ବାତ୍ୟାଞ୍ଚଳ ବୁଲିଲେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍କରୁ ବୁଲି ଦେଖଇଛନ୍ତି । କ୍ଷତିଗ୍ରସ୍ତ ଫସଲ ଓ ଘରର ଆକଳନ ୩ରୁ ୭ ଦିନ ମଧ୍ୟରେ ଶେଷ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କଟକ ଜିଲ୍ଲାରେ ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିଛନ୍ତି । ଅମ୍ଫାନ୍ ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ବେଗ ବ୍ୟକ୍ତ କରିବା ସହ କ୍ଷତିଗ୍ରସ୍ତ ଯୋଗାୋଗ ଭିତ୍ତିଭୂମି ଓ ରାସ୍ତାକୁ ଆସନ୍ତାକାଲି ସୁଦ୍ଧା ସ୍ୱାଭାବିକ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ସେସୁକୁ ଆସନ୍ତା ୨୪ ଘଣ୍ଟା ଭିତରେ ଓ ନେସ୍କୋକୁ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ବିଦୁ୍ୟତ୍ ସେବା ଯୋଗାଣକୁ ସ୍ୱଭାବିକ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ୩ ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ ଏବଂ କ୍ଷତିଗ୍ରସ୍ତ ଘର ଓ କୋଠାର ଆକଳନ ସପ୍ତାହକ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଅମ୍ଫାନରେ ରାଜ୍ୟର ୮୯ଟି ବ୍ଲକର ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଗସ୍ତ କରିଥିଲେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଙୟ ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନରେ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons