ବାଣୀବିହାରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ତିନିମହଲା ଉପରେ ଚଢିଗଲେ ଯୁବକ, ଉଦ୍ଧାର ପାଇଁ ଉଦ୍ୟମ ଜାରି

Get real time updates directly on you device, subscribe now.

ଭୁବନେଶ୍ବର : ଭୁବନେଶ୍ବର ବାଣୀବିହାରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବାଣୀବିହାର ମୁଖ୍ୟ ବିଲ୍ଡିଂ ୩ ମହଲା ଉପରକୁ ଚଢିଗଲେ ଯୁବକ । ଯୁବକଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ । ତେବେ ସେ ବିଶ୍ବବିଦ୍ୟାଳୟର ଛାତ୍ର କି ନୁହେଁ ତାହା ଜଣାପଡିନାହିଁ ।
ଗତକିଛି ଦିନ ତଳେ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା, ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା ଗାଁରେ ଏକ ବ୍ୟାଙ୍କ ଛାତ ଉପରୁ ଡେଇଁ ଶିବ ମୁଂଡା ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ଶହ ଶହ ଲୋକ ଥିଲେ ମଧ୍ୟ କେହି ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁନଥିଲେ , ବରଂ ତାଙ୍କ ଭିଡିଓ ବନାଇବାରେ ସମସ୍ତେ ବ୍ୟସ୍ତ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons