ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ଦେଖାଦେଇଥିବା ଆନ୍ଦୋଳନ ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ବିଭିନ୍ନ ଷ୍ଟେସନରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡିଶାକୁ ଏବଂ ଓଡିଶା ମଧ୍ୟଦେଇ ଯାତାୟାତ କରୁଥିବା ଟ୍ରେନ୍ ପ୍ରଭାବିତ ହୋଇଛି।
ଓଡ଼ିଶା ଦେଇ ଯାଉଥିବା ଅନେକ ଟ୍ରେନ୍ ଗତକାଲି ବାତିଲ ହୋଇଥିଲା। ଆସନ୍ତାକାଲି କୋଲକାତାରୁ ଆସୁଥିବା ସାଲଦା-ପୁରୀ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି। ଏପଟେ ପୁରୀରୁ କୋଲକାତା ଯାଉଥିବା ପୁରୀ-ଚେନ୍ନାଇ ଏକ୍ସପ୍ରେସ୍, ପୁରୀ-ସନ୍ତ୍ରାଗାଚ୍ଛି ପାସେଞ୍ଜର ଏବଂ ପୁରୀ-ଖୋର୍ଦ୍ଧା ପାସେଞ୍ଜରକୁ ମଧ୍ୟ ବାତିଲ କରାଯାଇଛି। ସେହିପରି ଆଜି ତିରୁପତିରୁ ଆସିବାକୁ ଥିବା ତିରୁପତି-ହାଓ୍ୱଡା ଏକ୍ସପ୍ରେସ୍, ୧୭ ତାରିଖରେ ଏର୍ଣ୍ଣାକୁଲମରୁ କୋଓ୍ୱକାତା ଆସିବାକୁ ଥିବା ଏର୍ଣ୍ଣାକୁଲମ- ହାୱଡା ଏକ୍ସପ୍ରେସକୁ ବାତିଲ କରାଯାଇଛି।
ଚେନ୍ନାଇ-ହାଓ୍ୱଡା କରମଣ୍ଡଳ ଏକ୍ସପ୍ରେସ୍, ଦିଘାରୁ ଆସୁଥିବା ଦିଘା-ପୁରୀ ଏକ୍ସପ୍ରେସ୍, ଯଶୋବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍, ହାଇଦ୍ରାବାଦରୁ କୋଲକାତା ଆସୁଥିବା ହାଇଦ୍ରାବାଦ-ହାଓ୍ୱଡା ଏକ୍ସପ୍ରେସ୍ ବି ବାତିଲ ହୋଇଛି। ଏହାସହ ଚେନ୍ନାଇରୁ ଆସୁଥିବା ଚେନ୍ନାଇ-ପୁରୀ ଏକ୍ସପ୍ରେସ୍ ମଧ୍ୟ ବାତିଲ କରାଯାଇଛି। ଏହାସହ କିଛି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି।
Comments are closed, but trackbacks and pingbacks are open.