ବାଦାମ କିଣାରେ ଦୁର୍ନୀତି ଅଭିଯୋଗରେ ଲ୍ୟାମ୍ପ୍ସ ଏମ୍ଡି ନିଲମ୍ବିତ

Get real time updates directly on you device, subscribe now.

ମାଲକାନଗିରି, (ବି.ବି.ବୁ୍ୟରୋ): ବାଦାମ କିଣାରେ ଦୁର୍ନୀତି ଅଭିଯୋଗରେ ପୋଟେରୁ ଲ୍ୟାମ୍ପ୍ସ ଏମ୍ଡି ଧନେଶ୍ୱର ପଟ୍ଟନାୟକଙ୍କୁ ଲ୍ୟାମ୍ପ୍ସ ଆଡମିନିଷ୍ଟେଟର ନିଲମ୍ବନ କରିଛନ୍ତି । ଏହାସହିତ ଏହି ଘଟଣାର ତଦନ୍ତ କରାଯାଇ ଅନ୍ୟ କେହି କର୍ମଚାରୀ ଏଥିରେ ସାମିଲ ଥିଲେ, ସେମାନଙ୍କ ବିରୋଧରେ ବି ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଲ୍ୟାମ୍ପ୍ସ ଆଡମିନିଷ୍ଟେଟର ସାମଲ ମାରାଣ୍ଡି କହିଛନ୍ତି । ଅଭିଯୋଗ ମୁତାବକ, ପୋଟେରୁ ଲ୍ୟାମ୍ପ୍ସ ଅଧୀନରେ ଥିବା ଚିନାବାଦାମ ମଣ୍ଡିରୁ ଗଲା କିଛି ଦିନ ହେବ ଚାଷୀଙ୍କ ଚିନାବାଦାମ ଉଠୁ ନଥିଲା । ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ ସରକାରୀ ବସ୍ତା ନ ଥିବା ଦର୍ଶାଇ ଚାଷୀଙ୍କଠାରୁ ଚିନାବାଦାମ କିଣୁ ନଥିଲେ । ହେଲେ ଦଲାଲ ମାନଙ୍କ ସହ ଭିତିରିଆ ସଲା ସୁତୁରା କରି ଚିନାବାଦାମ ଚୋରା ଚାଲାଣ କରୁଥିଲେ । ଏନେଇ ଚାଷୀମାନେ ଜାଣିବା ପରେ ୨୮ ତାରିଖ ଦିନ ଏକ ଚିନାବାଦାମ ଭର୍ତ୍ତି ମିନି ଟ୍ରକକୁ ଜବତ କରାଯାଇଥିଲା । ଏହା ସହ ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ଲ୍ୟାମ୍ପ୍ସ ଆଡମିନିଷ୍ଟେଟର ଲ୍ୟାମ୍ପ୍ସ ଏମ୍ଡିଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons