ବାରହା ଶିକାର ହେଲା କାଳ: ନିଜ ଜାଲରେ ପଡି ଶିକାରୀ ମୃତ

Get real time updates directly on you device, subscribe now.

ସୁନ୍ଦରଗଡ଼ : ନିଜ ଜାଲରେ ପଡି ଶିକାରୀ ମୃତ । ବାରହା ଶିକାର ପାଇଁ ଇଲେକ୍ଟ୍ରି ତାର ବିଛାଇଥିଲେ, ହେଲେ ସେଥିରେ ନିଜେ ପଡି ପ୍ରାଣ ହରାଇଲେ । ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ବଡ଼ମାହଲ ଗାଁର ଘଟଣା ।
ଖବର ଅନୁଯାୟୀ, ବାରହା ଶିକାର କରିବାକୁ ବିଲରେ ବିଦ୍ୟୁତ ତାର ବିଛାଇଥିଲେ ଶିକାରୀ । ସକାଳୁ ସକାଳୁ ଯାଇ ବାରହା ପଡିଛି କି ନାହିଁ ଦେଖିବାକୁ ଯାଇଥିବାବେଳେ ନିଜ ଜାଲରେ ନିଜେ ପଡିଯାଇଥିଲେ । ଅସାବଧାନତା କାରଣରୁ ନିଜ ଦେହରେ ଲାଗି ଯାଇଥିଲା କରେଣ୍ଟ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons