ବାଲି ବୋଝେଇ ହାଇୱା ଅହରହ ଚାଲି ରାସ୍ତା ଖରାପକୁ ନେଇ ତାତିଲେ ଗ୍ରାମବାସୀ,ବନ୍ଦ କଲେ ବାଲି ଉତ୍ତୋଳନ ,ଫେରିଗଲେ ଠିକାସଂସ୍ଥା

Get real time updates directly on you device, subscribe now.

ମୟୁରଭଞ୍ଜ, (ବି.ବି.ନୁ୍ୟଜ୍):ଠିକା ସଂସ୍ଥାର ମନମାନିରେ ଅତିଷ୍ଠ ହୋଇ ଶେଷରେ ତାତିଲେ ଗ୍ରାମବାସୀ। ଅଟକାଇଲେ ବାଲି ବୋଝେଇ ହାଇୱା। ବନ୍ଦ କଲେ ବାଲି ଉତ୍ତୋଳନ। ଗାଁ ରାସ୍ତାରେ ଅହରହ ବାଲି ବୋଝେଇ ହାଇୱା ଚଳାଚଳ ଯୋଗୁଁ ରାସ୍ତା ଖରାପ ହେଉଥିବା ଅଭିଯୋଗ କରି ବନ୍ଦ କଲେ ଗ୍ରାମବାସୀ। ତେବେ ଠିକା ସଂସ୍ଥାର ଅସୁବିଧା ସମାଧାନ ପାଇଁ ପ୍ରଶାସନ, ପୋଲିସ ସମସ୍ତେ ମାତ୍ର ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଦିଗରେ କାହାର ନଜର ନାହିଁ। ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ଥିବା ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ବେଆଇନ ଭାବେ ଚାଲିଛି ବାଲିଉତ୍ତୋଳନ । ପ୍ରଶାସନର ନୀରବତା କାରଣରୁ ଦିନକୁଦିନ ନଦୀପଠା କୂଳଲଙ୍ଘି ଚାଲିଥିଲା ବେଳେ ଚୋରା ବାଲିଚାଲାଣ ମଧ୍ୟ ଜୋରସର ଚାଲିଛି । ଯାହା ସାରସକଣା ତହସିଲ ଅଧୀନ ରୁଗୁଡିସାହି ବାଲି ଖାଦାନର ଅବସ୍ଥାକୁ ଦେଖିଲେ ସହଜରେ ବୁଝା ପଡିଯାଉଛି। ନଦୀପଠା ନିକଟରେ ଥିବା କିଛି ବେସରକାରୀ ଜମିରୁ ବାଲି ଓ ମାଟି ଉତ୍ତୋଳନ ପାଇଁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣକାରୀ ସଂସ୍ଥା ଏଲ.ଏଣ୍ଡ.ଟି. କମ୍ପାନୀକୁ ଲିଜ୍ ଦିଆଯାଇଛି ବୋଲି ସାରସକଣା ତହସିଲଦାର କହିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ବର୍ଷାଦିନେ ନଦୀଗର୍ଭରୁ ବାଲି
ଉତ୍ତୋଳନ ପାଇଁ କୌଣସି ନିୟମ ନାହିଁ । ମାତ୍ର ନିୟମକୁ ଫୁ କରି ସଲାସୁତୁରା କ୍ରମେ ବିଭିନ୍ନ ଖାଦାନରୁ ଔଉଈ ଯୋଗେ ବାଲି ଉତ୍ତୋଳନ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷେ ବାଲି ଉତ୍ତୋଳନ ସହିତ ଦୈନିକ ହାଇଓ୍ବା ଭଳି ଭାରିଯାନରେ ବାଲିଚାଲାଣ କରାଯାଉଥିବାରୁ ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଉଛି ବୋଲି ଗ୍ରାମବାସୀ କହିଛନ୍ତି । ଏଭଳି ବାଲି ଉତ୍ତୋଳନକୁ ବିରୋଧ କରି ରୁଗୁଡିସାହିର ଗ୍ରାମବାସୀ ମାନେ ୬ଟି ବାଲିବୋଝେଇ ହାଇଓ୍ବାକୁ ଅଟକ ରଖିଥିଲେ ଏବଂ ନୂତନ ରାସ୍ତାନିର୍ମାଣ କରିବା ସହିତ ହାଇୱା ଭଳି ଭାରୀଯାନକୁ ଗ୍ରାମରାସ୍ତା ମଧ୍ୟ ଦେଇ ଯିବାଆସିବା କରିବାକୁ ଦେବେ ନାହିଁ ବୋଲି ଗ୍ରାମବାସୀ ରୋକଠୋକ କହିଛନ୍ତି । ତେବେ ଆଜି ରୁଗୁଡିସାହି ଠାରେ ଏଲ.ଏଣ୍ଡ.ଟି. କମ୍ପାନୀ କତ୍ତୃପକ୍ଷ ଏବଂ ଆର.ଡି. ରାସ୍ତା ନିର୍ମାଣ ଠିକାଦାରଙ୍କ ସହିତ ଝାରପୋଖରିଆ ଥାନା ଏସ.ଆଇ. ପଞ୍ଚାନନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମାତ୍ର ଗ୍ରାମରାସ୍ତାରେ ଓଭର ଲଡିଂ ହାଇୱା ଚଳାଚଳ ପାଇଁ ସିଧାସଳଖ ମନା କରିବା ସହିତ ଯେଉଁ ସ୍ଥାନରୁ କମ୍ପାନୀ ବାଲିମାଟି ଉତ୍ତୋଳନ କରିଛି ସେହି ସ୍ଥାନକୁ ଗ୍ରାମବାସୀଙ୍କ ସହିତ ଚାଲିଚାଲି ଯିବା ପାଇଁ କହିଥିଲେ । ବାଲି ଉତ୍ତୋଳନ ହେଉଥିବା ସ୍ଥାନରେ ଅତି ଗଭୀର ଖାଲ ହେବା ସହିତ କିଛି କିଛି ସ୍ଥାନରେ ଗଡିଆ ସଦୃଶ ନିର୍ମାଣ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଆଇନକୁ ଆଖିଠାର ମାରି ସଲାସୁତୁରାରେ ଚଳାଇ ଆସୁଥିବା ଏଭଳି ମନମାନିକୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ନିରୁପାୟ ହୋଇ ଫେରିଯାଇଥିଲେ କମ୍ପାନୀ କତ୍ତୃପକ୍ଷ । ଏବାବଦରେ ଶୀର୍ଷା ଆର.ଆଇ.ଙ୍କୁ ପଚାରିବାରୁ ସେ କିଛି ଜାଣି ନାହାନ୍ତି ଏବଂ ଆପଣ ତହସିଲକୁ ଯାଇ ସବିଶେଷ ବିବରଣୀ ପାଇପାରିବେ ବୋଲି କହିଥିଲେ । ସାରସକଣା ତହସିଲଦାର ସତ୍ୟବାନ ନାଏକଙ୍କ କହିବା ମୁତାବକ ଖଌଞ କମ୍ପାନୀକୁ ୪୦,୦୦୦ ସିଏମର ବାଲିମାଟି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଛି। ଏବେ ପର୍ୟ୍ୟନ୍ତ କମ୍ପାନୀ କେତେ ପରିମାଣର ବାଲି ଉତ୍ତୋଳନ କରିଛି ତାହା ଜଣାପଡିନାହିଁ । ମାଇନିଂ ଅଫିସର ଆସିବା ପରେ ତାହା ଜଣାପଡିବ ବୋଲି ତହସିଲଦାର ଶ୍ରୀ ନାଏକ କହିଥିଲେ (ଆଲୋଚନାର ଫୋନ ରେକଡିଂ ଦେଇଛି)। ଏଠାରେ ପ୍ରଶ୍ନ ଉଠୁଛି ମନୁମତି ପ୍ରଦାନ ପୂର୍ବରୁ ବିଭାଗ ପକ୍ଷରୁ ଉତ୍ତୋଳନ ସ୍ଥାନର ଗଚ୍ଛିତ ଥିବା ବାଲିର ପରିମାଣ ଧାର୍ୟ୍ୟ କରାଯାଇଥିଲା କି ? ସେହିପରି ଗାଁ ରାସ୍ତାରେ ବାଲି ପରିବହନ ଯୋଗୁଁ ରାସ୍ତା ଖରାପ ହେଲେ ମରାମତିର ଉତ୍ତରଦାୟିତ୍ୱ ସମ୍ପର୍କରେ ସ୍ପଷ୍ଟ କରାଯାଇଥିଲା କି ? ପୁଣି ବାଲି ଉତ୍ତୋଳନ ପାଇଁ ଠିକା ସଂସ୍ଥା ଖଌଞ କମ୍ପାନୀକୁ ନିର୍ଦ୍ଦିଷ୍ଟ ଏରିଆ ଦିଆଯାଇଛି ନା କମ୍ପାନୀର ଯୋଉଠି ଇଚ୍ଛା ସେଇଠୁ ବାଲି ଉତ୍ତୋଳନ କରିବାର କ୍ଷମତା ପ୍ରଦାନ କରାଯାଇଛି। ତାହା ପୁଣି ସରକାରୀ ଆଇନକାନୁନ ଭିତରେ ନା ମନମୁଖୀ। ଏଠାରେ କମ୍ପାନୀର ମନମୁଖୀ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିବା ପଛରେ ବେଆଇନ କାର୍ୟ୍ୟ ରହିଥିବା ସୂଚିତ କରୁଥିବା ବେଳେ ରାଜସ୍ବ ବିଭାଗର ସ୍ଥାନୀୟ ଆରଆଇ ଏବଂ ତହସିଲଦାର ନୀରବ ରହିଆସୁଥିଲେ କାହିଁକି ? କାହା ଇଙ୍ଗିତରେ ନା ଏହା ପଛରେ ତାଙ୍କର ସ୍ୱାର୍ଥ ରହିଛି ତାହା ତଦନ୍ତ ସାପେକ୍ଷ। ତେବେ ଜନସାଧାରଣଙ୍କ ଧନଜୀବନ ସୁରକ୍ଷିତ କରିବା ପ୍ରଶାସନର ପ୍ରାଥମିକ ଦାୟିତ୍ବ ଓ କର୍ତ୍ତବ୍ୟ ହୋଇଥିଲା ବେଳେ ଏଠାରେ ତାର ବ୍ୟତିକ୍ରମ ଆଶ୍ଚର୍ୟ୍ୟଜନକ ଘଟଣା। ଅନ୍ୟପଟେ ଖୋଦ ରାଜସ୍ବମନ୍ତ୍ରୀଙ୍କ ଜିଲ୍ଲାରେ ହେଉଥିବା ମନମୁଖୀ ବାଲି ଉତ୍ତୋଳନ ନିୟନ୍ତ୍ରଣ ପ୍ରତି ପ୍ରଶାସନର ହେୟ ମନୋଭାବ ଅନ୍ୟ ଜିଲ୍ଲାକୁ ଖରାପ ସନ୍ଦେଶ ଯାଉଥିବା ଆଲୋଚନା ହେଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons