ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ମୋତିଗାଁ ଗ୍ରାମର ବରିÂ ବାଦ୍ୟକାର ତଥା ପାନାବେଡ଼ା ଅଧିÂାତ୍ରୀ ଦେବୀ ମା’ ଖମ୍ୱେଶ୍ୱରୀଙ୍କ ପାଟ ମହୁରିଆ ହର ବାଘ (୬୫)ଙ୍କ ଚିକିତ୍ସାରେ ସାଜିଛି ଅର୍ଥ ବାଧକ । ଦୀର୍ଘଦିନ ହେବ ତାଙ୍କ ପାଦରେ ଘା’ ହୋଇ ସଂକ୍ରମଣ ହୋଇଛି । ଘା’ ପଚିଯାଇ ତାଙ୍କ ଡାହାଣ ପାଦ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି । ହର ବାଘଙ୍କ ପୁଅ ବହୁଦିନରୁ ଆଖିବୁଜି ଦେଇଥିବା ବେଳେ ଝିଅ ବାହା ହୋଇ ଶାଶୁ ଘର ଯାଇଛି । ତାଙ୍କ ନାତିମାନେ ଏଠାରେ କାମ ଧନ୍ଦା ନମିଳିବାରୁ ପରିବାର ଚଳେଇବା ପାଇଁ ବାହର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି । ଏପଟେ ଅସହାୟ ଅବସ୍ଥାରେ ହର ବାଘ ତାଙ୍କ ପୁତୁରା ପାଖରେ ଆଶ୍ରୟ ନେଇଛନ୍ତି । ସେମାନେ ତାଙ୍କ ଚିକିତ୍ସା ପାଇଁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବାରୁ ହରଙ୍କ ପାଦର ଘା’ ଗଭିର ହେବା ସହ ପାଦ ସଢିବା ଆରମ୍ଭ କରିଥିବାରୁ ଡାକ୍ତର କୌଣସି ବଡ଼ ଡାକ୍ତରଖାନା ନେଇ ଚିକିତ୍ସା କରେଇବାକୁ ପରାମର୍ଶ ଦେଇଛନ୍ତି । ହେଲେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ କରିଛନ୍ତି ।
ପ୍ରକାଶ ଥାଉକି ମୋତିଗାଁ ଗ୍ରାମର ହର ବାଘ ଯୁବକ ଅବସ୍ଥାରୁ ଗ୍ରାମରେ ଥିବା ମା’ ଖମ୍ୱେଶ୍ୱରୀ ଦେବୀଙ୍କ ପାଟ ମହୁରିଆ ଭାବରେ ସେବା କରିବା ସହ ବିବାହ, ବ୍ରତରେ ମହୁରୀ ବାଦ୍ୟ ପରିବେଷଣ କରି ନିଜର ପରିବାର ଚଳାଉଥିଲେ । ତାଙ୍କର ଜମିବାଡି କିଛି ନାହିଁ । ଝରିଗାଁ ବ୍ଲକ ବରକିଭଟା ଗ୍ରାମର ତାଙ୍କ ସାଉକାର ତାଙ୍କୁ ଗୋଟିଏ ଏକର ଜମି ଦାନ କରିଥିଲେ । ହରଙ୍କ ଅବସ୍ଥା ଆଜି ଆର୍ଥିକ ଦୃଷ୍ଟିରୁ ଦୟନୀୟ ହୋଇଯାଇଛି । ଘା’ ଯନ୍ତ୍ରଣା ତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ
Comments are closed, but trackbacks and pingbacks are open.