ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱରକୁ ଏବେ ସୁପର ସ୍ପେ୍ରଡରର ଭୟ ଘାରିଛି । ସବୁଠି ଏହାକୁ ନେଇ ଚର୍ଚ୍ଚା । କାରଣ ଜିଲ୍ଲାରେ ମୋଟ୍ ୧୬ଜଣ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା ବେଳେ କେବଳ ୧୨ଜଣ ଜଣେ ଲୋକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଆଗାମୀ ଦିନରେ ଏହି ଅଞ୍ଚଳରେ ରୋଗୀ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ସେମାନେ ମଧ୍ୟ ଏହି ସୁପର ସ୍ପେ୍ରଡରଙ୍କ ସଂସ୍ପର୍ଶରେ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ସୋମବାର ଗୋଟିଏ ଦିନରେ ଜିଲ୍ଲାରେ ମୋଟ୍ ୬ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ନୀଳିଆବାଗ୍ କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଥିଲେ । ଏହି ୫ଜଣଙ୍କ ମଧ୍ୟରେ ୪ଜଣ ମହିଳା, ଜଣେ ପୁରୁଷ ଅଛନ୍ତି । ଏମାନେ ସମସ୍ତେ ପ୍ରଥମ ରୋଗୀଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ ହୋଇଛି ।
ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୫ଜଣଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରୁ ୧୦୪ ନମ୍ବର ରୋଗୀ ଜଣକ ହେଉଛନ୍ତି ନୀଳିଆବାଗ୍ ଅଞ୍ଚଳର ୨୨ ବର୍ଷୀୟା ମହିଳା । ସେ ଏଠାରେ ଚିହ୍ନଟ ହୋଇଥିବା ଜିଲ୍ଲାର ପ୍ରଥମ ତଥା ରାଜ୍ୟର ୬୧ ନମ୍ବର ଆକ୍ରାନ୍ତଙ୍କ ଘନିÂ ପଡେ଼ାଶୀ । ଏହି ମହିଳାଜଣକ ୨୨ ମାର୍ଚ୍ଚରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ଲକ୍ଡାଉନରେ ଘରେ ଥିଲେ । ପରେ ଏହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବା ପରେ ସେ ମଧ୍ୟ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ । ୨୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ୨୭ ତାରିଖରୁ ସେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
୧୦୫ ନମ୍ବର ଆକ୍ରାନ୍ତ ଜଣଙ୍କ ୫୫ ବର୍ଷୀୟ ମହିଳା । ସେ ମଧ୍ୟ ୬୧ ନମ୍ବର ଆକ୍ରାନ୍ତଙ୍କ ଘନିÂ ପଡେ଼ାଶୀ । ସେ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ମଧ୍ୟ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ । ୨୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ସେ ଏବେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୦୬ ନମ୍ବର ରେଗୀ ଜଣଙ୍କ ୨୩ ବର୍ଷୀୟା ମହିଳା । ସେ ମଧ୍ୟ ୬୧ ନମ୍ବର ଆକ୍ରାନ୍ତଙ୍କ ଘନିÂ ପଡେ଼ାଶୀ । ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ । ୨୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ସେ ଏବେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୦୭ ନମ୍ବର ଆକ୍ରାନ୍ତ ଜଣକ ୨୭ ବର୍ଷୀୟ ପୁରୁଷ । ସେ ମଧ୍ୟ ସୁପର ସ୍ପେ୍ରଡରଙ୍କ ସଂସ୍ପର୍ଶରେ ଆସିଥିଲେ । ୨୨ ମାର୍ଚ୍ଚରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ । ୨୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ୨୭ ତାରିଖରୁ ସେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୦୮ ନମ୍ବର ଆକ୍ରାନ୍ତ ଜଣକ ୨୯ ବର୍ଷୀୟ ମହିଳା । ସେ ୬୧ ନମ୍ବର ଆକ୍ରାନ୍ତଙ୍କ ପରିବାର ସଦସ୍ୟ ତଥା ୭୯ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ମହିଳାଜଣକ ୨୨ ମାର୍ଚ୍ଚରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ଥିଲେ । ୨୬ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ ବାହାରିଥିଲା । ୨୭ ତାରିଖରୁ ସେ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ବାଲେଶ୍ୱର ଜିଲ୍ଲା ପାଇଁ ଏଯାଏଁ ଜଣେ ସୁପର ସ୍ପେ୍ରଡରକୁ ଚିହ୍ନଟ କରାଯାଇଛି । ତାଙ୍କଠାରୁ ୧୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ସତ୍ତେ୍ୱ ସେହି ଅଞ୍ଚଳରେ ଆହୁରି ୨ଜଣ ସୁପର ସ୍ପେ୍ରଡର ଥିବା ଅଭିଯୋଗ ଆସିଛି । ଏମାନଙ୍କ ମଧ୍ୟରୁ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ହୋଇଥିବାବେଳେ ଅନ୍ୟ ଜଣେ ଅଙ୍ଗନବାଡି କର୍ମୀ । ଏହି ଦୁଇ ମହିଳା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଅନେକ ଲୋକ ଓ ଶିଶୁଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରା ନଗଲେ ଆଗାମୀ ଦିନରେ ବାଲେଶ୍ୱର ସହର ସମେତ ତମାମ ଜିଲ୍ଲାର ସ୍ଥିତି ସଙ୍ଗୀନ ହେବା ନେଇ ଆଶା କରାଯାଉଛି ।
ସେହିପରି ବାହାନଗା ବ୍ଲକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ମଧ୍ୟ ସୁପର ସ୍ପେ୍ରଡର ହୋଇପାରନ୍ତି ବୋଲି ସନେ୍ଦହ ଉପୁଜିଛି । କାରଣ ମାର୍ଚ୍ଚ ୨୫ ତାରିଖରେ ସେ ଏକ ସାଇକଲରେ ଘରକୁ ଫେରିଥିଲେ । ଘରେ ଦୁଇଦିନ ରହିଥିଲେ । ପରେ ସେ ବାହାନଗା ବ୍ଲକର ସମସ୍ତ ଅଞ୍ଚଳରେ ଅବାଧଭାବେ ବୁଲାବୁଲି କରିଥିଲେ । ଆକ୍ରାନ୍ତଜଣକ ନିଶାସକ୍ତ ଥିବାରୁ ବିଭିନ୍ନ ଲୋକଙ୍କ ସହ ମିଶି ନିଶା ସେବନ ମଧ୍ୟ କରିଥିଲେ । ପ୍ରାୟ ୨୦ ଦିନ ଏମିତି ବୁଲାବୁଲି କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ କ୍ୱାରେଣ୍ଟାଇନ୍କୁ ଅଣାଯାଇଥିଲା । ସେଠାରେ ସେ କୋଭିଡ୍-୧୯ ପଜିଟିଭ ଆକ୍ରାନ୍ତ ଥିବା ରିପୋର୍ଟ ମିଳିଥିଲା । ସେ ବି ଏବେ ଅଶ୍ୱିନୀରେ ଚିକିତ୍ସିତ ହେଉଛନ୍ତି । ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରାନଗଲେ ସୋର ଓ ବାହାନଗା ଅଞ୍ଚଳରେ ମଧ୍ୟ ସ୍ଥିତି ସଙ୍ଗୀନ ହେବା ନେଇ ସନେ୍ଦହ ଉପୁଜିଛି ।


Comments are closed, but trackbacks and pingbacks are open.