ବାପା ସମ୍ମୁଖରେ ପୁଅକୁ ଛୁରୀ ଭୁସିଲେ, ଗାଡ଼ି ଚଢ଼ାଇଲେ

Get real time updates directly on you device, subscribe now.

ଅସ୍ତରଙ୍ଗ,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଶନିବାର ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବାପା ସମ୍ମୁଖରେ ପୁଅକୁ ଛୁରୀ ଭୁସି ଗୁରୁତର କରିବା ପରେ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ପୁଅକୁ ବଞ୍ଚାଇବାକୁ ଯାଇ ବାପା ଛୁରୀ ମାଡ଼ରେ ଗୁରୁତର ହୋଇ ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ବାପାଙ୍କ ଶରୀରରେ ୩୬ଟି ଷ୍ଟିଚ୍ ପଡ଼ିଛି । ଏହି ଘଟଣା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଲୋକମାନେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ । ଏସ୍ପି ଘଟଣାସ୍ଥଳରେ ପହଞ୍ଚô ଅପରାଧୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ ।
ଘଟଣାରୁ ପ୍ରକାଶ, ଶନିବାର ରାତି ସାଢେ଼ ୧୦ଟା ବେଳେ ଅଠତିରା ଗ୍ରାମର ସାଧୁ ଚରଣ ସ୍ୱାଇଁ(୬୨) ଭୀମା ଛକ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଏକ କାର(ଓଡି-୩୩ ବି -୯୧୨୩)ରୁ ଝାଡଲିଙ୍ଗ ଗ୍ରାମର ରାଧାମୋହନ ବିଶ୍ୱାଳ(୩୦) ଓରଫ୍ ମୁନା ଓହ୍ଲାଇ ସାଧୁଙ୍କ ପୁଅ ଦିଲ୍ଲୀପ(୩୦)ଙ୍କୁ ଗାଳିଗୁଲଜ କରିଥିଲା । ପୁଅକୁ କାହିଁକି ଗାଳିଗୁଲଜ କରୁଛ ବୋଲି ସାଧୁ ପଚାରିବାରୁ ମୁନା ତାଙ୍କୁ ମାଡ଼ ମାରିଥିଲା । ସାଧୁ ପୁଅକୁ ଫୋନରେ କରିଥିଲେ । ପୁଅକୁ କାହିଁକି ଖବର ଦେଲୁ କହି ମୁନା ସାଧୁଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଦିଲ୍ଲୀପ ଛକରେ ପହଞ୍ଚôବାରେ ତାଙ୍କୁ ଦେଖି ପୂର୍ବରୁ ଛକରେ ପ୍ରସ୍ତୁତ ହୋଇ ଥିବା ଦୁଇ ଜଣ ବ୍ୟକ୍ତି ଓ କାରରେ ଥିବା ଦୁଇ ଜଣ ମିଶି ଗାଳିଗୁଲଜ କରି ଅର୍ତକିତ ଭାବେ ଆକ୍ରମଣ କରିଥିଲେ । ମୁନା ଦିଲ୍ଲୀପଙ୍କୁ ବାରମ୍ବାର ଛୁରୀ ଭୁସିଥିଲେ । ଛୁରୀ ମାଡ଼ ଏତେ ଭୟଙ୍କର ଥିଲା ଯେ ଛୁରୀଟି ଭାଙ୍ଗି ଯାଇ ରାସ୍ତା ଉପରେ ଖଣ୍ଡେ ଓ ଗାଡ଼ି ଭିତରେ ଖଣ୍ଡେ ପଡ଼ି ରହିଥିଲା । ଦିଲ୍ଲୀପ ଓ ସାଧୁଙ୍କ ଆର୍ତ୍ତ ଚିକ୍ରାର ଶୁଣି ସେଠାରେ ଦୋକାନ କରିଥିଲେ ବିପିନ ମୁଦୁଲି ବୁଝାସୁଝା କରିବାକୁ ଯାଇଥିଲେ । ମୁନା ତାଙ୍କୁ ମଧ୍ୟ ଛୁରୀ ମାରିଥିଲେ । ଏତିକିରେ ଅପରାଧୀମାନଙ୍କ ମନ ବୁଝି ନଥିଲା । ସେମାନେ ଦିଲ୍ଲୀପ ଉପରେ କାର୍ ଚଢ଼ାଇ ଫେରାର ହେବାକୁ ଉଦ୍ୟମ କରିଥିଲେ । ତେବେ କାର୍ଟି ରାସ୍ତାରେ ଥିବା ମାଟି ତଳକୁ ଖସି ପଡି ଏକ ବିଦୁ୍ୟତ୍ ଖୁଣ୍ଟରେ ମାଡ଼ ହୋଇଯାଇଥିଲା । ଦିଲ୍ଲୀପର ରକ୍ତର ଛିଟା କାର ଉପରେ ବିଛୁରିତ ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକେ ଖବର ପାଇ ଦୌଡ଼ାଦୌଡ଼ି ହୋଇ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ଦୁର୍ବୃତ୍ତମାନେ କାର୍ଟିକୁ ଛାଡ଼ି ଅନ୍ଧାର ଭିତରେ ଫେରାର ହୋଇ ଯାଇଥିଲେ ।
ଅସ୍ତରଙ୍ଗ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚô ବାପ, ପୁଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଡାକ୍ତରଖାନାରେ ଦିଲ୍ଲୀପଙ୍କ ମୃତୁ୍ୟ ଘଟିଥିଲା । ବାପା ସାଧୁ ସ୍ୱାଇଁ ଓ ବିପିନ୍ ମୁଦୁଲିଙ୍କ ଶରୀରର ବିଭିନ୍ନ ଅଂଶରେ ଛୁରୀ ମାଡ଼ ହୋଇଥିଲା । ସାଧୁଙ୍କ ଶରୀରର ୩୨ଟି ଷ୍ଟିଚ୍ ପଡ଼ିଥିବା ବେଳେ ସେ ଏବେ ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅପରାଧୀ ମୁନା ଏହି କିଛି ମାସ ମଧ୍ୟରେ ବିଭିନ୍ନ ଗୁରତର ଅପରାଧ ଘଟାଇ ଅସ୍ତରଙ୍ଗ ମେରାଇନ୍ ପୁଲିସ ଦ୍ୱାରା ଗରିଫ ହୋଇ ଜାମିନ୍ରେ ଆସିଥିଲା । ପାରାଦୀପ, କଟକ, ଭୁବନେଶ୍ୱରରେ ଦିଲ୍ଲୀପ ନାମରେ ବହୁ ଗୁରତର ଅଭିଯୋଗ ରହିଛି ।
ଦିଲ୍ଲୀପଙ୍କ ଶବ ଡାକ୍ତରଖାନାରୁ ଭୁବନେଶ୍ୱର ସହିଦନଗର ଥାନା ପୁଲିସ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ଶବ ଆଜି ଅସ୍ତରଙ୍ଗରେ ପହଞ୍ଚôବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅସ୍ତରଙ୍ଗ ବଜାର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଜିଲ୍ଲା ଏସ୍ପି ଉମାଶଙ୍କର ଦାସ , ଆଡିସନାଲ ଏସ୍ପି ଅରୁଣ ଜେନା, ନିମାପଡା ଏସ୍ଡିପିଓ ଶରତ କୁମାର ମିଶ୍ରଙ୍କ ସମେତ ମେରାଇନ୍ ଥାନା ଆଇଆଇସି, ଅସ୍ତରଙ୍ଗ ଥାନା ଆଇଆଇସି ଓ ଏକ ପ୍ଲାଟୁନ୍ ଫୋର୍ସ ପହଞ୍ଚô ଥିଲେ । ଏସ୍ପି ଲୋକଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଅପରାଧୀମାନଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ମୁନା ସମେତ ତା’ ସହ ଥିବା ଆଉ ୩ଜଣଙ୍କୁ ଗରିଫ କରିବା ପାଇଁ ସାଧୁଙ୍କ ପରିବାର ପୁଲିସକୁ ନିବେଦନ କରିଛନ୍ତି । ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଛି । ଏହି ଘଟଣାରେ ଅସ୍ତରଙ୍ଗ ପୁଲି ସନେ୍ଦହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons