ବାଟରୁ ଅନ୍ୟ ୪ଜଣଙ୍କ ସହ ଉଦ୍ଧାର, ଦଲାଲ ଗିରଫ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ଚାଲିଛି ଅନ୍ଲାଇନ୍ ପାଠପଢା । କିନ୍ତୁ ପାଖରେ ସ୍ମାର୍ଟ ଫୋନ୍ ନଥିବାରୁ ନବୋଦୟ ବିଦ୍ୟାଳୟର ଜଣେ ଛାତ୍ର ଦାଦନ ଖଟିବାକୁ ଯାଉଥିବା ବେଳେ ବାଟରୁ ଉଦ୍ଧାର ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ର ଜଣକ ହେଲା ମାଲକାନଗିରି ବ୍ଲକ୍ ସିନ୍ଧି୍ରିମାଳ ପଞ୍ଚାୟତ ଅନ୍ତର୍ଗତ ବିଜାଘାଟି ଗାଁର ସୁରେନ୍ଦ୍ର ଖରା । ତା’ ସହିତ ଗାଁର ଅନ୍ୟ ୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସ୍ମାର୍ଟ ଫୋନ୍ ପାଇଁ ସୁରେନ୍ଦ୍ର ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଉଥିବା ପ୍ରଶାସନ ଜାଣିବା ପରେ କାଲିମେଳା ତହସିଲଦାର ଆଲୋକ କୁମାର ଅନୁଗୁଳିଆ ସହାୟତାର ହାତ ବଢାଇଛନ୍ତି । ନିଜ ହାତରୁ ୧୦ ହଜାର ଟଙ୍କା ବ୍ୟୟରେ ଏକ ସ୍ମାର୍ଟ ଫୋନ୍ କିଣି ସୁରେନ୍ଦ୍ରକୁ ଦେଇଛନ୍ତି । ପରିବାର ଲୋକଙ୍କୁ ପରାମର୍ଶ ଦେଇଛନ୍ତି, ଆଗାମୀ ଦିନରେ ଯେମିତି ସୁରେନ୍ଦ୍ର ଆଉ କେବେହେଲେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ନଯିବେ । ତା’ର ସମସ୍ତ ପାଠପଢା ଖର୍ଚ୍ଚ ସେ ବହନ କରିବେ ବୋଲି ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ ସୁରେନ୍ଦ୍ର ସମେତ ୫ଜଣଙ୍କୁ ବେଙ୍ଗାଲୁରୁ ନେଉଥିବା ଦାଦନ ଦଲାଲ ଅସୀମ ସର୍ଦ୍ଧାରକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ୧୦ ତାରିଖରେ ଏହି ଘଟଣା ଘଟିଥିଲେ ହେଁ, ଆଜି ଏହା ଲୋକଲୋଚନକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜବାହର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଛି ସୁରେନ୍ଦ୍ର । କରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଛି । କିନ୍ତୁ ଅନ୍ଲାଇନ୍ରେ ପାଠପଢା ହେଉଛି । ପରିବାର ଅତ୍ୟନ୍ତ ଗରିବ ଥିବାରୁ ସ୍ମାର୍ଟ ଫୋନ୍ କିଣିବାରୁ ବଞ୍ଚିତ ହୋଇଥିଲା ସୁରେନ୍ଦ୍ର । କିନ୍ତୁ ପାଠପଢିବା ଲାଗି ମନରେ ଥିଲା ମେଞ୍ଚାଏ ଆଶା । କୌଣସି ପ୍ରକାରେ ଫୋନ୍ଟିଏ କିଣିବାକୁ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ଏହି ସମୟରେ ଗାଁର କେତେକ ଯୁବକ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ଭଦ୍ରାଚଳମ୍ ଯାଉଥିବା ଜାଣିବାକୁ ପାଇଥିଲା । ଆଶୀର୍ବାଦ କଲୋନିର ଦଲାଲ ଅସୀମ ସୁରେନ୍ଦ୍ର ସହିତ ଅନ୍ୟ ୪ଜଣଙ୍କୁ ଏକ ଅଟୋରେ ବସାଇ ବସ୍ଷ୍ଟାଣ୍ଡ ନେଉଥିବା ବେଳେ କେଉଁଠିକୁ ନେଉଛ ବୋଲି ସେମାନେ ପଚାରିଥିଲେ । ଭଦ୍ରାଚଳମ୍ ପରିବର୍ତ୍ତେ ବେଙ୍ଗାଲୁରୁରେ କାମ ମିଳିବ ବୋଲି କହିଥିଲା ସର୍ଦ୍ଧାର । ଏହି ସମୟରେ ଜୟ ମାଲକାନଗିରି ଗ୍ରୁପ୍ର ବସନ୍ତ ନାୟକ, ବରୁଣ ଦୁରୁକା, ମାନସ ବେହେରା ପ୍ରମୁଖ ସନେ୍ଦହ କରି ଅଟୋଟିକୁ ଅଟକାଇଥିଲେ । ସବୁକଥା ଜାଣିବା ପରେ ଟାଉନ୍ ଥାନା ଅଧିକାରୀ ରାମପ୍ରସାଦ ନାଗଙ୍କୁ ଫୋନ୍ କରି ଜଣାଇଥିଲେ । ପୁଲିସ୍ ପହଞ୍ଚି ଦଲାଲ ନିକଟରୁ ସୁରେନ୍ଦ୍ର ସମେତ ଅନ୍ୟ ୪ଜଣଙ୍କୁ ଉଦ୍ଧାର କରିଥିଲା । ଏଥିସହ ସର୍ଦ୍ଧାର ଅସୀମକୁ ଗିରଫ କରିଥିଲା । ଉଦ୍ଧାର ହୋଇଥିବା ଅନ୍ୟ ୪ଜଣ ହେଲେ ଅଭି ଗୋଲରୀ(୧୭), ଶଙ୍କର କବାସୀ(୧୫), ଜୟରାମ ଖିଲ(୨୧) ଓ ପେଦା କବାସୀ(୧୫) । ଉଦ୍ଧାର ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ସୁରେନ୍ଦ୍ରର ପାଠପଢା ପ୍ରତି ଆଗ୍ରହ ଦେଖି ଜୟ ମାଲକାନଗିରି ଯୁବଗୋÂୀ ତା’ ପାଇଁ ଖାତା, କଲମ, ବହି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ କିଣିଥିଲେ । ଏଥିସହ କାଲିମେଳା ତହସିଲଦାର ଶ୍ରୀ ଅନୁଗୁଳିଆଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜୟ ମାଲକାନଗିରି ଗ୍ରୁପ୍ର ରବି ରାଜେଶଙ୍କ ନେତୃତ୍ୱରେ ତହସିଲଦାର ଶ୍ରୀ ଅନୁଗୁଳିଆ ବିଜାଘାଟି ଗାଁରେ ପହଞ୍ଚି ସୁରେନ୍ଦ୍ର ଓ ତାର ପରିବାର ଲୋକଙ୍କୁ ଭେଟିଥିଲେ । ସୁରେନ୍ଦ୍ରକୁ ସ୍ମାର୍ଟ ଫୋନ୍ ସହ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । କେବଳ ସୁରେନ୍ଦ୍ର ନୁହେଁ, ଜିଲ୍ଲାରେ ଏମିତି ବହୁ ଗରିବ ଆଦିବାସୀ ମେଧାବୀ ଛାତ୍ର ଅଛନ୍ତି, ଯେଉଁମାନଙ୍କ ଭାଗ୍ୟରେ ସ୍ମାର୍ଟ ଫୋନ୍ଟିଏ ଜୁଟିବା ସାତ ସପନ । ସେମାନେ ଅନ୍ଲାଇନ୍ ପାଠପଢାରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର । ଏଥିସହ ପେଟପାଟଣା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା କୋମଳମତି ଶିଶୁଙ୍କୁ ଉଦ୍ଧାର କରିବା ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ନେବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons