ବାଲି ମାଫିଆଙ୍କ ଆକ୍ରମଣ ଘଟଣାମନରୁ ଲିଭିନଥିବାବେଳେ ମାହାଙ୍ଗା ଅତିରିକ୍ତ ତହସିଲଦାର ଓ ସମାଜସେବିଙ୍କୁ ଇଟା ମାଫିଆଙ୍କ ଠେଙ୍ଗା ବାଡ଼ି ଧରି ଗାଳିଗୁଲଜକରି ଆକ୍ରମଣ
ମାହାଙ୍ଗା:କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ ଏବେ ଦେଖିବାକୁ ମିଳୁଛି ବେଆଇନ ମାଟି ବାଲି ଓ ଇଟା ମାଫିଆଙ୍କ ଦବଙ୍ଗଗିରି, ଗତ ମାସରେ ବଳୀମାଫିଆ ମାନେ ତହସିଲ ଟିମର ଜଣେ ରାଜସ୍ବ ନିରୀକ୍ଷକଙ୍କୁ ବାଲିଘାଟରେ ମାଡ ମାରି ଲହୁଲୁହାଣ କରି ବାଲି ଗାଡି ଛଡାଇ ନେଇ ଥିବା ଘଟଣା ମନରୁ ନଲିଭିଣୁ ଆଜି ପୁଣି ମାହାଙ୍ଗା ଥାନାରୁ ମାତ୍ର ୧୦୦ମିଟର ଦୂର ପର୍ଶୁରାମ ପୁର ଗ୍ରାମ କୁ ଯାଇଥିବା ମାହାଙ୍ଗା ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ ଓ ପୂର୍ବତନ ସରପଞ୍ଚ ତ୍ରିଲୋଚନ ମିଶ୍ରଙ୍କୁ ବେଆଇନ ଇଟା ମାଫିଆ ମାନେ ସଂଗବଧ ଭାବେ ଠେଙ୍ଗା ବାଡ଼ି ଧରି ଆକ୍ରମଣ କରିଥିବା ଏକ ଭିଡିଓ ଭାଇରଲ ହୋଇଛି, ଯୋଉଥିରେ ମାଫିଆ ମାନେ ଅଧିକାରୀ ଜଣକୁ ଅତି ଅଶାଳୀନ କଦର୍ୟ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି, ଅଧିକାରୀ ମାନେ ଜୀବନ ବଞ୍ଚାଇ ସେଠାରୁ ପଳାଇ ଆସୁଥିବା ବେଳେ ମାଫିଆ ମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟମ କରିଛନ୍ତି, ପ୍ରଶାସନ ପକ୍ଷରୁ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ବାଲି ମାଟି ଇଟା ମାଫିଆଙ୍କ ଦବଙ୍ଗଗିରି ବଢ଼ି ବଢ଼ି ଚାଲିଛି, ପ୍ରତିଦିନ ମାଫିଆ ମାନେ ନିର୍ଭୟରେ ବେଆଇନ ଭାବେ ସରକାରୀ ଜମିରୁ ମାଟି ବାଲି ଲୁଟ କରିବା ସହ ଅସହ୍ୟ ଗୁଳୁଗୁଳିରେ ଭାଟି ପରେ ଭାଟି ଇଟା ପୋଡ଼ୁଥିବାବେଳେ ଲକ୍ଷ ଲକ୍ଷ ରାଜସ୍ବ ହାନୀ ଘଟୁଛି, ତୁରନ୍ତ କଟକ ଜିଲ୍ଲାପାଳ ଓ ରାଜସ୍ବ କମିଶନର ସ୍ୱତନ୍ତ୍ର ଦୃଷ୍ଟିଦେଇ ମାଫିଆଙ୍କ ବିରୁଦ୍ଧରେ ଦୃଢରୁଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି
ରିପୋର୍ଟ: ରଶ୍ମିରଞ୍ଜନ ଦାସ
Comments are closed, but trackbacks and pingbacks are open.