ବାରିପଦା ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ

Get real time updates directly on you device, subscribe now.

ବାରିପଦା: ପୁରୀ ରଥ ଯାତ୍ରାର ପର ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହୋଇଥାଏ ରଥଯାତ୍ରା ହୋଇଥାଏ । ହେଲେ କରୋନା କଟକଣା ଯୋଗୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ରଥଯାତ୍ରା ହୋଇପାରି ନ ଥିଲେ ବି ମନ୍ଦିର ସମ୍ମୁଖରେ ଦେଖାଦେଇଥିଲା ଭିଡ଼। ଭିଡ଼କୁ ନିୟନ୍ତ୍ରଣକୁ ଆଣିବାକୁ ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ୟ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।
ଆଜିଠାରୁ ବାହୁଡ଼ା ପର୍ୟ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ । ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ୍‌ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି ।ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ର ପୁରୀରେ ଭାଇଭଉଣୀଙ୍କ ସହ ରଥାରୁଢ଼ ଜଗତର ନାଥ ଜଗନ୍ନାଥ ରତ୍ନ ସିଂହାସନରୁ ଓହ୍ଲାଇ ଜନ୍ମ ବେଦୀକୁ ଯାଇଥିବା ବେଳେ ଅନ୍ୟ ସବୁଠି ବନ୍ଦ ହୋଇଛି ଏହି ଯାତ୍ରା। ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ଖଳାରେ ଠିଆ ହୋଇଛି ଅଧା ଗଢା ରଥ । କରୋନା କଟକଣା ଯୋଗୁଁ ବାରିପଦାରେ ଗତ ବର୍ଷ ପରି ଚଳିତ ବର୍ଷ ବି ଗଡ଼ିନି ରଥ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons