ବାଲିଅନ୍ତା ଲାଞ୍ଚ ମାମଲା: ହାଇକୋର୍ଟରୁ ଜାମିନ ପାଇଲେ ତହସିଲଦାର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ନୁ୍ୟଜ୍): ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁମିଳିଲା ଜାମିନ୍ । ତହସିଲଦାର ରଶ୍ମିରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଏକ ଲକ୍ଷ ୨୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଉଭୟ ଗିରଫ ହୋଇଥିଲେ । ଏକ ଜମିଜମା ମାମଲା ପାଇଁ ଅଫିସଠୁ କିଛି ଦୂରରେ ୧ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧନେଶ୍ୱରଙ୍କୁ ଧରିଥିଲା ଭିଜିଲାନ୍ସ । ଏହି ମାମଲାରେ ତହସିଲଦାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଧନେଶ୍ୱରଙ୍କ ଠାରୁ ଲକ୍ଷେ ୨୦ ହଜାର ଟଙ୍କା ଜବତ କରିଥିଲା । ସେହିପରି ତହସିଲଦାର ପ୍ରଧାନଙ୍କ ଭଡ଼ାଘର ଓ ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା । ଭଡ଼ାଘରୁ କିଛି ସୁନାଗହଣା ସମେତ ୧୦ଟି ବ୍ୟାଙ୍କ ପାସ୍ବୁକ୍ ଏବଂ କିଛି ଅଫିସ୍ କାଗଜପତ୍ର ମଧ୍ୟ ଜବତ କରାଯାଇଥିଲା । ସୂଚନା ଅନୁଯାୟୀ, ଭୁବନେଶ୍ୱର ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳର କୈଳାସ ରଥ ନାମକ ଜଣେ ବିଲ୍ଡର ୧ଏକର ୨୨୫ ପରିମିତ ଜମିକୁ ଘରବାଡ଼ି କରିବା ଲାଗି ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏଥିପାଇଁ ଡାଟା ଏଣ୍ଟ୍ରି ଅପରେଟର ୧ଲ’ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ତେବେ ତହସିଲଦାରଙ୍କ କଥାରେ ସେ ଏହି ଲାଞ୍ଚ ମାଗିଥିବା କୈଳାସ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଉଭୟଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons