ବାଲେଶ୍ୱର,(ବି.ବି.ନୁ୍ୟଜ୍): ସଦର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ବୁଧବାରଠାରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅବସରରେ ଦଳ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୋଗରାଇର କଂଗ୍ରେସ ନେତା ସତ୍ୟଶିବ ଦାସଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ମୁ୍ୟନିସିପାଲିଟି ସମେତ ବିଭିନ୍ନ ପଞ୍ଚାୟତରୁ ଦଳୀୟ ନେତା, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, କିଷାନ କଂଗ୍ରେସ ଆଦି ସଙ୍ଗଠନର କର୍ମକର୍ତ୍ତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦଳର ସାଂସଦ ପ୍ରାର୍ଥୀ ନବଜ୍ୟାତି ପ;ନାୟକଙ୍କ ତତ୍ତ୍ୱାବଧାନରେ ଜଣେ ଉଚ୍ଚଶିକ୍ଷିତା ତଥା ସମାଜସେବୀଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ଉପସ୍ଥିତ ଦଳୀୟ କର୍ମୀମାନେ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଥିଲେ ।
ଏହି ଅବସରରେ ଶ୍ରୀମତୀ କୁଣ୍ଡୁ କହିଥିଲେ, ବାଲେଶ୍ୱରବାସୀଙ୍କ ସେବା ପାଇଁ ମୁଁ ବଦ୍ଧପରିକର । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବାଲେଶ୍ୱର ସହର ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ସମାଧାନ ହୋଇ ପାରୁନି । ଏନେଇ କେହି ଗୁରୁତ୍ୱ ଦେଉନାହାନ୍ତି । ବାଲେଶ୍ୱର ଝିଅ ଭାବେ ବାଲେଶ୍ୱରକୁ ଏକ ବିକଶିତ, ସ୍ୱାଭିମାନୀ ସହର ଭାବେ ଗଢ଼ିବା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବି ବୋଲି ସେ କହିଥିଲେ । ସେହିପରି ଉପନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନରେ ଟିକେଟ୍ ଦେଇଥିବାରୁ କଂଗ୍ରେସର ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ନେତାଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଶ୍ରୀମତୀ କୁଣ୍ଡୁଙ୍କୁ ବିଜୟୀ କରାଇବା ପାଇଁ ଦଳୀୟ କର୍ମୀଙ୍କୁ ପିସିସି ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଆହ୍ୱାନ ଦେଇଥିଲେ । ଶିକ୍ଷିତ, ସ୍ୱାଭିମାନୀ ବାଲେଶ୍ୱରବାସୀ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ପ୍ରଥମ ଥର ପାଇଁ ବିଧାନସଭାକୁ ପଠେଇବା ପାଇଁ ସେ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସ କମିଟି ସଭାପତି ପଦ୍ମଲୋଚନ ଲେଙ୍କା, ମହିଳା କଂଗ୍ରେସର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ବସ୍ତା ନିର୍ବାଚନ ମଣ୍ଡଳୀ ନେତା ବିଜନ ନାୟକ ଶ୍ରୀମତୀ କୁଣ୍ଡୁଙ୍କୁ ବିଜୟୀ କରାଇବା ପାଇଁ ଆହ୍ୱାନ ଦେଇଥିଲେ । ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ପରେ ଶ୍ରୀମତୀ କୁଣ୍ଡୁ ଦଳୀୟ କର୍ମୀଙ୍କ ସହ କଂଗ୍ରେସ ଭବନ ନିକଟସ୍ଥ ମେହେନ୍ତର ସାହି ସମେତ ମୁ୍ୟନିସିପାଲିଟିର ୧୪ ନଂ ଓ ୨୬ ନଂ ୱାର୍ଡରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
Comments are closed, but trackbacks and pingbacks are open.