କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡ ରଚିଥିବା ବାତ୍ୟା ଅମ୍ଫାନ ଜନିତ ମୃତୁ୍ୟ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ଗତକାଲି ଅମ୍ଫାନ ଯୋଗୁ ପଶ୍ଚିମବଙ୍ଗରେ ମୃତୁ୍ୟ ସଂଖ୍ୟା ୭୨ ଥିଲା । ତେବେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ସହ ମୃତୁ୍ୟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଅମ୍ଫାନ ଯୋଗୁ ଛିନଭିନ୍ନ ହୋଇଯାଇଥିବା ପଶ୍ଚିମବଙ୍ଗର ସ୍ଥିତି ଦେଖଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) କୋଲକାତାରେ ପହଞ୍ଚିଛନ୍ତି । ଦିନ ପ୍ରାୟ ୧୧ଟା ବେଳେ ସେ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଯୋଗେ କୋଲକାତା ଏୟାରପୋର୍ଟରେ ପହଞ୍ଚିଛନ୍ତି । ସେଠାରେ ତାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବହୁ ବରିÂ ଅଧିକାରୀ ରହିଥିଲେ । କରୋନା ସଂକ୍ରମଣ ଯୋଗୁ ମୋଦିଙ୍କ ସମେତ ମମତା ସ ଅନ୍ୟ ବରିÂ ଅଧିକାରୀମାନେ ମୁହଁରେ ମାସ୍କ ପିନ୍ଧିଥିଲେ । ସେହିପରି ମୋଦି ସାମାଜିକ ଦୂରତା ରକ୍ଷା କରି ସମସ୍ତଙ୍କ ନମସ୍କାର ଗ୍ରହଣ କରିବା ସହ ପ୍ରତି ନମସ୍କାର କରିଥିଲେ । କୋଲକାତା ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ମୋଦି ପଶ୍ଚିମବଙ୍ଗରେ ଅମ୍ଫାନ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବେ । ଏହି ସମୟରେ ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ରହିବେ । ସେହିପରି ଓଡ଼ିଶାରେ ସ୍ଥିତି ସମୀକ୍ଷା କରିବା ବେଳେମୋଦିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉପସ୍ଥିତ ରହିବେ । ପଶ୍ଚିମବଙ୍ଗରେ ବାତ୍ୟା ଅଞ୍ଚଳ ବୁଲି ଦେଖିବା ପରେ ମୋଦି ଏୟାରପୋର୍ଟରେ ବରିÂ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ବିମାନ ଯୋଗେ ମୋଦି ଭୁବନେଶ୍ୱର ଆସିବେ । ଏୟାରପୋର୍ଟରୁ ହେଲିକପ୍ଟର ଯୋଗେ ଓଡ଼ିଶାରେ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଦିଲ୍ଲୀ ଫେରିବା ପରେ ମୋଦି ଦୁଇ ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣଶ କରିପାରନ୍ତି । ମଙ୍ଗଳବାର ଠାରୁ ଓଡ଼ିଶାରେ ତାଉ ଦେଖାଉଥିବା ବାତ୍ୟା ଅମ୍ଫାନ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଥିଲା । ଏହି ସମୟରେ ପନବନର ବେଗ ପ୍ରାୟ ୧୮୦ କି.ମି. ରହିଥିଲା । ଦୀର୍ଘ ୬ ଘଣ୍ଟା କାଳ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ସହ ଖଣ୍ଡ ପ୍ରଳୟ କରିଛି ଅମ୍ଫାନ । ହଜାର ହଜାର ଘର ଠାରୁ ଆରମ୍ଭ କରି ଗଛ ଓ ବିଦୁ୍ୟତ୍ ଖୁଣ୍ଟ ମାଟିରେ ମିଶି ଯାଇଛି । ଏଯାଏ ୮୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଆଗକୁ ମୃତୁ୍ୟ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ସର୍ବନାଶ କରି ଦେଇଥିବା କହିଛନ୍ତି । କ୍ଷୟକ୍ଷତି ଆକଳନ ପାଇଁ ପ୍ରାୟ ଗୋଟି, ସପ୍ତାହ ଲାଗିବ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ସେ କହିଛନ୍ତି । ପ୍ରାଥମିକ ଅଳକଳନ ଅନୁଯାୟୀ, ବାତ୍ୟା ଯୋଗୁ ପଶ୍ଚିମବଙ୍ଗର ପ୍ରାୟ ୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିବା କୁହାଯାଉଛି ।
Comments are closed, but trackbacks and pingbacks are open.