ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବହୁପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଭାରତୀୟ ନିର୍ବାଚନ କମିଶନ ଆଜି ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଠିକ୍ ମାସକ ପରେ ଅର୍ଥାତ୍ ଆସନ୍ତା ଅକ୍ଟୋବର ୨୧ରେ ପଡ଼ିବ ଭୋଟ୍ । ନିର୍ବାଚନ ତାରିଖ ଘୋଷଣା ହେବା ସହ ରାଜନୈତିକ ବାତାବରଣ ବି ତତଲା ହୋଇପଡ଼ିଛି । ତିନି ପ୍ରମୁଖ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ ପ୍ରାର୍ଥୀ ।
ଏହି ଉପନିର୍ବାଚନ ପାଇଁ ଆସନ୍ତା ୨୩ ତାରିଖ (ସୋମବାର)ବିଜ୍ଞପ୍ତି ପ୍ରକାଶ ପାଇବ । ସେଇଦିନଠୁ ଆରମ୍ଭ ହୋଇଯିବ ନାମାଙ୍କନ ଦାଖଲ । ନାମାଙ୍କନ ଦାଖଲ ସରିବ ୩୦ ତାରିଖରେ । ଅକ୍ଟୋବର ୧ରେ ନାମାଙ୍କନପତ୍ର ଯାଞ୍ଚ୍ ହେବ । ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଅକ୍ଟୋବର ୨୧ରେ ମତଦାନ କରିବେ ବିଜେପୁରବାସୀ । ୨୪ରେ ଭୋଟ୍ ଗଣତି ହେବ । ୨୭ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠାରୁ ବିଜେପୁର ନିର୍ବାଚନମଣ୍ଡଳୀ ସମେତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ।
ବିଜେପୁର ଉପନିର୍ବାଚନରେ ୨୮୫ଟି ବୁଥ୍ରେ ୨ ଲକ୍ଷ ୩୨ ହଜାର ୫ଜଣ ମତଦାତା ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୯ ହଜାର ୯୧୬ ଜଣ ପୁରୁଷ, ୧ ଲକ୍ଷ ୧୨ ହଜାର ୭୪ଜଣ ମହିଳା ଓ ୧୫ଜଣ ତୃତୀୟ ଲିଙ୍ଗ ଭୋଟର ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ବହୁଚର୍ଚ୍ଚିତ ବିଜେପୁର ଫାଇଟ୍ ପାଇଁ ଏବେଠୁ ମଇଦାନ ସରଗରମ ହୋଇପଡ଼ିଛି । ପାଟକୁରା ପରେ ଏବେ ବିଜେପୁରର ପାଳି । ବିଜେପୁର ଗଡ଼ ଦଖଲ କରିବାକୁ ତିନି ରାଜନୈତିକ ଦଳ ଅଣ୍ଟା ଭିଡ଼ିଛନ୍ତି । ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ୪ଜଣ ନେତାଙ୍କୁ ନେଇ ବିଜେଡି ଗଢ଼ିଛି ନିର୍ବାଚନ କମିଟି । ଏହି କମିଟିରେ ରହିଛନ୍ତି ବରିÂ ନେତା ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ, ସଂଜୟ ଦାସବର୍ମା ଓ କଳିକେଶ ନାରାୟଣ ସିଂହଦେଓ । ଏହି ନେତାମାନେ ବିଜେପୁର ପାଇଁ ବିଜେଡିର ରଣକୌଶଳ ପ୍ରସ୍ତୁତ କରିବା ସହ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବେ । ସୂଚନା ଅନୁସାରେ ବରପାଲି ବ୍ଲକ ଦାୟିତ୍ୱ ନିରଞ୍ଜନ ପୂଜାରୀ ବୁଝିବେ । ସଂଜୟ ବିଜେପୁର ଏନ୍ଏସି ସହ ବ୍ଲକ ଦାୟିତ୍ୱ ନେଇଛନ୍ତି । ଗାଇସିଲଟ ବ୍ଲକ ଜଗିବେ କଳିକେଶ । ସୁଶାନ୍ତ ସମନ୍ୱୟ ରକ୍ଷା କରିବେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଗୁରୁ ଦାୟିତ୍ୱ ସମ୍ଭାଳିବେ ବୋଲି ଦଳ ସୂତ୍ରରୁ ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏ ଆସନ ଛାଡ଼ିଥିବାରୁ ଏଠାରେ ପୁଣି ଥରେ ଶଙ୍ଖ ପତାକା ଉଡ଼ାଇବାକୁ ବିଜେଡି ଜୀ ଜାନ୍ ଲଗାଇବ । ଏଠାରେ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ସୁବାସ ଚୌହ୍ୱାନ ଓ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ଆପିକଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିସାରିଛି । ତେଣୁ ପୂର୍ବତନ ବିଧାୟିକା ରୀତା ସାହୁ ଟିକେଟ ପାଇବା ସମ୍ଭାବନା ଅଧିକ । ମାତ୍ର ଚୂଡ଼ାନ୍ତ ନିଷ୍ପତ୍ତି ନବୀନ ହିଁ ନେବେ ।
ଏଥର ବିଜେପି ବିଜେପୁର ଦଖଲ ପାଇଁ ଜୋଦାର ପ୍ରସ୍ତୁତି ଚଳାଇଛି । ବିଜେପି ପାଇଥିବା ୮ ଲୋକସଭା ଆସନରୁ ପଶ୍ଚିମ ଓଡ଼ିଶାରୁ ଦଳ ୫ଟି ସିଟ୍ ପାଇଛି । କେନ୍ଦ୍ରରେ ମଧ୍ୟ ଦଳର ସରକାର ଅଛି । ତେଣୁ ବିଜେପୁରରେ ବିଜେଡିକୁ ପରାସ୍ତ କରି ଦଳର ସମ୍ମାନ ବୃଦ୍ଧି ସହ ଆତ୍ମବିଶ୍ୱାସ ବଢ଼ାଇବାକୁ ବିଜେପି ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଆଣିବ । ଦଳ ଏ ସୁଯୋଗକୁ କୌଣସି ପରିସ୍ଥିତିରେ ହାତଛଡ଼ା କରିବାକୁ ଚାହୁଁନି । ପାଟକୁରାରେ ଦଳ ବହୁ ପରିଶ୍ରମ ସତ୍ତେ୍ୱ ପରାଜୟ ବରଣ କରିଥିବାରୁ ଏହାର ପ୍ରତିଶୋଧ ନେବାକୁ ବିଜେପୁରରେ ଦଳ ଦମ ଦେଖାଇବାକୁ ମନସ୍ଥ କରିଛି । ଏଠାରେ ପ୍ରାର୍ଥୀ ହେବାକୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆଗ୍ରହ ପ୍ରକାଶ କରୁଥିଲା ବେଳେ ଦଳ ଗତ ନିର୍ବାଚନରେ ପ୍ରାର୍ଥୀ କରିଥିବା ସନତ ଗରତିଆଙ୍କୁ ବଦଳାଇପାରେ । ଶ୍ରୀ ଗରତିଆ ଗତ ନିର୍ବାଚନରେ ନବୀନଙ୍କ ବିରୋଧରେ ଲଢ଼ି ୫୩ ହଜାର ଭୋଟ ପାଇଥିଲେ । ନବୀନ ପାଇଥିଲେ ୧ ଲକ୍ଷ ୧୦ ହଜାର ଭୋଟ । ତେବେ ଦଳ ଏଠାରେ ଦଳୀୟ ସାଂସଦ ଓ ବିଧାୟକଙ୍କୁ ଡେରା ପକାଇ ରଖି ବିଜୟ ସ୍ୱାଦ ଚାଖିବାକୁ ପୂର୍ଣ୍ଣ ଉଦ୍ୟମ କରିବ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଆଜି ଗଣମାଧ୍ୟମକୁ କହିଛନ୍ତି, ଦଳ ଏଥର ବିଜେପୁରରେ ନିଶ୍ଚିତ ଜିତିବ । ଦଳର ଜଣେ ବରିÂ କାର୍ଯ୍ୟକର୍ତ୍ତାଙ୍କୁ ପ୍ରାର୍ଥୀ କରାଯିବ । ପ୍ରାର୍ଥୀ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି । ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।
କଂଗ୍ରେସ ମଧ୍ୟରେ ଏଥର ପଛରେ ପଡ଼ିନାହିଁ । ଏକଦା କଂଗ୍ରେସର ଗଡ଼ ଥିବା ବିଜେପୁରରେ ଦଳ ନିଜ ପୂର୍ବ ସମ୍ମାନ ଫେରାଇ ଆଣିବାକୁ ଆଶା ରଖିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦଳ ଏକ କମିଟି ଗଠନ କରିଛି । ଖାଲି ସେତିକି ନୁହେଁ, ବିଜେଡି-ବିଜେପିର ମାଳମାଳ ନେତାଙ୍କୁ ଟକ୍କର ଦେବାକୁ କଂଗ୍ରେସ ମଧ୍ୟ ଏଥର ଦଳର ସମସ୍ତ ୯ ବିଧାୟକଙ୍କୁ ବିଜେପୁର ପଠାଇବ । ୯ଜଣ ବିଧାୟକଙ୍କୁ ବିଭିନ୍ନ ଏରିଆ ଦାୟିତ୍ୱ ଦିଆଯିବ । ଏହାବାଦ୍ ବରିÂ ନେତାମାନେ କ୍ୟାମ୍ପ କରି ରହିବେ । ଗତ ନିର୍ବାଚନରେ ଦଳ ରାଜ୍ୟ ତମାମ ଖରାପ ପ୍ରଦର୍ଶନ କରିଥିବାବେଳେ ପାଟକୁରାରେ ଦଳ ଶୋଚନୀୟ ଭାବେ ରେସରୁ ବାହାରିଗଲା । ବିଜେପୁର ଉପନିର୍ବାଚନ ପିସିସି ସଭାପତି ନିରଞ୍ଜନ ପ;ନାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ । ଦଳ କାହାକୁ ପ୍ରାର୍ଥୀ କରିବ, ଏଯାଏଁ ସ୍ଥିର ହୋଇନି । ଗତ ଥରର ପ୍ରାର୍ଥୀ ରିପୁନାଥ ସେଠ କିମ୍ବା ତାଙ୍କ ପୁଅଙ୍କୁ ଏଠାରେ ପ୍ରାର୍ଥୀ କରିପାରେ କଂଗ୍ରେସ ।
ସୂଚନାଯୋଗ୍ୟ, ଗତ ୫ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଭୋଟ୍ ଦେବେ ବିଜେପୁରବାସୀ । ୨୦୧୪ରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଜିତିଥିଲେ । ସୁବଳଙ୍କ ପରଲୋକ ପରେ ଉପନିର୍ବାଚନରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ପ୍ରାର୍ଥୀ ହୋଇ ଜିତିଲେ । ୨୦୧୯ ନିର୍ବାଚନରେ ପ୍ରଥମ କରି ନବୀନ ଏଠାରୁ ପ୍ରାର୍ଥୀ ହୋଇ ଜିତିଲେ । ମାତ୍ର ନବୀନ ନିଜ ପାରମ୍ପରିକ ଆସନ ହିଞ୍ଜିଳି ଆସନ ରଖିଥିବାବେଳେ ବିଜେପୁରକୁ ଛାଡ଼ିଥିଲେ ।
Comments are closed, but trackbacks and pingbacks are open.