ଦଶପଲ୍ଲା,(ବି.ବି.ନୁ୍ୟଜ): ଆଜି ବନ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଏକ ବାର୍ହା ମୁଣ୍ଡ ଓ କେତେକ ଚୋରା ଶାଳ ଗଣ୍ଡି ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥନୀୟ ଶିମିଳିସାହି ଗ୍ରାମର ବାବୁଲି ସେଠୀଙ୍କ ଘର ଉପରେ ବନ ବିଭାଗ ଚଢଉ କରି ଘର ପଛ ପଟୁ ଏକ ବାର୍ହା ମୁଣ୍ଡ ଜବତ କରିଛି । ବାର୍ହାଟିକୁ ଗତରାତିରେ ଶିକାର କରି ସକାଳୁ ମାଂସ ବିକ୍ରି କରାଯାଇଥିବା ଅନୁମାନ କରାଯାଇଛି । ପରେ ଅପରାହ୍ଣ ୩ଟା ବେଳେ ସ୍ଥାନୀୟ ମହିଷା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିକଟରୁ ଚୋରା ଚାଲାଣ ନିମନ୍ତେ ଉଦ୍ଧିଷ୍ଟ ୩ଟି ଶାଳ ଗଣ୍ଡି ବନ ବିଭାଗ ଜବତ କରିଛି । ଜବତ ୩ଟି ଶାଳଗଣ୍ଡିର ଆୟତ୍ତନ ୨୨ ଘନଫୁଟରୁ ଅ%ôକ ଓ ଆନୁମାନିକ ମୂଲ୍ୟ ୩୦ ହଜାର ପାଖାପାଖି ହେବ ।
Comments are closed, but trackbacks and pingbacks are open.