ବାଣିଜ୍ୟ ଚୁକ୍ତି ବାତିଲ କରିବାକୁ ଚୀନ୍‌କୁ ଆମେରିକାର ଚେତାବନୀ, ଟ୍ରମ୍ପ୍ କହିଲେ ‘ମୋତେ ଅଧିକ କଠୋର ହେବାକୁ ବାଧ୍ୟ କରନାହିଁ ’

Get real time updates directly on you device, subscribe now.

ଓ୍ବାଶିଂଟନ୍ : କରୋନା ଭାଇରସ୍ କୁ ନେଇ ଆମେରିକା ଏବଂ ଚୀନ୍ ମତାନ୍ତର ବଢିବାରେ ଲାଗିଛି। ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଚୀନ୍ ନିୟମକୁ ପାଳନ ନକରେ ତେବେ ହୋଇଥିବା ବାଣିଜ୍ୟ ଚୁକ୍ତି ବନ୍ଦ କରିଦେବେ । ଟ୍ରମ୍ପ କହିଛନ୍ତି ଯେ, ଚୀନ୍ ପ୍ରତି ତାଙ୍କ ଅପେକ୍ଷା ଅନ୍ୟ କେହି କଠୋର ହୋଇପାରିବେ ନାହିଁ । ଉଲ୍ଲେଖନୀୟ ଯେ, ଚୀନ୍‌ରୁ ଉତ୍ପନ୍ନ କରୋନା ମହାମାରୀକୁ ନେଇ ଦୁଇ ଦେଶର ନେତାଙ୍କ ମଧ୍ୟରେ ଅନେକ ବୟାନବାଜି ହେଉଛି । ଏହି ଭାଇରସ୍ ଚୀନର କୌଣସି ଲ୍ୟାବରୁ ଉତ୍ପନ ହୋଇଥିବା ନେଇ ଆମେରିକା ସନ୍ଦେହ କରୁଛି । ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ‘ଚୀନ୍ ଭାଇରସ୍’ ବୋଲି କହିଛନ୍ତି।
ଚୀନ୍ ଏବଂ ଆମେରିକା ମଧ୍ୟରେ ଚଳିତ ବର୍ଷ ଜାନୁଆରୀରେ ପ୍ରଥମ ପର୍ୟ୍ୟାୟ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଗତ ଦୁଇ ବର୍ଷ ଧରି ଦୁଇ ଦେଶ ମଧରେ ଚାଲିଥିବା ବାଣିଜ୍ୟ ଯୁଦ୍ଧର ତିକ୍ତତାକୁ ଭୁଲି ଦୁଇ ଦେଶ ଏହି ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଦୁଇ ବର୍ଷ ଧରି ଉଭୟ ଦେଶରେ ବାଣିଜ୍ୟ ଯୁଦ୍ଧ ଫଳରେ ସାରା ବିଶ୍ବର ଷ୍ଟକ୍ ମାର୍କେଟ୍ ଏବଂ ଅର୍ଥବ୍ୟବସ୍ଥା ବ୍ୟାପକ କ୍ଷତି ସହିଥିଲା ​​ଜ୍ଝ
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ଚୁକ୍ତିରେ କୁହାଯାଇଛି ଯେ ଚୀନ୍ ୨୦୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ଉତ୍ପାଦ କିଣିବ। ଏନେଇ ଚୀନ୍ ତାର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଲାଣି । କିନ୍ତୁ ୟୁଏସ-ଚାଇନା ଇକୋନୋମିକ୍ ଏବଂ ସିକ୍ୟୁରିଟି ରିଭ୍ୟୁ କମିଶନ ଏକ ରିପୋର୍ଟରେ କହିଛି ଯେ ଚୀନ୍ ଏଥିରେ ଏକ ନୂତନ ସର୍ତ୍ତ ଯୋଡିପାରେ ଯେ ପ୍ରାକୃତିକ ବିପର୍ୟ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ନୂଆ ଆଲୋଚନା ହେବ।
ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଯଦି ଏହା ଘଟେ, ତେବେ ଆମେ ଏହି ଚୁକ୍ତିନାମାକୁ ବାତିଲ କରିବୁ ଏବଂ ଯାହା ଆମ ପାଇଁ ଭଲ ହେବ ତାହା କରିବୁ। ସେ ଚେତାବନୀ ଦେଇ କହିଛନ୍ତି ଯେ, ‘ମୋ ଅପେକ୍ଷା ଚୀନ୍ ପ୍ରତି କେହି କଠୋର ହୋଇପାରିବେ ନାହିଁ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons