍ପେସାଲ୍ ଟାrଫୋର୍ସ ଗତକାଲି ସୋନପୁରରେ ଚଢ଼ଉ କରିଥିଲା । ଜଣେ ବ୍ୟକ୍ତିଙ୍କ ଠାରୁ କଲରାପତରିଆ ବାଘଛାଲ ଜବତ କରିବା ପରେ ସୋନପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ବାବୁନେକଟିମା ଗାଁର ଅଶୋକ ଛତ୍ରିଆ । ଏନେଇ ଏସଟିଏଫ ପକ୍ଷରୁ ତଦନ୍ତ ଜାରି ରହିଛି ।
ସୂଚନାନୁଯାୟୀ, ସୋନପୁରରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଯୋଜନା ହେଉଥିବା ଖବର ପାଇଁ ଭୁବନେଶ୍ୱର ସ୍ପେସାଲ୍ ଟାrଫୋର୍ସ ଗତକାଲି ସୋନପୁରରେ ଚଢ଼ଉ କରିଥିଲା । ଟାକ୍ସଫୋର୍ସ ଟିମ ସୋନପୁର ଜିଲ୍ଲା ହିକୁଡି ନିକଟସ୍ଥ ଆଇଟିଆର କଲେଜ ନିକଟରେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ବାବୁନେକଟିମା ଗାଁର ଅଶୋକ ଛାତ୍ରିଆକୁ ସନେ୍ଦହରେ ଅଟକ ରଖି ପଚରାଉଚରା କରିଥିଲା । ଯାଞ୍ଚ ବେଳେ ତା’ ନିକଟରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା । ଏସଟିଏଫ ପକ୍ଷରୁ ଉକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଏନେଇ ଏସଟିଏଫ୍ ଥାନା କେଶ ନଂ-୨୪ ତା.୧୨.୧୦.୨୦୨୦ରେ ଦଫା ୩୭୯/୪୧୧ଆଇପିସି ଓ ଆର/ଡବ୍ଲୁ ୫୧ ବନ୍ୟଜନ୍ତୁ(ସୁରକ୍ଷା) ଆକ୍ଟ ୧୯୭୨ରେ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ ସୋନପୁର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି । ଜବତ ବାଘଛାଲକୁ ଡେରାଡୁନସ୍ଥିତ ବନ୍ୟଜନ୍ତୁ ଅନÂାନକୁ କେମିକାଲ ପରୀକ୍ଷା ପାଇଁ ପଠାଇ ଅ%ôକ ତଦନ୍ତ ଚାଲୁରହିଛି । ଏନେଇ ଜିଲ୍ଲା ବନଖଣ୍ଡ ଅ%ôକାରୀ ସୁଶାନ୍ତ କୁମାର ସାମନ୍ତରାଙ୍କୁ ପଚାରିବାରୁ ଏ ସଂପର୍କରେ ଆମ ପାଖରେ କିଛି ସୂଚନା ନାହଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ପ୍ରକାଶ ଥାଉକି ସୋନପୁର ଜିଲ୍ଲାର କେଉଁ ରେଞ୍ଜ ଅଂଚଳରେ ଏହି ବାଘର ଶିକାର କରାଯାଇ କେଉଁ ପରିସ୍ଥିତିରେ କାହାକୁ ବିକ୍ରି କରିବା ପାଇଁ ଯୋଜନା ରଖି ପଡୋଶୀ ସମ୍ବଲପୁର ଜିଲ୍ଲାର ଅଭିଯୁକ୍ତ ଏଠାକୁ ଆସିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons