ବାରିପଦା: ବାଲି ଖାଦାନକୁ ନେଇ ଯୁବକଙ୍କୁ ହତ୍ୟା ! ଘଟଣା ଘଟିଛି ମୟୂରଭଂଜ ରାସଗୋବିନ୍ଦପୁର ଥାନା ମୁଷାମାରି ଗାଁରେ। ଆଜି ସକାଳୁ ଗାଁ ମୁଣ୍ଡରେ ଥିବା ଏକ ବାଲିଗଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହି ଘଟଣାକୁ ଗାଁରେ ଉତ୍ତେଜନା ଦେଖା ଦେଇଛି। ମୃତଦେହକୁ ରାସ୍ତା ଉପରେ ରଖି ଗାଁ ଲୋକେ ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ଖବର ପାଇ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ।
ହେଲେ ଉତ୍ତ୍ୟକ୍ତ ଲୋକେ ନ ବୁଝିବାରୁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅତିରିକ୍ତ ତହସିଲଦାର ଓ ପୋଲିସ ଅଧିକାରୀ ଏବଂ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଗାଁ ମଧ୍ୟରେ ଥିବା ବାଲିଗଦାକୁ ନେଇ ଯୁବକ ଜଣକ ବିରୋଧ କରି ଆସୁଥିଲେ । ଗତକାଲି ରାତିରେ ମଧ୍ୟ ସେ ବାଲିଗଦା ନିକଟକୁ ଯାଇଥିଲେ। ଏହାପରେ ଆଜି ସକାଳୁ ତାଙ୍କର ମୃତଦେହ ମିଳିଛି ।
Comments are closed, but trackbacks and pingbacks are open.