ବାଣୀବିହାର ଓ ରାଜଭବନ ଛକରେ କାନ ଧରି ହେଲେ ବସ୍ଉଠ୍

Get real time updates directly on you device, subscribe now.

ଭୁବନେଶ୍ୱର :  ସାରାରାଜ୍ୟରେ କରୋନା ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଆବଶ୍ୟକ ଥିଲେ ଘରୁ ବାହାରକୁ ବାହାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲକ୍‌ଡାଉନ୍‌ରୁ ଜରୁରୀ ଓ ଅତ୍ୟାବଶକୀୟ ସାମଗ୍ରୀକୁ ବାଦ୍‌ ଦିଆଯାଇଛି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଲାଗି ଆଇନ୍ କି କାନୁନ୍‌ କିଛି ନାହିଁ। ସଚେତନତା ଲାଗି ସରକାର କଟକଣା ଜାରି କରୁଛନ୍ତି, କିନ୍ତୁ ଏମାନେ ସରକାରଙ୍କ ନିୟମକୁ ଭାଙ୍ଗିବାରେ ସାମାନ୍ୟ ଅବହେଳା ବି କରୁନାହାନ୍ତି। ସାଧାରଣ ଲୋକଙ୍କୁ କିପରି କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ସେଥିଲାଗି ଅହରହ ପ୍ରୟାଶ ଚଳାଉଥିବା ବେଳେ ଏପରି ଲୋକଙ୍କ ଯୋଗୁ ସରକାରଙ୍କ ଘୋଷଣା ଫସର ଫାଟିବାରେ ଲାଗିଛି। ତେବେ ବୁଧବାର ରଜଧାନୀ ରାଜରାସ୍ତାରେ ଏପରି ଆଇନ ଭଙ୍ଗକାରୀଙ୍କୁ ପୋଲିସ ପାନେ ଚଖେଇଛି।ସାରାରାଜ୍ୟର ଲକ୍‌ଡାଉନ୍‌ରେ ରହିଛି। ରାଜଧାନୀ ଭୁବନେଶ୍ୱରର ପରିସ୍ଥିତି ଆୟତରେ ରଖିବା ଲାଗିବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ତେବେ ବୁଧବାର ଦିନ ଭୁବନେଶ୍ୱର ବାଣୀବିହାର ଛକ ଓ ରାଜଭବନ ଛକରେ ଦେଖିବାକୁ ମିଳିଥିଲା ଏପରି କିଛି ଦୃଶ୍ୟ । ରାଜଧାନୀ ସମେତ ପୂରା ରାଜ୍ୟରେକ କଟକଣା ଜାରି ଥିବା ବେଳେ କିଛି ଯୁବକ ବାଇକରେ ବେଫିକର ବୁଲୁଥିବା ବେଳେ ପୋଲିସ ହାତରେ ଧରାପଡି ରାସ୍ତା ଉପରେ ଉଠ ବସ୍ ହେବା ସହ ଫାଇନ ମଧ୍ୟ ଗଣିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons